MLND
ଭୁତାଣୁ
ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ପତ୍ର ଗୁଡିକ ଉପରେ ଶୀରା ସହ ସମାନ୍ତର ଭାବେ ପତ୍ର ମୂଳରୁ ବାହାରିବା ଭଳି ହଳଦିଆ-ସବୁଜ ରଂଗ ବୋଳିବା ଭଳି ଚିତ୍ରିତ ଦେଖାଯାଏ ।ରୋଗ ବଢିବା ସମୟରେ, ପତ୍ର ଗୁଡିକ ଧାରରୁ ରୁ ଶୁଖି ଶୁଖି ଆସନ୍ତି ଓ ମଧ୍ୟଶିରା ଯାଏଁ ପହଂଚି ଯାଆନ୍ତି । ମାରାତ୍ମକ ସଂକ୍ରମଣ ବେଳେ, ଏହି ଲକ୍ଷଣ ସମ୍ପୂର୍ଣ ଗଛର ଅନ୍ୟ ଭାଗକୁ ପହଂଚିଯାଏ ଓ ମଞ୍ଜ କିଳା ଗୁଡିକ କାଣ୍ଡ କାଟିଲେ ଭିତରୁ ଦେଖାଯାଇଥାଏ । ଗଛର ବୃଦ୍ଧି ରୁଗୁଡିଆ ହୁଏ ହୋଇଯାଏ, ଫୁଲ ବନ୍ଧ୍ୟା ହୋଇଯାଏ, ଚଁଅର ଗୁଡିକ ବିକୃତ ହୋଇଯାଆନ୍ତି ବା ଆଂଶିକ ଭର୍ତ୍ତି ହୋଇଥାଆନ୍ତି । ସଂକ୍ରମିତ ଫସଲ ଗୁଡିକ ଦୂର୍ବଳ ହୋଇଯାଆନ୍ତି ଓ ସୁବିଧାବାଦୀ କବକ ଓ ସୂତ୍ରଜୀବର ଶିକାର ବନି ଯାଆନ୍ତି, ଯାହା ଦ୍ୱାରା କି କୋଷକୁ ସଢେଇ ଦିଅନ୍ତି ଓ ଅମଳ ପରିମାଣ ଓ ଗୁଣବତ୍ତାକୁ ହ୍ରାସ କରି ଦିଅନ୍ତି.
ଆମକୁ ଏହି ରୋଗ ପାଇଁ କୌଣସି ଜୈବୀକ ନିୟନ୍ତ୍ରଣ ଉପଚାର ବିଷୟରେ ଜଣା ନଥିବାରୁ ଆମେ ଦୁଃଖିତ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । ଭୂତାଣୁଜନିତ ରୋଗ ପାଇଁ କୌଣସି ରସାୟନିକ ଉପଚାର ନାହିଁ । କୀଟନାଶକ ସାହାଯ୍ୟରେ ବିହନ ଗୁଡିକୁ ଉପଚାର କରାଯାଇପାରେ ଓ ପତ୍ରସମୂହ ଉପରେ ସିଞ୍ଚନରେ କରି ଭୂତାଣୁ ସଂକ୍ରମଣ କରୁଥିବା ପୋକମାନଂକ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ।
ସମସ୍ତ ମକା ପ୍ରଜାତି ଏହି ରୋଗପ୍ରବଣ ଅଟନ୍ତି । ଯାହାହେଲେବି , ଲକ୍ଷଣ ଗୁଡିକ ଉପସ୍ଥିତ ଭୁତାଣୁଗୁଡିକର ସଂଯୋଜନ, ପାଣିପାଗ ଅବସ୍ଥା ଓ ଫସଲର ବୃଦ୍ଧି ଅବସ୍ଥାକୁ ଆଧାର କରି ଅଲଗା ଅଲଗା ହୋଇଥାଏ । ଏହି ରୋଗଟି ସାଧାରଣତଃ ଦୁଇଟି ଭୂତାଣୁ, ମକା ପାଣ୍ଡୁର ଚିତ୍ରିତ ଭୂତାଣୁ ଓ ଅନ୍ୟ ଏକ ଭୂତାଣୁ ସାଧାରଣତଃ ଆଖୁ ମୋଯ଼ାଇକ୍ ଭୂତାଣୁର ସଂଯୋଜନ ଦ୍ୱାରା ହୋଇଥାଏ । ଏହି ସଂକ୍ରମଣକାରୀ ଗୁଡିକ ମୂଖ୍ୟତଃ ଜମି ଭିତରେ ଓ ଜମି ଜମି ମଧ୍ୟରେ ମକା ପୋକ କିମ୍ବା ଥ୍ରୀପ୍, ମୂଳ କୀଟ , ପତ୍ର ଭୃଙ୍ଗ ତଥା ଶସ୍ ଫସଲ ପତ୍ର ଭଅଁର ଭଳି ରୋଗବାହକଂକ ଦ୍ୱାରା ବ୍ୟାପି ଥାଏ । ପ୍ରତିକୂଳ ପାଣିପାଗ ପରିସ୍ଥିତି ଯେପରିକି ମରୁଡି, ଅନୁର୍ବରତା ଓ ସ୍ୱଳ୍ପ ଚାଷ ପ୍ରଣାଳି ଦ୍ୱାରା ଲକ୍ଷଣ ଗୁଡିକ ଆହୁରି ମାରାତ୍ମକ ହୋଇଯାଏ ।