TSV
ଭୁତାଣୁ
ପ୍ରଥମେ ସଂକ୍ରମିତ ଗଛରେ ଛୋଟ, ଅସମ ଆକାରର ରଙ୍ଗହୀନ ଦାଗ ପତ୍ରରେ ଦେଖାଯାଏ ଯାହାର ବ୍ୟାସ 2-5 ମିମି ମଧ୍ୟରେ ହୋଇଥାଏ. ସମୟାନୁକ୍ରମେ ଏହି ଚିହ୍ନ ସବୁ ହଳଦିଆ ରୁ ବାଦାମୀ ରଙ୍ଗର 5-15 ମିମି ର ଚକଡା ରେ ପରିଣତ ହୋଇଯାଏ. ଏହାଦ୍ୱାରା ପାତ୍ରରେ ଏକ ଅସମ ଆକାରର ମୋଜାଇକ ସଂରଚନା ଦେଖାଯାଏ. ପତ୍ର ପଚି ଯାଏ ଏବଂ ଅସମୟରେ ଝଡି ଯାଇପାରେ ଯାହା ଦ୍ୱାରା ଗଛର ଡାଳପତ୍ର ଆଚ୍ଛାଦନ କମ ହୋଇଯାଏ ଏବଂ ବକରା ମଧ୍ୟ ଅପରିପକ୍ଵ ଅବସ୍ଥାରୁ ଝଡ଼ିପଡ଼େ. ଏହାଦ୍ୱାରା ଉତ୍ପାଦନ ବହୁତ ପରିମାଣରେ କମ ହୋଇପାରେ. ସଂକ୍ରମିତ ପତ୍ରର ପତ୍ର ହଳଦିଆ ହୋଇଯାଏ, ମୋଟା ହୋଇଯାଏ ତଥା ବିକୃତକାର ହୋଇଯାଏ. କଅଁଳ ପତ୍ରରେ ଏହି ରୋଗର ଲକ୍ଷଣ ବାରମ୍ବାର ଦେଖାଯାଇଥାଏ ଯାହା ସୁସ୍ଥ ପତ୍ର ଅପେକ୍ଷା ମଳିନ ଦେଖାଯାଏ ଯାହାର ଟିପ ବହୁତ ସମୟରେ ବଢିବା ବାଣ୍ଡ ହୋଇଯାଇଥାଏ. ଫସଲରେ ସଂକ୍ରମିତ ଜାଗା ସେଥିପାଇଁ ସାଧାରଣତଃ ମଳିନ ଦେଖାଯାଇଥାଏ.
ଏହି ରୋଗର ତମ୍ବାଖୁ ସ୍ଟ୍ରିକ ଭୁତାଣୁ ପ୍ରତିକାର ପାଇଁ କୌଣସି ସିଧା ସଳଖ ଜୈବିକ ଉପଚାର ନାହିଁ. କିନ୍ତୁ ଏହି ଆଫିଡ଼ ଓ ଥ୍ରୀପ ଭଳି ରୋଗବାହକ ପୋକ ନିୟନ୍ତ୍ରଣ ପାଇଁ ଅନେକ ପ୍ରକାରର ଉପାୟ ଉପଲବ୍ଧ ଅଛି.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଭୁତାଣୁ ଜନିତ ରୋଗର କୌଣସି ସିଧା ସଳଖ ପ୍ରତିକାର କିଛି ନାହିଁ. କିନ୍ତୁ ବାହକ ପୋକ ଯଥା ଆଫିଡ଼, ଥ୍ରୀପ ଏବଂ ଅନ୍ୟ ଶୋଷକ ଜାତୀୟ ପୋକ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରେ. ଥ୍ରୀପ ଏବଂ ଆଫିଡ଼ର ରାସାୟନିକ ପ୍ରତିକାର ପାଇଁ ପାଇଁ ରାସାୟନିକ ପ୍ରତିକାରର ଡାଟା ଦେଖନ୍ତୁ ଉଦାହରଣ ସ୍ୱରୂପ ଫିପ୍ରୋନିଲ (2 ମିଲି ପ୍ରତି ଲିଟର) କିମ୍ବା ଥାଇଆମିଥୋକ୍ସମ (0.2 ଗ୍ରା ପ୍ରତି ଲିଟର).
ଏହି ରୋଗର ଲକ୍ଷଣ ଏକ ଭୁତାଣୁ ଦ୍ୱାରା ହୋଇଥାଏ ଯାହା ଅନେକ ଫସଲ ଯଥା ତମ୍ବାଖୁ (ସେଥିପାଇଁ ଏହାର ସାଧାରଣ ନାମ) ଶତାବରୀ, ଷ୍ଟ୍ରବେରି, ସୂର୍ଯ୍ୟମୁଖୀ, ସୋୟାବିନ. ଯେହେତୁ ଏହି ଭୁତାଣୁ ବିହନରୁ ଆସିପାରେ ସେଥିପାଇଁ ପ୍ରାଥମିକ ସଂକ୍ରମଣ ବିହନରୁ ହୋଇପାରେ. ପରବର୍ତ୍ତୀ ସମୟରେ ଏହା ଗଛରୁ ଗଛକୁ ବିସ୍ତାରିତ ହୋଇଥାଏ ଯାହା ବାହକ ପୋକ କିମ୍ବା କୃଷି କାର୍ଯ୍ୟ ଯୋଗୁଁ ଗଛରେ ଆଘାତ ଲାଗିବା ପରେ ହୋଇଥାଏ. ଲକ୍ଷଣ ତଥା ଉତ୍ପାଦକତା ଉପରେ କେତେ ପ୍ରଭାଵ ପଡିଥାଏ ତାହା କପାର କିସମ, ପାଣିପାଗ (ତାପମାନ ଓ ଆର୍ଦ୍ରତା) ତଥା ଫସଲର କେଉଁ ଅବସ୍ଥା ରେ ସଂକ୍ରମଣ ହୋଇଥାଏ ତାହା ଉପରେ ନିର୍ଭର କରେ. ବିହନଗତ ରୋଗ ଅପେକ୍ଷା ଆଫିଡ଼ ଦ୍ୱାରା ଡେରିରେ ସଂକ୍ରମଣ ସାଧାରଣତଃ ଗମ୍ଭୀର ରୂପ ହୋଇ ନଥାଏ.