Citrus leprosis virus sensu lato
ଭୁତାଣୁ
ପତ୍ର, କାଣ୍ଡ ଏବଂ ଫଳରେ ଏହି ଭୁତାଣୁ ସ୍ଥାନୀୟ ଲକ୍ଷଣ ସବୁ ସୃଷ୍ଟି କରାଇଥାଏ. ପତ୍ରରେ ହେଉଥିବା ଦାଗ ଗୁଡିକ ବହୁତ ସମୟରେ ବଡ଼ ଓ ବୃତ୍ତାକାର ( 5- 12 ମିମି ବ୍ୟାସ) ଯାହାର ରଙ୍ଗ ଇସତ ହଳଦିଆ ରୁ ଗାଢ଼ ବାଦାମୀ ରଙ୍ଗ ହୋଇଥାଏ ଓ ଏହାର ମଝିରେ ମଲା ଶୁଖିଲା ଦାଗ 2-3 ମିମି ବ୍ୟାସର ଥାଏ. ଏହି ଖାଇବା ଜାଗା ର ଚାରିପାଖରେ ରଙ୍ଗହୀନ ବଳୟ ଥାଏ ଏବଂ 1-3ଟି କୈନ୍ଦ୍ରିକ ବଳୟ ପରେ ମିଶି ଯାଇ ପାରନ୍ତି. ପୁରୁଣା କ୍ଷତର ଏକ ମଝି ବିନ୍ଦୁ ମଧ୍ୟ ଦେଖାଦେଇଥାଏ. ନୁଆଁ କାଣ୍ଡ ରେ ଦାଗ ଗୁଡିକ ଛୋଟ, ରଙ୍ଗହୀନ ଏବଂ ବେଶୀ ଗାତୁଆ ନଥାଏ. ସମୟାନୁକ୍ରମେ ଏଗୁଡିକ କାଣ୍ଡ ର ଲମ୍ବା ହୋଇ ଯାନ୍ତି ଓ ବଢିଥାନ୍ତି ଓ ମିଶିଯାଇ ଶୁଖି ଯାଇ ଆହୁରି ଗାଢ଼ ବାଦାମୀ କିବା ଲାଲ ରଙ୍ଗରେ ପରିଣତ ହୋଇଆଯାଆନ୍ତି. ବଢୁଥିବା ଦିଗରେ କାଟିଲେ ଜଣ ଆଡେ ଯେ ଏହି ଦାଗ ଶାଖା ଭିତରକୁ ମଧ୍ୟ ବଢିଥାଏ. ଫଳରେ ଗାଢ଼ ଏବଂ ଖାଲୁଆ ଦାଗ ବହୁ ସଂଖ୍ୟାରେ ଦେଖାଯାଏ ଏବଂ ଏହା କେବଳ ବାହାର ଅଂଶକୁ କ୍ଷତି କରିଥାଏ. ଫଳ ଝଡ଼ିଯାଇପାରେ କିମ୍ବା ବଜାର ଉପଯୋଗୀ ହୋଇ ନପାରେ.
ବାହକ ମାଇଟ ମାନଙ୍କର ପରଭକ୍ଷୀ ଗୁଡିକ ବ୍ରେଭିପାଲପସ ସ୍ପେସିସ ବା ଜାତି ରହୁଥିବା ପରିବେଶ ରେ ଥାଆନ୍ତି. ଫାଇଟୋସେଇଡା ପରିବାରର (ଇଉସିଅସ) Euseius, ଆମ୍ବଲିସିଅସ (Amblyseius), ଫାଇଟୋସେଇଉଲସ (Phytoseiulus) କିମ୍ବା ଇଫିସେଇଓଡ଼ସ ଜୁଲୁଆଗଇ (Iphiseiodes zuluagai) ଗୁଡିକ ବାହକ ମାଇଟ ବି. ଫୋଏନିକ୍ସ (B. phoenicis)ର ସବୁଠୁ ମହତ୍ୱପୂର୍ଣ୍ଣ ପ୍ରାକୃତିକ ଶିକାରୀ. ମେଟାରିଜିଅମ (Metarhizium) ଜାତିର କୀଟ ରୋଗ ସୃଷ୍ଟିକାରୀ ଫିମ୍ପି କିମ୍ବା ହ୍ୱିର୍ସୁଟେଲା ଥମ୍ପସୋନି (Hirsutella thompsonii) ମଧ୍ୟ ବ୍ୟବହାର କରି ମାଇଟ ସଂଖ୍ୟା ନିୟନ୍ତ୍ରଣ କରାଯାଇପାରେ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଆକ୍ରିନାଟ୍ରିନ (acrinatrin), ଆଜୋସାଇକ୍ଲୋଟିନ (azocyclotin), ବାଇଫେନଟ୍ରିନ (bifentrin), ସାଇହେକ୍ସାଟିନ (cyhexatin), ଡାଇକୋଫଲ (dicofol), ହେକ୍ସିଥାଇଆଜକ୍ସ (hexythiazox), ଫେନବ୍ୟୁଟାଟିନ ଅକ୍ସାଇଡ (fenbutatin oxide) ସକ୍ରିୟ ଉପାଦାନ ଥିବା ଫର୍ମୁଲା ବ୍ୟବହାର କରି ସିଟ୍ରସ ଲେପ୍ରୋସିସ ଭୁତାଣୁ ର ବାହକ ମାଇଟ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନୁମୋଦନ କରାଯାଏ.
ଏହି ଲକ୍ଷଣ ଗୁଡିକ ତିନୋଟି ଭୁତାଣୁ ସମୂହ ଦ୍ୱାରା ସୃଷ୍ଟି ହୋଇଥାଏ ଯାହା ସମାନ ପ୍ରକାର ଲକ୍ଷଣ ସୃଷ୍ଟି କରିଥାନ୍ତି. ବ୍ରେଭିପାଲପସ (Brevipalpus) ଜାତିର ଅନେକ ମାଇଟ ସ୍ପେସିସ ଦ୍ୱାରା ଉଣା ଅଧିକେ ଏହି ଭୁତାଣୁ ସଂକ୍ରମିତ ହୋଇଥାଏ. ଉଦାହରଣ ସ୍ୱରୂପ କାଲିଫର୍ଣ୍ଣିଆ ରେ ସଂକ୍ରମ କରୁଥିବା ତିନୋଟି ମାଇଟ ବି. କାଲିଫର୍ଣ୍ଣିକସ (B. californicus), ବି. ଓବୋଭାଟସ (B. obovatus) ଏବଂ ବି. ଫୋଏନିକ୍ସ (B. phoenicis) ମଧ୍ୟରେ ବି. ଫୋଏନିକ୍ସ ମୁଖ୍ୟ ବାହକ ଭାବେ କାମ କରିଥାଏ ଲେମ୍ବୁ ଜାତୀୟ ଫସଲକୁ ଛାଡି ଏହି ଭୁତାଣୁର ଅନେକ ପୋଷକ ଫସଲ ବ୍ୟାପକ ଭାବେ ବିସ୍ତୃତ ଅଛନ୍ତି. ମାଇଟର ସମସ୍ତ ସକ୍ରିୟ ଅବସ୍ଥା ଭୁତାଣୁ କୁ ଗ୍ରହଣ ଓ ସଂକ୍ରମଣ କରିପାରେ, ଯଦିଓ ଶୁକ ଏହି ଭୁତାଣୁକୁ ଅଧିକ ଦକ୍ଷତାର ସହ ସଂକ୍ରମଣ କରିଥାଏ ବୋଲି ଜଣା ପଡିଛି.