RTBV
ଭୁତାଣୁ
ଫସଲ ଗୁଡିକ ହୁଏତ ଉଭୟ ଆରଟିବିଭି ଓ ଆରଟିଏସଭି ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇ ପାରନ୍ତି କିମ୍ବା ପ୍ରତ୍ୟେକ ଭୁତାଣୁ ଦ୍ୱାରା ଅଲଗା ହୋଇ ପାରନ୍ତି । ଉଭୟଙ୍କ ଦ୍ୱାରା ସଂକ୍ରମିତ ଫସଲ ରେ 'ଟୁଙ୍ଗରୋ ଲକ୍ଷଣ' ଭାବେ ଜଣା ଶୁଣା ଲକ୍ଷଣ ସାଧାରଣତଃ ଦେଖା ଯାଇଥାଏ ଯେଉଁଥିରେ ରୁଗୁଡିଆ ହୋଇଯାଏ ଓ ପିଲ ସଂଖ୍ୟା କମ ହୋଇଥାଏ । ବର୍ଣହୀନ ପତ୍ର ଗୁଡିକ ଉପରେ ଅସମ, ଛୋଟ ମାଟିଆ କଳା ଦାଗ ଦେଖା ଦିଏ. କଅଁଳ ପତ୍ର ଗୁଡିକର ଶିରା ମଧ୍ୟବର୍ତ୍ତୀ ଜାଗାରେ ପାଣ୍ଡୁରତା ଦେଖାଯାଇଥାଏ । ମୃଦୁ ଲକ୍ଷଣ ଗୁଡିକ ଏକା ଆରଟିବିଭି ଓ ଆରଟିଏସଭି ରେ ହି ଦେଖା ଯାଇ ଥାଏ (ଉଦାହରଣ ସ୍ୱରୂପ, ମୃଦୁ ରୁଗୁଡିଆ ଓ ପତ୍ର ଉପରେ କୌଣସି ହଳଦିଆ ଦାଗ ଦେଖା ନଯିବା) । ଏହି ଲକ୍ଷଣ ଗୁଡ଼ିକୁ ପୋଟାସିୟମ ଅଭାବ ରୋଗ ସହ ଭୁଲ ବୁଝା ଯାଇ ପାରେ, କିନ୍ତୁ ଟୁଙ୍ଗରୋ ରୋଗ ଜମି ରେ ଠାଏଁ ଠାଏଁ ହୁଏ, ଯେତେବେଳେ କି ପୋଟାସିୟମ ଅଭାବ ରୋଗ ପୁରା ଜମି ରେ ଦେଖା ଯାଇ ଥାଏ.
ସବୁଜ ପତ୍ରଡିଆଁ ରୋଗବାହକ କୁ ଆକୃଷ୍ଟ ଓ ନିୟନ୍ତ୍ରଣ କରିବା ପାଇଁ ତଥା ସଂଖ୍ୟା କୁ ନିରୀକ୍ଷଣ କରିବା ପାଇଁ ସଫଳତା ର ସହିତ ବ୍ୟବହାର କରା ଯାଇପାରିଛି । ଭୋର ସଖାଳୁ, ପତ୍ର ଡିଆଁ ପୋକ ମାନଙ୍କୁ ଦ୍ୱାରା ଧରି ନଷ୍ଟି କରାଯାଇପାରେ, ବିକଳ୍ପ ଭାବେ କୀଟନାଶକ ସ୍ପ୍ରେ/ଛିଞ୍ଚିବା ଦ୍ୱାରା ମରା ଯାଇ ପାରେ । ଏହାକୁ ନିୟମିତ ଭାବେ ଅଭ୍ୟାସ କରା ଯିବା ଉଚିତ ଅଟେ ।
ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । ଚାରା ରୋପଣ କରିବାର 15 ଓ 30 ଦିନ ପାରେ ବ୍ୟୁପ୍ରୋଫେଯ଼ିନ କିମ୍ବା ପାଇମେଟ୍ରୋଯ଼ିନ କୁ ସମୟୋଚିତ ପ୍ରୟୋଗ କଲେ ଏହା ଫଳପ୍ରସୂ ଭାବେ କାମ କରି ପାରେ । ଯାହାହେଲେବି, ପୋକ ଗୁଡିକ ଚାରିପାଖରେ ଥିବା ଜମି କୁ ବ୍ୟାପି ଯାଇ ପାରନ୍ତି ଓ କମ ସମୟ ମଧ୍ୟ ରେ ଟୁଙ୍ଗରୋ ରୋଗ ତୀବ୍ର ଭାବେ ବ୍ୟାପି ଯାଇ ପାରେ । ତେଣୁ, ଫସଲ ଚାରିପାଖରେ ଥିବା ଗଛ ଗୁଡିକୁ ମଧ୍ୟ କୀଟନାଶକ ସାହାଯ୍ୟ ରେ ସିଞ୍ଚନ କରାଯିବ ଉଚିତ ଅଟେ । କ୍ଲୋରପାଇରିଫୋସ, ଲମ୍ବଡା ସାଇହାଲୋଥ୍ରୀନ କିମ୍ବା ଅନ୍ୟ କୃତ୍ରିମ ପାଇରେଥ୍ରୋଏଡ଼ ଅନୁପାତ ଥିବା ସାମଗ୍ରୀ ର ବ୍ୟବହାର କରନ୍ତୁ ନାହିଁ, ଯାହା ଦ୍ୱାରା ଗଛ ଡିଆଁ ପୋକ ଗୁଡିକ ଆଂଶିକ ଭାବେ ପ୍ରତିରୋଧି ହୋଇ ଯାଆନ୍ତି.
ଭୁତାଣୁ ଗୁଡିକ ନେଫୋଟେଟିକ୍ସ ନାମକ ଗଛଡିଆଁ ପୋକ ଦ୍ୱାରା ପରିବାହିତ ହୋଇଥାନ୍ତି । ଟୁଙ୍ଗରୋ ରୋଗ ଟି ଉଚ୍ଚ ଅମଳ କ୍ଷମ ଚାଉଳ ଜମି ଯାହାର କମ ବୃଦ୍ଧି କାଳ ଥାଏ, ସେଠାରେ ପ୍ରଚୁର ଭାବେ ଦେଖା ଯାଇ ଥାଏ, ଯାହା କି ଧାନ ଚାଷୀଙ୍କୁ ଗୋଟେ ବର୍ଷରେ ଧାନ ର ଦୁଇଟି ଫସଲ ବଢେଇବାର ସୁଯୋଗ ଦେଇ ଥାଏ । ଥରେ ଧାନ ଗଛ ଟୁଙ୍ଗରୋ ରୋଗ ରେ ଆକ୍ରାନ୍ତ ହୋଇଗଲେ , ଏହାର ଉପଚାର କରା ଯାଇ ପାରେ ନାହିଁ , ସିଧାସଳଖ ରୋଗ ନିୟନ୍ତ୍ରଣ ଅପେକ୍ଷା ନିବାରଣ ଉପାୟ ଗୁଡିକ ଅଧିକ ଫଳପ୍ରଦ ହୋଇ ଥାଏ ।ଏକ ବର୍ଷରେ ଦୁଇଟି ଧାନ ଫସଲ ବ୍ୟବସ୍ଥା ଓ ଧାନ ର ଆନୁବଂଶିକ ସମାନତା ଜମି ରେ ଟୁଙ୍ଗରୋ ରୋଗ ହେବା ର ଏକ ମୁଖ୍ୟ କାରଣ ମଧ୍ୟ ରୁ ଅନ୍ୟତମ ଅଟେ । ବର୍ଷାଧାର କିମ୍ବା ଢିପ ଜମି ଧାନ ଅପେକ୍ଷା ଜଳସେଚିତ ଅଂଚଳ ର ଧାନ ଫସଲ ଗୁଡିକ ଅଧିକ ରୋଗ ପ୍ରବଣ ହୋଇ ଥାଆନ୍ତି । ଫସଲ ଅବଶେଷ ଓ ମୂଳିଗୁଡିକ ମଧ୍ୟ ସଂକ୍ରମଣ ର ଏକ ଉତ୍ସ ଅଟେ.