Bunchy Top Virus
ଭୁତାଣୁ
ଏହି ଭୂତାଣୁ ଗଛର ସବୁ ଅଂଶରେ ଓ ସବୁ ସମୟରେ ପ୍ରଭାବ ବିସ୍ତାର କରିପାରେ । ପ୍ରାରମ୍ଭିକ ଲକ୍ଷଣ ପୋଷଣ ଅଭାବ ଜନିତ ବା ଚାପ ଲକ୍ଷଣ ସହ ଭ୍ରମ ସୃଷ୍ଟି ହୋଇପାରେ । ଏଥିରେ ନୂଆ ପାତ୍ର ତଳପଟେ ଡେମ୍ଫ ,ମଧ୍ୟ ଶିରା ଶିରା ଉପରେ ଘନ ସବୁଜ ରଙ୍ଗର ଚିହ୍ନ ଥାଏ । ପରେ ,ପାତ୍ର ଦେହରେ ମଧ୍ୟ ଛୋଟ ଘନ ସବୁଜ ବିନ୍ଦୁ ଓ ଗାର ଥାଏ ।ପତ୍ର ରୁଗୁଡା , ପତଳା , ସଳଖ ପତ୍ର ,ବକ୍ର ଓ ଝାଉଂଲିଥିବାପାଣ୍ଡୁର ପତ୍ରଧାର ଯାହା ପରେ ବିଗଳିତ ହୁଏ । ଅଧିକ ସଂକ୍ରମଣ ହେଲେ ନୂଆ ପତ୍ରର ଲକ୍ଷ ଅଧିକ ଖରାପ ହୁଏ ଗଛ ପତ୍ର ସମୂହରେ ଛୋଟ ଫିକା ସବୁଜ ପତ୍ର ଥାଏ ଯାହାକି ଏକ ଗୁଚ୍ଛ ସଦୃଶ ଦେଖାଯାଏ । ମୋଟାମୋଟି ବୃଦ୍ଧି ରୁଗୁଡା ହୁଏ ,ଗଛ କାନ୍ଧି କିମ୍ବା ଫଳ ସୃଷ୍ଟି କରିପାରେ ନାହି ,ଯଦି ହୁଏ ଛୋଟ ଓ ବିକୃତ ହୁଏ ।
ଯଦି ଗଛର ସହଳ ଅବସ୍ଥାରେ ରୋଗ ଜଣା ପଡେ ,କୀଟନାଶକ ସାବୁନ ବା ଖାଲି ସାବୁନ ପାଣିରେ ଗଛକୁ ସିଂଚନ କଲେ ଜଉ ସଂଖ୍ୟା କମିଯାଏ । ରାସାଯନିକ ବ୍ୟବହାର ନିୟନ୍ତ୍ରଣ କରି ଜଉର ପ୍ରାକୃତିକ ଶତ୍ରୁ ଜମିରେ ରଖାଯାଏ ।
ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ପାଇଁ ସିଧାସଳଖ ନିୟନ୍ତ୍ରଣ ନାହି । ସାଇପେର୍ମେଥ୍ରିନ ,ଏଷିତାମିଡ ,କ୍ଳୋରୋପାଇରିଫାସ ଆଦି କୀଟନାଶକ ପ୍ରୟୋଗ କରି ଜଉ ପୋକ ନିୟନ୍ତ୍ରଣ କରାଯାଇ ପାରେ । କ୍ଷ୍କ୍ଷେତ୍ରରେ ଅନ୍ୟାନ୍ୟ ଗଛ ପାଇଁ କିରିସିନ କିମ୍ବା କୀଟନାଶକ ଦେଇ ଜଉ ପୋକ ମାରିଦେବା ଉଚିତ ।
କଦଳୀ ଗଛର ଜଉ ପୋକ ପେଣ୍ଟଲୋନିଆ ନିଗ୍ରୋନେର୍ଭସା ଦ୍ଵାରା ଏହି ଭୂତାଣୁ ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ପରିବାହିତ ହୁଏ । ବିହନ ସାମଗ୍ରୀ ନେବା ଯୋଗୁଁ ମଧ୍ୟ ଅନ୍ୟ ଜାଗାକୁ ପରିବାହିତ ହୁଏ । ଅନ୍ୟ ପୋଷାକ ଗଛ ଯଥା ଅଦା , ହେଲିକନିଆ ଓ ସାରୁ ଗଛ ଅଟେ । କଦଳୀ ଗଛ ଗୁଡିକ ଭିନ୍ନ ଭିନ୍ନ ରୋଗ ପ୍ରତିରୋଧି ଶକ୍ତି ହୀନତା ରଖନ୍ତି , ଲକ୍ଷଣ ଦେଖାଯିବାର ସମୟ ଅନୁସାରେ ଏହି ଭିନ୍ନତା ଦେଖାଯାଏ । ଗଛ ସଂକ୍ରମଣରୁ ଭଲ ହୋଇପାରେ ନାହି । ଜଉ ପୋକ ଦ୍ଵାରା ପରିବବାହିତ ହୋଇଥିବା ସଂକ୍ରମଣ ଅପେକ୍ଷା ଚାରା ଦ୍ଵାରା ହୋଇଥିବା ପ୍ରାରମ୍ବିକ ରୋଗ ଅଧିକ ହୁଏ । ବସନ୍ତ ଋତୁ ,କିମ୍ବା ଗରମ ଶୁଖିଲା ପାଗରେ ଏହା ଅଧିକ ହୁଏ ।