CCDV
ଭୁତାଣୁ
ନୁଆଁ ପତ୍ରର ଟିପରେ V - ଆକୃତିର ଏକ ନଚ ବା ଦାଗ ସୃଷ୍ଟି ହୁଏ ଯାହା ଧୀରେ ଧୀରେ ତଳ ଆଡକୁ ବଙ୍କେଇ ଯାଏ. ଏହା ପତ୍ରର ଗୋଟିଏ ପଟେ କିମ୍ବା ଦୁଇ ପଟେ ଦେଖାଦେଇଥାଏ. ବୁଢା ପତ୍ର ଛୋଟ ହୋଇଯାଏ କିମ୍ବା ଶୁକୁଡ଼ି ଯାଇଥାଏ. ଡାଳ ରେ ବିଭିନ୍ନ ପ୍ରକାର ବିକୃତ ଲକ୍ଷଣ ଯେମିତିକି ଭାଙ୍ଗ ପଡିଯିବା, ମୋଡି ହୋଇଯିବା, ଓଲଟା କପ୍ ସୃଷ୍ଟି ହେବା ( ନୌକା ପରି ପତ୍ର) ଦେଖାଯାଏ. ସାଧାରଣତଃ ପତ୍ରରେ ରଙ୍ଗହୀନ ଦାଗ ଦେଖାଯାଇଥାଏ ଏବଂ ଏହା ମୁଖ୍ୟତଃ ଏହି ରୋଗ ଯୋଗୁଁ ହୋଇଥିବା ଖାଦ୍ୟସାର ଅଭାବରୁ ହୋଇଥାଏ. ସଂକ୍ରମିତ ଯୁବ ଗଛ ବୁଦା ପରି ଓ ବାଙ୍ଗରା ଦେଖାଯାଏ କାରଣ ଗଣ୍ଠିରୁ ଗଣ୍ଠିର ବ୍ୟବଧାନ କମିଯାଇଥାଏ. ଏହି ରୋଗର ଲକ୍ଷଣ ବୟସ୍କ ଗଛ ସବୁ ର ଗୋଟିଏ ଭାଗକୁ ହିଁ ସଂକ୍ରମଣ କରିପାରେ ଏବଂ ଏହା ପ୍ରଥମ କିମ୍ବା ଦ୍ଵିତୀୟ ନୁଆଁ ବଢୁଥିବା ଅଂଶରେ, ସଂକ୍ରମଣର 5 ରୁ 8 ସପ୍ତାହ ପରେ ଦେଖାଯାଇପାରେ. ଲକ୍ଷଣ ସବୁ 20-25°C ତାପମାନରେ ବିକଶିତ ହୋଇପାରେ ଏବଂ 30 to 35°C ତାପମାନରେ ସ୍ପଷ୍ଟ ଭାବେ ଦେଖାଦେଇଥାଏ.
CCDVର ସଂକ୍ରମଣ କିମ୍ବା ତୀବ୍ରତା କୁ କମ କରିବା ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ଉପାୟ ବିଷୟରେ ଜଣା ନାହିଁ. ଏଥିପାଇଁ ଦୁଃଖିତ. ଏହି ରୋଗ ନିୟନ୍ତ୍ରଣ ପାଇଁ ଆପଣ କିଛି ଉପାୟ ଜାଣିଛନ୍ତି ତେବେ ଆମ ସହ ସମ୍ପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଭୁତାଣୁ ଜନିତ ରୋଗ କୌଣସି ରାସାୟନିକ ଉପାୟରେ ନିୟନ୍ତ୍ରଣ କରାଯାଇପାରେ ନାହିଁ. ବେବେରୀ ଧଳାମାଛି (Parabemisia myricae) ର ନିୟନ୍ତ୍ରଣ ପାଇଁ ଏସିଟାମିପ୍ରିଡ଼ (acetamiprid), ବୁପ୍ରୋଫେଜିନ (buprofezin) ଏବଂ ପାଇରିପ୍ରୋକ୍ସିଫେନ (pyriproxyfen) ଥିବା ଫର୍ମୁଲା ବ୍ୟବହାର କରାଯାଇପାରେ.
ଲେମ୍ବୁର ରଙ୍ଗହୀନ ବାଙ୍ଗରା ଭୁତାଣୁ {citrus chlorotic dwarf virus (CCDV)} ଦ୍ୱାରା ଏହି ରୋଗ ହୋଇଥାଏ. ସଂକ୍ରମଣର ପ୍ରଥମ ବର୍ଷରେ ଗଛରେ ଫୁଲ ଫଳ ସାମାନ୍ୟ ହୋଇଥାଏ କିନ୍ତୁ ପରବର୍ତ୍ତୀ ବର୍ଷ ରେ ଉଭୟ ଫୁଲ ଆସିବା ଓ ଫଳ ଧରିବା ବହୁତ କମ ହୋଇଯାଇଥାଏ ଯାହା ଗଛର ସାମର୍ଥ୍ୟ କମିଯିବାର ସୂଚନା ଦେଇଥାଏ. ଏହି ରୋଗ ମୁଖ୍ୟତଃ କଲମୀ ଦ୍ୱାରା ବ୍ୟାପିଥିବା ଅବ୍ୟବସ୍ଥା ବୋଲି ଧରା ନିଆଯାଇଥାଏ. କିନ୍ତୁ, ବାହକ ପୋକ, ବେବେରୀ ଧଳାମାଛି (Parabemisia myricae) ଦ୍ୱାରା ମଧ୍ୟ ଏହା ବ୍ୟାପିଥାଏ. ବାହକ ପୋକ ଯୋଗୁଁ ଏହି ରୋଗର ପ୍ରସାର ଅତି ଶୀଘ୍ର ଓ ବ୍ୟାପକ ଅଞ୍ଚଳରେ ହୋଇପାରେ. କେତେକ ଲେମ୍ବୁ ଜାତୀୟ ଫସଲରେ ଏହି ରୋଗ ସାଙ୍ଘାତିକ ହୋଇଥାଏ ଏବଂ ଫଳ ସଂଖ୍ୟା କମିଯିବ ଯୋଗୁଁ ପ୍ରବଳ କ୍ଷତି (ଗ୍ରେପ ଫ୍ରୁଟରେ 50%) ହୋଇଥାଏ. କିଛି କିସମରେ ଯେମିତିକି ମିଠା କମଳା ରେ ଏହି ରୋଗ ପ୍ରତି କିଛି ମାତ୍ରାରେ ସହନଶୀଳତା ସୃଷ୍ଟି ହୋଇଛି, କିନ୍ତୁ ସଂକ୍ରମିତ ଗଛ CCDV ର ଉତ୍ସ ଭାବେ କାମ କରିପାରେ.