ଲେମ୍ବୁଜାତୀୟ

ଲେମ୍ବୁର ଟ୍ରିସ୍ଟେଜା ଭୁତାଣୁ

CTV

ଭୁତାଣୁ

5 mins to read

ସଂକ୍ଷେପରେ

  • ଗଣ୍ଡି ଓ କାଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇଥାଏ.
  • ଡାଳପତ୍ର ହଳଦିଆ ହୁଏ ଏବଂ ଗଛର ସାଧାରଣ ପତନ ହେବା ଆରମ୍ଭ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

CTV ଭୁତାଣୁ ସଂକ୍ରମଣ ର ଲକ୍ଷଣ ବିଭିନ୍ନ କାରଣ ଯୋଗୁଁ ଅଲଗା ଅଲଗା ହୋଇପାରେ. ଏହି କାରଣ ଗୁଡିକ ହେଲା ଫସଲର ପ୍ରକାର, ନିର୍ଦ୍ଧିଷ୍ଟ ଭୁତାଣୁର ବିଷାକ୍ତତା ଏବଂ ପରିପାର୍ଶ୍ଵିକ ପରିସ୍ଥିତି. ତିନୋଟି ମୁଖ୍ୟ ଲକ୍ଷଣ ହେଲା: ଗଛର ପତନ, ଗଣ୍ଡି ଏବଂ କାଣ୍ଡରେ ଗର୍ତ୍ତ ସୃଷ୍ଟି ଏବଂ ପତ୍ର ହଳଦିଆ ହୋଇଯିବା. ପତ୍ରର ସବୁଜିମା ନଷ୍ଟ ହେବା ଏବଂ ସଂକ୍ରମିତ ଗଛର ମୃତ୍ୟୁ ହେଲା ପତନ ର ଲକ୍ଷଣ. ଏହା ଧୀର ପ୍ରକ୍ରିୟା ହୋଇପାରେ ଯାହା ପ୍ରଥମ ଲକ୍ଷଣ ଦେଖାଯିବାର ବହୁତ ମାସ କିମ୍ବା ବର୍ଷ ଲାଗିପାରେ. ବେଳେବେଳେ ପତନ ଅତି ଶୀଘ୍ର ଆସିପାରେ ଯାହା ଫଳରେ ଲକ୍ଷଣ ଦେଖାଯିବାର କିଛି ଦିନ ମଧ୍ୟରେ ହିଁ ପୋଷକ ଫସଲ ଟି ମରିଯାଇଥାଏ. ଦୁର୍ବଳ ଗଛର ଗଣ୍ଡି ଓ କାଣ୍ଡରେ ବହୁତ ସଂଖ୍ୟାରେ ଗର୍ତ୍ତ ସୃଷ୍ଟି ହୋଇଥାଏ. କିଛି କିସମରେ ବକଳା ଉପରେ ତେଲିଆ ଦାଗ କିମ୍ବା ଫଳ ଉପରେ ଅଠା ବାହାରୁଥିବା ବାଦାମୀ ଦାଗ ଦେଖାଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ପରଜୀବୀ ବିରୁଡି କିମ୍ବା କାଣ୍ଡ ମାଛି (ଗାଲ୍ ମିଜ) କୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି ଯାହା ପ୍ରାକୃତିକ ଉପାୟରେ ଲେମ୍ବୁ ତୋଟାରେ ଆଫିଡ଼ ନିୟନ୍ତ୍ରଣ କରିପାରିବ. ବ୍ୟବସାୟିକ ରୂପେ ଉପଲବ୍ଧ ଫର୍ମୁଲା (ପ୍ରାକୃତିକ ପାଇରିଥ୍ରମ, ଫ୍ୟାଟି ଏସିଡ), କୀଟନାଶକ ଗୁଣ ଥିବା ସାବୁନ କିମ୍ବା ଉଦ୍ଭିଦକ ତେଲ କିମ୍ବା ମାଛ ତେଲ ବ୍ୟବହାର କରି ଆଫିଡ଼ ସଂଖ୍ୟା କମ କରିହେବ. ଅଳ୍ପ ଡିଟରଜେଣ୍ଟ ଟୋପାକୁ ପାଣିରେ ମିଶେଇ ପାଣି ପତ୍ର ଉପରେ ସ୍ପ୍ରେ କଲେ ଆଫିଡ଼କୁ ସମ୍ପୁର୍ଣ ଭାବେ ବାହାର କରି ହେବ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ରାସାୟନିକ ପଦ୍ଧତିଦ୍ୱାରା ସିଧାସଳଖ ଭୁତାଣୁର ନିୟନ୍ତ୍ରଣ ହୋଇନଥାଏ. ଆଫିଡ଼ ନିୟନ୍ତ୍ରଣ କରିବା ପାଇଁ ଅନୁମୋଦିତ ରସାୟନିକ ନିୟନ୍ତ୍ର ପଦ୍ଧତି ଦେଖନ୍ତୁ.

