Cotton Bunchy Top Virus
ଭୁତାଣୁ
ଏହି ରୋଗର ସଂକ୍ରମଣରେ ସାଧାରଣତଃ ପତ୍ରର ନାଡ଼ ଛୋଟ ହୁଏ ଏବଂ ଏହା ମଳିନ ସବୁଜ ରଙ୍ଗ ହେଇଯାଏ ଯାହାକି ଧାରରେ କାୖଣିକ ପରି ହୋଇଥାଏ. ସୁସ୍ଥ ପତ୍ର ସହ ତୁଳନା କଲେ ସଂକ୍ରମିତ ପତ୍ର ଗୁଡିକ ଚମଡା ଭଳିଆ ଏବଂ ଭଂଗୁରପ୍ରବଣ ହୋଇଯାନ୍ତି. ପରେ ପରେ ଏଥିରେ ଛୋଟ ପତ୍ର, ଗଣ୍ଠିରୁ ଗଣ୍ଠି ମଧ୍ୟରେ କମ ବ୍ୟବଧାନ ଏବଂ ଛୋଟ ଛୋଟ ବକରା ଦେଖାଯାଏ. ଯଦି ଫସଲର ଆରମ୍ଭରୁ (ଚାରା ସମୟରେ) ଏହି ସଂକ୍ରମଣ ଆରମ୍ଭ ହୋଇଥାଏ ତାହେଲେ ପୁରା ଗଛ ଠିକସେ ବଢି ପରେ ନାହିଁ ଏବଂ ଛୋଟ ହୋଇଥାଏ. ଚେର ଗୁଡିକ ବାଳୁଆ ଓ ଗାଢ ବାଦାମୀ ରଂଗର ଦେଖା ଯାଆନ୍ତି(ସାଧାରଣତଃ ଫିକା ହଳଦିଆ-ବାଦାମୀ ରଂଗର ହୋଇଥାଏ) ଓ ମାଧ୍ୟମିକ ଚେର ଉପରେ ଛୋଟ ଗଣ୍ଠି ଦେଖା ଯାଇଥାଏ.ସଂକ୍ରମିତ ଫସଲରେ କମ୍ ସଂଖ୍ୟାରେ ବକରା ଦେଖା ଯାଇଥାଏ ଓ ଶେଷରେ କମ୍ ଅମଳ ହୋଇଥାଏ.
ଉପକାରୀ ପୋକ ଯଥା ଲେଡିବଗ, ଲେସଉଇଙ୍ଗ, ସୈନ୍ୟ ପୋକ ଏବଂ ପରଜୀବୀ ବିରୁଡ଼ି ଭଲଭାବେ ଜଉପୋକ ଜନସଂଖ୍ୟା ନିୟନ୍ତ୍ରଣ କରିଥାନ୍ତି ଓ ମହତ୍ତ୍ୱପୂର୍ଣ କାରକ ଅଟନ୍ତି. ଅଳ୍ପ ସଂକ୍ରମଣରେ ସାଧା ସାବୁନ ମିଶ୍ରଣ କିମ୍ବା ଉଦ୍ଭିଦକ ତେଲ ର ପ୍ରୟୋଗ କରନ୍ତୁ. ଅଧିକ ଆର୍ଦ୍ରତା ଥିଲେ ଜଉପୋକ କବକ ଜନିତ ରୋଗ କୁ ଆଦୌ ସହନଶୀଳ ନୁହଁ ଏବଂ ଏକ ସାଧାରଙ୍ଗ ପାଣି ସ୍ପ୍ରେ ମଧ୍ୟ ଜଉପୋକକୁ ସଂକ୍ରମିତ ଗଛରୁ ବାହାର କରା ଯାଇପାରେ, ତେଣୁ ଏହା ଭୁଲନ୍ତୁ ନାହିଁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଜଉପୋକ ନିୟନ୍ତ୍ରଣ ପାଇଁ ସାଇପରମେଥ୍ରୀନ କିମ୍ବା କ୍ଲୋରୋପାଇରିଫସ କୁ ପତ୍ର ସମୂହ ଉପରେ ସ୍ପ୍ରେ କରାଯାଇପାରେ. ଜଉପୋକର କୀଟନାଶକ ପ୍ରତିରୋଧ ଶକ୍ତି ନ ବଢାଇବା ପାଇଁ କୀଟନାଶକ ମଧ୍ୟରେ ପରିବର୍ତନ କରିବା ଆବଶ୍ୟକ.
ଏହାର ଲକ୍ଷଣ କପା ଅଗ ବୁଦାଳିଆ ହେବା ରୋଗ ଭୁତାଣୁ ଦ୍ୱାରା ସଂକ୍ରମଣ ହୋଇଥାଏ. ଏହି ଭୁତାଣୁ କେବଳ ଜୀବନ୍ତ ଗଛ ଟିସୁ ରେ ବଞ୍ଚିପାରେ. ଏହା କପା ଆଫିସ୍ ଗୋସିପି ନାମକ ଜଉପୋକ ଦ୍ୱାରା ନିରନ୍ତର ଭାବେ ପ୍ରସାରିତ ହୋଇଥାଏ. ସାଧାରଣତଃ ସଂକ୍ରମଣ ହେବାର 3-8 ସପ୍ତାହ ପରେ ଏହି ରୋଗର ଲକ୍ଷଣ ସ୍ପଷ୍ଟ ଭାବେ ଦେଖାଦେଇଥାଏ. ଅତ୍ୟଧିକ ଜଉପୋକ ଥିବା ଜମି ପାଇଁ ସର୍ବାଧିକ ବିପଦକାରୀ ଅଟେ. ନିଜେ ନିଜେ ଉଠିଥିବା ଗଛ, ରାଟୁନ ଗଛ ଯାହା ପୂର୍ବ ଋତୁରୁ ବଂଚି ରହିଥାଏ ତାହା ମଧ୍ୟ ସମସ୍ୟା ସୃଷ୍ଟି କରିଥାନ୍ତି କାରଣ ଏହା ଜଉପୋକ ପାଇଁ ଭଲ ଏବଂ ଭୁତାଣୁର ଗନ୍ତାଘର ପାଲଟି ଯାଇ ପାରନ୍ତି, ଯାହାକି ନୁଆ ଋତୁରେ ନୂଆ ସଂକ୍ରମଣ ସୃଷ୍ଟି କରି ପାରେ.. ସେଥିପାଇଁ, ରାଟୁନ ଗଛର ଚତୁଃପାର୍ଶ୍ବରେ ଏହି ରୋଗ ଦ୍ୱାରା ସଂକ୍ରମିତ ଗଛ ଦେଖାଯିବା ଅସାଧାରଣ ନୁହେଁ.ଯଉପୋକ ପ୍ରଜଜନ,ପୋଷଣ ଓ ସଂକ୍ରମଣ ପାଇଁ ଅନୂକୁଳ ପାଣିପାଗରେ ରୋଗ ସଂକ୍ରମଣ ସହଜରେ ହୋଇଥାଏ.