TMV
ଭୁତାଣୁ
ଯେ କୌଣସି ଅବସ୍ଥାରେ ଗଛର ସବୁ ଅଂଶ ପ୍ରଭାବିତ ହୋଇପାରେ । ଲକ୍ଷଣ ପରିବେଶର ପରିସ୍ଥିତି ( ଆଲୋକ ,ଆଲୋକ ଦିନ , ତାପମାତ୍ରା ) ଆଦି ଉପରେ ନିର୍ଭର କରେ । ସଂକ୍ରମିତ ପତ୍ରରେ ସବୁଜ ଓ ହଳଦିଆ ଚିତ୍ରିତ ଚିହ୍ନ ଦେଖାଯାଏ । ନୂଆ ପତ୍ରଗୁଡ଼ିକ ଅଳ୍ପ ପ୍ରଭାବିତ ହୁଅନ୍ତି । ପୁରୁଣା ପତ୍ରରେଉଚ୍ଚା ଗାଢ ସବୁଜ ଜାଗା ରହେ । କେତେକ କ୍ଷେତ୍ରରେ କାଣ୍ଡ ଓ ଡେମ୍ଫରେ ଗାଢ ବିଗଳିତ ଚିହ୍ନ ଦେଖାଯାଏ । ଗଛ ରୁଗୁଡିଆ ହୁଏ ଓ ଫଳ ଧରିବା କମିଯାଏ ।ଅସମତୁଲ ପାଚିଲା ଫଳରେ ବାଦାମୀ ଚିହ୍ନ ହୁଏ ଓ ଏହାର ଅନ୍ତଃ ଟିସୁରେ ବାଦାମୀ ଧଳା ଚିହ୍ନ ହୁଏଅମଳ ବହୁମାତ୍ରାରେ କମିଯାଏ ।
70 ଡିଗ୍ରୀ C ରେ 4 ଦିନ କିମ୍ବା 82 ରୁ 85 ଡିଗ୍ରୀ C ରେ 24 ଘଣ୍ଟା ରାଖୀ ବିହନ ଶୁଖେଇଲେ ଭୂତାଣୁ ନଷ୍ଟ ହୁଅନ୍ତି । ଟ୍ରାଇସୋଡିଅମ ଫୋସଫଟ 100 ଗ୍ରାମ ପ୍ରତି 1 ଲିଟର ପାଣିରେ ଭଲଭାବରେ ମିଶାଇ ବିହନକୁ 15 ମିନତ ବୁଡାଇ ରଖି ଶୁଖାଇଲେ ଏହା କମେ ।
ସର୍ବଦା ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଟମାଟୋ ମୋଜାଇକ ଭୂତାଣୁ ପାଇଁ କୌଣସି ନିୟନ୍ତ୍ରଣ ନାହି ।
ଶୁଖିଲା ମାଟିରେ ଗଛ ବା ଚେର ଅବଶେଷରେ ଏହି ଭୂତାଣୁ ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ରହିପାରେ ( ଅଧିକାଂଶ ମାଟିରେ 1 ମାସ ) । ଚେରରେ ଅଳ୍ପ ଆଘାତ ପାଇଲେ ଗଛ ସଂକ୍ରମିତ ହୋଇପାରେ । ସଂକ୍ରମିତ ବିହନ ,ଚାରା , ଘାସ ଓ ସଂକ୍ରମିତ ଗଛ ଅଂଶ ଦ୍ଵାରା ଏହି ଭୂତାଣୁ ବିସ୍ତାର ଲାଭ କରେ । ଜମିରୁ ଜମିକୁ ଏହି ଭୂତାଣୁ ପବନ , ବର୍ଷ ,ଡିଆଁ ପୋକ , ଛୋଟ ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀ ଦ୍ଵାରା ବିସ୍ତାର କରେ । ଭୁଲ ଚାଷ ପଦ୍ଧତି ମଧ୍ୟ ଭୂତାଣୁ ପରିବହନ କରିପାରେ ।ଦିନର ଆଲୋକ ସମୟ , ତାପମାତ୍ରା ଓ ଆଲୋକର ତୀବ୍ରତା, ଗଛ କିସମ , ବୟସ ମଧ୍ୟ ସଂକ୍ରମଣ ମାତ୍ରା ନିର୍ଦ୍ଧାରଣ କରେ ।