BYMV
ଭୁତାଣୁ
ଭୂତାଣୁ ପ୍ରକାର ,ଫସଲ, କିସମ, ସଂକ୍ରମଣ ସମୟରେ ଫସଲର ଅବସ୍ଥା ଏବଂ ପରିବେଶ ପରିସ୍ଥିତି ଅନୁସାରେ ଲକ୍ଷଣ ଅଲଗା ଅଲଗା ହୁଏ । ପତ୍ରରେ ଅଗ ବିବର୍ଣ ହୁଏ, ଦାଗ ଓ ହଳଦିଆ ପେଚ ଦେଖାଯାଏ । ଯାହାହେଲେବି ,ପତ୍ର ଉପରେ ହଳଦିଆ ଓ ସବୁଜ ରଙ୍ଗର ଦାଗ ( mottling ) ଏକ ପ୍ରମୁଖ ଲକ୍ଷଣ। କେତେକ କ୍ଷେତ୍ରରେ ଉଚ୍ଚା ହୋଇଥିବା ସବୁଜ ଚିହ୍ନ ପେଚ ଚାରିପଟେ ହଳଦିଆ ରଙ୍ଗର ଥାଏ । ବେଳେବେଳେ ପତ୍ରର ଶିରା ପ୍ରଶିରା ଦେଖାଯାଏ ନାହି । ଅସମତୁଳ ବୃଦ୍ଧି ଯୋଗୁଁ ପାତ୍ର ବିକୃତି ହୋଇଯାଏ ଓ ପାତ୍ର ଧାର ମୋଚା ହୋଇଯାଏ । ବିନ ଫଳ ସିଧାସଳଖ ପ୍ରଭାବିତ ନହେଲେ ବି ଏହାର ବୃଦ୍ଧିରେ ହ୍ରାସ ହୁଏ ଓ ଅଳ୍ପ ମଞ୍ଜି ରହେ । ମୋଟାମୋଟି ଭାବରେ ଗଛରେ ରୁଗୁଡିଆ ବୃଦ୍ଧି ହୁଏ ।
ବିନ ମୋଜାଇକ ଭୂତାଣୁ କମେଇବା ପାଇଁ ଜଉ ପୋକର ନିୟନ୍ତ୍ରଣ ଆବଶ୍ୟକ ଅଟେ । ପତ୍ରର ତଳପଟେ ନିରୀକ୍ଷଣ କରନ୍ତୁ , ଯଦି ମିଳେ , ତାହାହେଲେ କୀଟନାଶକ ସାବୁନ,ନିମ୍ବ ତେଲ କିମ୍ବା ପାଇରଥ୍ରୋଇଦ ଥିବା ଜୈବିକ ପଦାର୍ଥ ଦ୍ଵାରା ଉପଚାର କରନ୍ତୁ । ଜଉ ପୋକକୁ ଖାଉଥିବା ପରଭକ୍ଷୀମାନଙ୍କୁ ବ୍ୟବହାର କରନ୍ତୁ ।
ଯଦି ମିଳେ , ସର୍ବଦା ଏକ ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ପାଇଁ କୌଣସି ଉପଚାର ନାହିଁ ଏବଂ ଜଉ ପୋକର ସମ୍ପୂର୍ଣ ନିୟନ୍ତ୍ରଣ କଷ୍ଟକର ଅଟେ । ବାସ୍ତବରେ ,ଭୂତାଣୁ ବହନ କରୁଥିବା ଜଉ ପୋକ ସହଜରେ ମରନ୍ତି ନାହି । ଖଣିଜ ତେଲ ( 1%) କେବଳ କିମ୍ବା କୀଟନାଶକ ସହିତ ମିଶାଇ ପ୍ରୟୋଗ କାଲେ ଏହା କମିପାରେ । ଯାହାହେଲେବି , ଏହା ଖର୍ଚ୍ଚବହୁଳ ଏବଂ ନୂଆ ଡାଳକୁ ରକ୍ଷା କାରିବାକୁ ବାରମ୍ବାର ପ୍ରୟୋଗ କରିବାକୁ ପଡିବ ।ଗଛର ଅମଳ ମଧ୍ୟ କମିପାରେ ।
ବିନ ହଳଦିଆ ମୋଜାଇକ ଭୂତାଣୁ ଯୋଗୁଁ ଏଥିରେ ଲକ୍ଷଣ ଦେଖାଯାଏ । ବେଳେବେଳେ, ଏଥିରେ ଅନ୍ୟ ଭୂତାଣୁ ସହିତ ସହ ସଂକ୍ରମଣ ଦେଖାଯାଏ ଯାହାକି ଲକ୍ଷଣର ପ୍ରକାର ଭେଦ ସୂଚିତ କରେ ଉଦାହରଣ ସ୍ଵରୂପ କାକୁଡିର ମୋଜାଇକ ଭୂତାଣୁ । ଏହା କେତେକ ପ୍ରଧାନ ଡାଲି ଜାତୀୟ ଫସଲ ଯଥା ଚିନାବାଦାମ ,ସୋୟାବିନ , ଶିମ୍ବ ଆଦିକୁ ମଧ୍ୟ ଏହା ସଂକ୍ରମଣ କରିପାରେ ।ତ୍ରିପତ୍ରକ ଘାସ, ଅଲଫାଲଫା,,ଗ୍ଲାଡିୟଲସ ଆଦିର କେତେକ ପ୍ରଜାତି ପରବର୍ତ୍ତୀ ପୋଷକ ଫସଲ ଭାବେ କାର୍ଯ୍ୟ କରେ ।ଗୋଟିଏ ଗଛରୁ ଅନ୍ୟ ଗଛକୁ ଏହି ଭୂତାଣୁ ସାଧାରଣତଃ ବାହକ ପୋକ ଦ୍ଵାରା ସଂକ୍ରମିତ ହୋଇଥାଏ ,ଯଦିଓ ଏହା ବିହନ ବାହିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ପ୍ରାୟ କୋଡିଏରୁ ଅଧିକ ପ୍ରଜାତିର ଜଉ ପୋକ ଏହାକୁ ଅସ୍ଥାୟୀ ଭାବରେ ବହନ କରନ୍ତି ।ଏହା କଲମୀ କିମ୍ବା ଜନ୍ତ୍ର ଦ୍ଵାରା ମଧ୍ୟ ସଂକ୍ରମିତ ହୋଇପାରେ ।