ଏହାର କାରଣ କଣ

ଲକ୍ଷଣ ଗୁଡିକ ସାଇଟ୍ରସ୍ ଟ୍ରିସ୍ଟେଜା ଭୂତାଣୁ (Citrus Tristeza Virus) ଯୋଗୁଁ ହୋଇଥାଏ. ଲେମ୍ବୁଜାତୀୟ ଫସଲ ପାଇଁ CTV ଏକ ବିଶିଷ୍ଟ ବିଷାକ୍ତ ଏବଂ ଵିଧ୍ଵଂସକାରୀ ଭୁତାଣୁ. ଏହା ମୁଖ୍ୟତଃ କଳା ଲେମ୍ବୁ ଆଫିଡ଼ (Toxoptera Citricida) ଦ୍ୱାରା ଅନିୟମିତ ଭାବେ ବ୍ୟାପି ଥାଏ. ଏହି ଆଫିଡ଼ ସଂକ୍ରମିତ ଗଛ ଖାଇବାର 5-60 ମିନିଟ ମଧ୍ୟରେ ଏହି ଭୁତାଣୁ କୁ ଗ୍ରହଣ କରିପାରେ, କିନ୍ତୁ 24 ଘଣ୍ଟା ପରେ ଏହା ବିସ୍ତାର କରିବା ପାଇଁ କ୍ଷମତା ହରାଇଥାଏ. ଏହି ପରିବାରର ଅନ୍ୟାନ୍ୟ ପୋକ ମଧ୍ୟ ଏହି ରୋଗ ବିସ୍ତାରରେ ସାହାଯ୍ୟ କରିଥାନ୍ତି. ଉଦାହରଣ ସ୍ୱରୂପ କପା ଆଫିଡ଼ (Aphis Gossypii). ଦୂଷିତ ଉପକରଣ କିମ୍ବା ପଦାର୍ଥ ଦ୍ୱାରା କଲମୀକରଣ ବେଳେ ମଧ୍ୟ ଭୁତାଣୁ ଗୋଟେ ତୋଟାରୁ ଅନ୍ୟ ତୋଟା କୁ ବିସ୍ତାରିତ ହୋଇପାରେ. ଭୁତାଣୁର ବିଷାକ୍ତତା ଉପରେ ଲକ୍ଷଣର ତୀବ୍ରତା ନିର୍ଭର କରିଥାଏ. କିଛି ପ୍ରକାର ଭୁତାଣୁଦ୍ୱାରା କୌଣସି ଲକ୍ଷଣ ସୄଷ୍ଟି ହୋଇନଥାଏ. କିନ୍ତୁ କିଛି ଭୁତାଣୁ ପ୍ରବଳ ମାତ୍ରାରେ ଗଛର ପତନ ଘଟିପାରେ କିମ୍ବା ଗଣ୍ଡି ଓ କାଣ୍ଡ ରେ ଗଭୀର ଗର୍ତ୍ତ ସୃଷ୍ଟି କରିପାରେ. ଏହି ଭୁତାଣୁ ସଂକ୍ରମଣ ଓ ପ୍ରଯଜନ ପାଇଁ ଉପଯୁକ୍ତ ତାପମାନ ହେଲା 20-25°C.


ସୁରକ୍ଷାତ୍ମକ ଉପାୟ

  • ରୋଗର ପ୍ରସାରଣ ବନ୍ଦ କରିବା ପାଇଁ ନିଜ ଅଞ୍ଚଳରେ ପ୍ରଚଳିତ କ୍ୱାରାଣ୍ଟାଇନ ନିୟମାବଳୀ ନୀରିକ୍ଷଣ କରି ରଖନ୍ତୁ.
  • ପ୍ରାମାଣିକ ସୂତ୍ରରୁ ଅଣା ଯାଇଥିବା ଗଛ କିମ୍ୱା ବିହନ ବ୍ୟବହାର କରନ୍ତୁ.
  • ପ୍ରତିରୋଧି କିସମର ଗଛ ଲଗାନ୍ତୁ.
  • କିଛି ସଙ୍କର ଜାତୀୟ କିସମ ଏହି ଭୁତାଣୁ ବିରୁଦ୍ଧରେ ସହନଶୀଳ ଅଟନ୍ତି.
  • ନର୍ସରୀ ଏବଂ ଗ୍ରୀନହାଉସ କୁ ବାହକ ପୋକଙ୍କ ଠାରୁ ଦୁରେଇ ରଖନ୍ତୁ.
  • ଲେମ୍ବୁ ଫସଲ ସମ୍ବନ୍ଧିତ କୌଣସି ସନ୍ଦେହଜନକ ପଦାର୍ଥ ଅନ୍ୟ ତୋଟାକୁ ନେବା ଆଣିବା କରନ୍ତୁ ନାହିଁ.
  • ଲେମ୍ବୁ ତୋଟାକୁ ନିୟମିତ ଭାବେ ରୋଗର ଲକ୍ଷଣ ଗୁଡିକ ପାଇଁ ନିରୀକ୍ଷଣ କରନ୍ତୁ ସଂକ୍ରମିତ ଗଛ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ସାଥି ଫସଲ କିମ୍ବା ଗଛ ଲଗାନ୍ତୁ ଯାହାଦ୍ୱାରା ଆଫିଡ଼ ମାନେ ମୁଖ୍ୟ ଫସଲରୁ ଦୁରେଇ ରହିବେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