CPsV
ଭୁତାଣୁ
ଏହାର ଲକ୍ଷଣ ସିଟ୍ରସ ରିଙ୍ଗସ୍ପଟ ଭୁତାଣୁ ର ଲକ୍ଷଣ ବୋଲି ଭୁଲ୍ରେ ଭାବିବା କଥା ନୁହଁ. ଏଗୁଡିକ ପତ୍ର, ଫଳ, ବକଳ, ଗଣ୍ଡି, ମୂଳ ଏବଂ ଶାଖାରେ ଦେଖାଯାଏ. ବିଭିନ୍ନ ପ୍ରକାର ଲକ୍ଷଣ ପତ୍ରରେ ଦେଖାଦେଇଥାଏ ଯେମିତିକି ରଙ୍ଗହୀନ ଦାଗ କିମ୍ବା ଛୋଟ ଛୋଟ ଚିତ୍ରଵିଚିତ୍ର ଦାଗ ଦ୍ୱାରା ପତ୍ର ରଙ୍ଗ ହୀନ ହୋଇଯିବା. ପତ୍ର ବୁଢା ହେଲେ ଲକ୍ଷଣ ରହେ ନାହିଁ. ସୋରୋସିସ ହୋଇଥିବା ଫଳରେ ମୁଦି ପରି ରଙ୍ଗହୀନ ସଂରଚନା ଦେଖାଯାଏ. କିନ୍ତୁ, ବକଳା ନଷ୍ଟ ହେବା ହେଉଛି ଅତି ସାଧାରଣ ଲକ୍ଷଣ. ସାଧାରଣତଃ ପ୍ରଥମେ ଫୋଟକା ଦେଖାଯାଏ ଯାହା ପରେ ବଡ ହୋଇ ଫାଟି ଖୋଲିଯାଇଥାଏ. ଏହା ଫଳରେ ବକଳାର ଖୋଲା ଜାଗା ଦେଖାଯାଏ ଏବଂ କାତି ଢିଲା ହୋଇଯାଏ. ବକଳାରୁ କାତି ଛାଡିବା ଏବଂ ଉଠିଯିବା ପରେ ପୁରା ଗଣ୍ଡି ଓ ମୁଖ୍ୟ ଶାଖା ଗୁଡିକରେ ଦେଖାଦେଇଥାଏ. ବହୁତ ସମୟରେ ହେଉଥିବା ଘା'ର ଚାରିପାଖରେ ଅଠା ବାହାରିଥାଏ. ରୋଗ ବହୁତ ବଢି ଚାଲିଲା ପରେ ବକଳା ଓ କାଠର ଗଭୀର ପରସ୍ତ ରେ ଅଠା ଭାରି ଯାଏ ଓ ଗଛ ମରିଯାଏ.
ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ଉପଚାର ଏହି ରୋଗର ସଂକ୍ରମଣ କିମ୍ବା ବିକାଶକୁ ନିୟନ୍ତ୍ରଣ କରିବା ପାଇଁ ଜଣା ନାହିଁ. ଆପଣ କିଛି ଜାଣିଥିଲେ ଆମକୁ ଜଣାନ୍ତୁ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଭୁତାଣୁ ଜନିତ ରୋଗ ସିଧାସଳଖ ରାସାୟନିକ ଉପଚାର ଦ୍ୱାରା ନିୟନ୍ତ୍ରିତ ହୋଇ ନଥାଏ. ଯେତେବେଳେ ତୋଟା ରେ ସୋରୋସିସ ଦେଖାଯାଏ, ସେତେବେଳେ କାଣ୍ଟଛାଣ୍ଟ, କଲମୀକରଣ ରେ ବ୍ୟବହୃତ ହେଉଥିବା ଉପକରଣ ସବୁ ଏକ ବ୍ଲିଚିଙ୍ଗ ମିଶ୍ରଣ ରେ ବୁଡାଇ ବିଶୋଧନ କରିବା ଆବଶ୍ୟକ. ଏହି ରୋଗର ନିବାରଣ ପାଇଁ ସବୁଠୁ ଉତ୍ତମ ଉପାୟ ହେଲା କଲମୀକରଣ ପାଇଁ ପ୍ରାମାଣିକ ରୋଗମୁକ୍ତ କଢ କଲମ ଆଣି ବ୍ୟବହାର କରିବା.
ସିଟ୍ରସ ସୋରୋସିସ ଭୁତାଣୁ ଦ୍ୱାରା ଏହି ରୋଗ ହୋଇଥାଏ ଯାହାକୁ ସାରା ବିଶ୍ୱରେ ଲେମ୍ବୁଜାତୀୟ ଫସଲର ଏକ ବହୁତ ମାରାତ୍ମକ ଭୁତାଣୁ ଭାବେ ପରିଚିତ. ଏହା ମୁଖ୍ୟତଃ କଢ଼ କଲମ କିମ୍ବା କଲମୀକରଣ ସମୟରେ ବ୍ୟବହୃତ ସଂକ୍ରମିତ ଉପକରଣ ଦ୍ୱାରା ବ୍ୟାପିଥାଏ. କେବେ କେବେ ଏହା ପ୍ରାକୃତିକ ଉପାୟରେ ସଂକ୍ରମିତ ଗଛରୁ ମୂଳ ଦ୍ୱାରା କଲମୀକରଣ କରାଯାଇଥିବା ସୁସ୍ଥ ଗଛକୁ ବ୍ୟାପି ଥାଏ. କିଛି ସିଟ୍ରାଞ୍ଜ କିସମ ଏହି ରୋଗ ଥିବା ଜଣ ପଡିଛି. ପ୍ରାକୃତିକ ଉପାୟରେ ସମ୍ଭବତଃ ଓଲପିଡିଅମ ବ୍ରାସିକା ନାମକ ଏକ ଫିମ୍ପି କିମ୍ବା ଏକ ଅଜଣା ବୟାବୀୟ ବାହକ ଦ୍ୱାରା ଏହି ଭୁତାଣୁ ବ୍ୟାପିବାର ପ୍ରମାଣ ରହିଛି. କଢ଼ କଲମ ର ପ୍ରମାଣୀକରଣ କାର୍ଯ୍ୟକ୍ରମ ଯୋଗୁଁ ଏହି ରୋଗର ସଂକ୍ରମଣ ବହୁତ ଅଞ୍ଚଳରେ କମି ଯାଇଛି. ମୁଖ୍ୟତଃ କମଳା ଓ ଗ୍ରେପଫ୍ରୁଟ ଏହି ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ କିନ୍ତୁ ନାରଙ୍ଗୀ, ଟାଞ୍ଜେରିନ, ଲେମ୍ବୁ, ପୋମେଲୋ ଏବଂ କାଗଜି ଲେମ୍ବୁ ରେ ମଧ୍ୟ ଲକ୍ଷଣ ସୃଷ୍ଟି ହୋଇପାରେ.