CEVd
ଭୁତାଣୁ
ସାଧାରଣତଃ ଏହି ରୋଗ ପ୍ରତି ସମ୍ବେଦନାଶୀଳ କଲମୀ ମୂଳ ରୁ ହୋଇଥିବା ପ୍ରାୟ 4 ବର୍ଷ ବୟସର ଗଛରେ ଏହି ରୋଗର ଲକ୍ଷଣ ଦେଖାଦେଇଥାଏ. ଏହି ଲକ୍ଷଣ ଗୁଡିକ ହେଲା ବକଳାରେ କାତି ଛାଡିବା, ଡାଳପତ୍ରରେ ଅତ୍ୟଧିକ ରଙ୍ଗ ଛାଡ଼ିଯିବା ଏବଂ ଗଛ ଅଧିକ ବାଙ୍ଗରା ହୋଇଯିବା. ବକଳା ରୁ କାତି ଛାଡିବା କହିଲେ ବୁଝାଯାଏ ଯେ କଳାମୀର ଗଣ୍ଠି ଉପରକୁ ଥିବା ବକଳା ଫାଟିଯିବା ଓ ଝଡିଯିବା. ତ୍ରିପତ୍ରି କମଳା (trifoliate orange), ପୋନସିରସ ଟ୍ରାଇଫୋଲିଆଟା (Poncirus trifoliata) ର ମୂଳ ରୁ ହୋଇଥିବା କଲମୀ ଗଛ ଗୁଡିକ ପ୍ରବଳ ଭାବେ ଆକ୍ରାନ୍ତ ହୋଇଥାନ୍ତି. ସାଇଟ୍ରାଞ୍ଜ (citrange) ର ମୂଳରୁ ହୋଇଥିବା ଗଛ ରେ ରୋଗର ଲକ୍ଷଣ ଟିକେ ଡେରିରେ ଦେଖାଦେଇଥାଏ ଏବଂ ବାଙ୍ଗରା ହୋଇଯିବାର ମାତ୍ରା ମଧ୍ୟ ଅଧିକ ନୁହେଁ ଏବଂ ଏଥିରେ ବକାଳର କାତି ଛାଡିବା ଲକ୍ଷଣ ମଧ୍ୟ ସବୁବେଳେ ଦେଖାଦେଇ ନଥାଏ. ଅନ୍ୟ ସମ୍ବେଦନଶୀଳ ମୂଳ ରେ ଗଛର ସାଧାରଣ ପତନ ଏବଂ କେବେକେବେ ମୂଳ ପାଖରେ ବକଳାରୁ ପରସ୍ତ ବାହାରିବା ପରି ଲକ୍ଷଣ ମଧ୍ୟ ଦେଖାଦେଇଥାଏ. ଏକ୍ସୋକର୍ଟିସ ରୋଗ ର ଫଳର କ୍ୱାଲିଟି ଉପରେ ସିଧାସଳଖ ପ୍ରଭାବ ନାହିଁ, କିନ୍ତୁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କମ ହେବ ଯୋଗୁଁ, ଉତ୍ପାଦନ ମହତ୍ୱପୂର୍ଣ୍ଣ ଭାବେ ହ୍ରାସ ପାଇଥାଏ.
ଆମେ ଏହି ଭାଇରଏଡ଼ର ଜୈବିକ ନିୟନ୍ତ୍ରଣ ଉପାୟ ବିଷୟରେ ଜାଣିନାହୁଁ. ଏଥିପାଇଁ ଦୁଃଖିତ. ଏହି ରୋଗ ନିୟନ୍ତ୍ରଣ ପାଇଁ ଆପଣ କିଛି ଉପାୟ ଜାଣିଛନ୍ତି ତେବେ ଆମ ସହ ସମ୍ପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କୃଷି କାର୍ଯ୍ୟ ପାଇଁ ଲେମ୍ବୁ ଜାତୀୟ ଫସଲରେ ବ୍ୟବହୃତ ଉପକରଣ ଗୁଡିକ 1% କ୍ଲୋରିନ ମିଶ୍ରଣରେ ବିଶୋଧନ କରିବା ଦରକାର.
ସିଟ୍ରସ ଏକ୍ସୋକର୍ଟିସ ଭାଇରଏଡ଼ ଦ୍ୱାରା ଏହି ରୋଗ ହୋଇଥାଏ. ଏହା ସବୁ ଲେମ୍ବୁ ଜାତୀୟ ଫସଲରେ କିଛି ବି ଲକ୍ଷଣ ନ ଦେଖାଇ ରହିପାରେ. ଯେତେବେଳେ ଏକ ସଂକ୍ରମିତ କଢ଼ କଲମୀ ଏକ ସମ୍ବେଦନଶୀଳ ବା ଦୁର୍ବଳ ମୂଳ ଯେପରିକି ତ୍ରିପତ୍ରୀ କମଳା (trifoliate orange),ସିଟ୍ରାଞ୍ଜ (citrange)ରେ କଲମୀକରଣ କରାଯାଏ ସେତେବେଳେ ଏହି ରୋଗର ଲକ୍ଷଣ ଦେଖା ଦେଇଥାଏ. ଏହି ଭାଇରଏଡ଼ ଗଛର ରସ ଦ୍ୱାରା ପ୍ରବାହିତ ହୋଇଥାଏ ଏବଂ କଲମୀକରଣ ଦ୍ୱାରା ଗୋଟିଏ ଗଛରୁ ଅନ୍ୟ ଗଛକୁ ସଂକ୍ରମିତ ହୋଇଥାଏ. ସଂକ୍ରମିତ ଉପକରଣ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପଇପାରେ. ପ୍ରାକୃତିକ କଲମୀକରଣ ଦ୍ୱାରା ମଧ୍ୟ ଏହି ରୋଗ ବିସ୍ତାରିତ ହୋଇପାରେ. ଅନେକ ଭୁତାଣୁ ରସ ଶୋଷକ ପୋକ ଦ୍ୱାରା ବ୍ୟାପିଥାଏ କିନ୍ତୁ ଏହି ଭାଇରଏଡ଼ କୌଣସି ପୋକ ଦ୍ୱାରା ବ୍ୟାପି ନଥାଏ. ବିହନ ଦ୍ୱାରା ଏହିଁ ରୋଗ ସଂକ୍ରମଣ ହିଁ କି ନାହିଁ ଜଣା ନାହିଁ. ଏକ୍ସୋକର୍ଟିସ ଭାଇରଏଡ଼ ଅଧିକ ତାପମାନ ଓ ଶୁଷ୍କ ପରିବେଶ ପ୍ରତି ଅତ୍ୟନ୍ତ ପ୍ରତିରୋଧି ଅଟେ ଏବଂ ନିଷ୍କ୍ରିୟ ଭାବେ କଲମୀ ଅଂଶ କିମ୍ବା ଉପକରଣରେ ବହୁତ ସମୟ ଧରି ରହିପାରେ.