ULCV
ଭୁତାଣୁ
ସଂକ୍ରମିତ ବିହନରୁ ହୋଇଥିବା ତୃତୀୟ ତ୍ରିପତ୍ରଟି ଆକାରରେ ବଡ ଦେଖାଯାଏ । ପତ୍ରଗୁଡ଼ିକ ସାଧାରଣ ପତ୍ରଠାରୁ ଫିକା ସବୁଜ ଦେଖାଯାଏ। ନିର୍ଦ୍ଦିଷ୍ଟ ଲଳ ରଙ୍ଗର ବିବର୍ଣତା ସହିତ ଡେମ୍ଫ ଛୋଟ ଓ ପତ୍ରଶିରା ମୋଟା ହୁଏ। ଲଗାଇବାର ଏକ ମାସ ପରେ ପାତ୍ର ସୁଖିବା ଓ କୁଞ୍ଚନ ହେବା ଆରମ୍ଭ ହୁଏ ଓ ଖଦଡା ଓ ଚମଡା ଭଳି ହୁଏ। ବିଳମ୍ବ ବୃଦ୍ଧି ଅବସ୍ଥାରେ ବାହକ ପୋକ ଦ୍ଵାରା ସଂକ୍ରମିତ ଗଛରେ ନୂଆ ପତ୍ରରେ ଲକ୍ଷଣ ଦେଖାଯାଏ । ପୁରୁଣା ପତ୍ର ଲକ୍ଷଣ ମୁକ୍ତ ରହେ । ପତ୍ରରେ ଶିରାର ସ୍ପଷ୍ଟ ପାଣ୍ଡୁରତା ଦେଖାଯାଏ ଓ ଫୁଲ ବିକୃତ ହୋଇଯାଏ । ଛୋଟ ଫୁଲ କଢି ଓ ରୁଗୁଡିଆ ବୃଦ୍ଧି ଦେଖାଯାଏ । କେତେକ ଉତ୍ପାଦିକା ଫୁଲରେ ବିବର୍ଣ ଓ ବଡ ମଞ୍ଜି ଦେଖାଯାଏ । ପରାଗ ରରେଣୁ ଉର୍ବରତା ଓ ଫଳ ହେବ ପ୍ରଭାବିତ ହୋଇ ଅମଳ କମିଯାଏ ।
ସଂକ୍ରମଣ ନିୟନ୍ତ୍ରଣ କମାଇବା ପାଇଁ ବିଭିନ୍ନ ପ୍ରକାର ଜୈବିକ ମାଧ୍ୟମ ନିଆଯାଇପାରେ । ସୁଡ଼ୋମୋନସ ଫ୍ଲୁରେସେନ୍ସ ର ମାଟି ଓ ପତ୍ର ସିଂଚନ ବାହକ ସଂଖ୍ୟା କମାଏ । ଏହା ଦେଖାଯାଇଛି ଯେ ସଦ୍ୟ ଲହୁଣୀ କ୍ଷୀର ରୋଗ ସଂକ୍ରମଣ ଉପରେ ପ୍ରଭାବ ପକାଏ । ମିରାବିଲିସ ଜଳପା , କଥାରନ୍ଥାସ ରୋଜେଆସ , ଡାତୁରା ମେଟାଲ ,ବାଗନଭିଲା ସ୍ପେକ୍ତାବିଲିସ ଓ ନିମ୍ବର ନିର୍ଯ୍ୟାସ ଜମିରେ ଭୂତାଣୁ ଉପରେ ପ୍ରଭାବ ପକାଏ
ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ପାଇଁ ରାସାଯନିକ ନିୟନ୍ତ୍ରଣ ବ୍ୟବସ୍ଥା ନାହି , କିନ୍ତୁ ଶରୀର ଚର କୀଟନାଶକ ପ୍ରୟୋଗ କରି ବାହକ ସଂଖ୍ୟା କମାଯାଇପାରେ । ଇମିଦାକ୍ଲୋର୍ପିଦ 70 WS@ 5ml ପ୍ରତି 1 କେଜି ବିହନରେ ବିହନ ଉପଚାର କରାଯାଏ । ଡାଇମେଥୋଏଟ କୀଟନାଶକ ପତ୍ର ସିଂଚନ ରୂପେ ବ୍ୟବହାର କରାଯାଏ । 2,4-ଡିକ୍ସୋହେକ୍ସାହାଇଡ୍ରୋ 1,3,5-ଟ୍ରାଇଆଜିନ (DHT )ଭୂତାଣୁ ସଂକ୍ରମଣ କମାଏ ଓ ଏହାର ଉଷୁମେଇବା ସମୟ ବଢାଏ ।
ଏହି ଭୂତାଣୁ ବିହନ ବାହିତ ଅଟେ ,ତେଣୁ ପ୍ରାରମ୍ଭିକ ଲକ୍ଷଣ ଚାରାରେ ଦେଖାଯାଏ । ଗଛକୁ ଗଛ ପରବର୍ତୀ ସଂକ୍ରମଣ ବାହକ ପୋକ ଦ୍ଵାରା ହୁଏ ଯିଏ ଗଛ ରସ ଖାଏ ଯଥା ଯାଉ ପୋକ , ଧଳା ମାଛି ଓ ପତ୍ର ଖିଆ ବିଟଲ । ଭୂତାଣୁ ସଂକ୍ରମଣ ମାତ୍ରା ଏବଂ ରୋଗ ବିସ୍ତାର ଗଛର ସହିବା ଶକ୍ତି , ବାହକର ସଂଖ୍ୟା ଓ ପାଣି ପାଗ ଦ୍ଵାରା ନିର୍ଦ୍ଧାରିତ ହୁଏ । ରୋଗ ସଂକ୍ରମଣର ସମୟ ଅନୁସାରେ ଅମଳ 35 ରୁ 81% ପର୍ଯ୍ୟନ୍ତ କମିପାରେ ।