PaLCV
ଭୁତାଣୁ
ଏହି ରୋଗର ସବୁଠାରୁ ସ୍ପଷ୍ଟ ଲକ୍ଷଣ ହେଉଛି ପତ୍ର ତଳ ଆଡକୁ କିମ୍ବା ଭିତର ଆଡକୁ ଗୁଡେଇ ହେବା। ଅନ୍ୟ ଲକ୍ଷଣ ମଧ୍ୟରେ ପତ୍ର ଶିରା ମୋଟା ହେବା, ବେଳେବେଳେ ବାହ୍ୟ ବୃଦ୍ଧି ହୋଇଥାଏ। ପତ୍ର ଚମଡା ଭଳି ଓ ଭଙ୍ଗୁରପ୍ରବଣ ଓ ଡେମ୍ଫ ବିକୃତ, ବେଳେବେଳେ ମୋଡି ହୋଇଥାଏ। ଉପର ଅଗ୍ର ପତ୍ର ଗୁଡୁକ ଅଧିକ ପ୍ରଭାବିତ ହୋଇଥାଏ। ରୋଗର ବିଳମ୍ବ ଅବସ୍ଥାରେ ପତ୍ରଝଡା ଦେଖା ଦେଇପାରେ। ଗଛର ବୃଦ୍ଧି ରୁଗୁଡିଆ ହୋଇଯାଏ ଓ ଫୁଲ ଓ ଫଳ ପ୍ରଭାବିତ ହୋଇଥାଏ। ଯଦି ଫୁଲ ଓ ଫଳ ଆସେ, ଫଳ ଛୋଟ ଓ କ୍ଷତ ବିକ୍ଷତ ହୋଇଯାଏ ଓ ଅକାଳରେ ପଡିବାର ସମ୍ଭାବନା ଥାଏ।
ଏଫିଡ ବା ଜଉପୋକ ଦ୍ଵାରା ଭୂତାଣୁ ପରିବହନ ଓ ଖାଦ୍ୟ ନେବାରେ ବାଧା ଦେବାକୁ ଧଳା ତେଲ(1%) ସିଞ୍ଚନ କରନ୍ତୁ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଭୂତାଣୁ ସଂକ୍ରମଣ ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ନାହିଁ। କିନ୍ତୁ ଧଳା ମାଛିର ସଂଖ୍ୟା ସୀମିତ କଲେ, ସଂକ୍ରମଣ ମାତ୍ର କମିଥାଏ। ଲଗାଇବା ସମୟରେ ମୃତ୍ତିକା ପ୍ରୟୋଗ ଏବଂ ଡାଇମେଥୋଏଟ କିମ୍ବା ମେଟାସିଷ୍ଟକ୍ସ 10 ଦିନ ଅନ୍ତରରେ 4-5 ଟି ପତ୍ର ସିଂଚନ ଧଳା ମାଛି ସଂଖ୍ୟା ଯଥେଷ୍ଟ କମାଇ ଥାଏ।
ବେମିସିକା ଟାବାକି ନାମକ ଧଳା ମାଛି ଏହି ଭୂତାଣୁର ମୁଖ୍ୟ ବାହକ ଅଟେ। ଏହା ଭୁତାଣୁକୁ ଗଛରୁ ଗଛକୁ ଅଳ୍ପ ସମୟ ମଧ୍ୟରେ ବିସ୍ତାର କରିଥାଏ। ଅର୍ଥାତ, ବାହକ ଦେହରେ ଭୂତାଣୁ ସକ୍ରିୟ ଥିବାର କିଛି ସେକଣ୍ଡ ମଧ୍ୟରେ ପରିବହନ ହୋଇଥାଏ। ଅନ୍ୟ ଉପାୟ ଗୁଡିକ ହେଲା, ସଂକ୍ରମିତ ଚାରା, ବିହନ ଓ କଲମୀ ସାମଗ୍ରୀ ଦ୍ଵାରା ବିସ୍ତାର ହେବା। ଅମୃତଭଣ୍ଡା ପତ୍ର ମୋଡା ଭୂତାଣୁ ଯାନ୍ତ୍ରିକ କାର୍ଯ୍ୟ ଦ୍ଵାରା ପରିବାହିତ ହୁଏନାହିଁ। ଟମାଟୋ ଓ ଧୂଆଁ ପତ୍ର ହେଉଛି ଅନ୍ୟ ବିକଳ୍ପ ପୋଷକ ଗଛ। ଏହି ଭୂତାଣୁ ବ୍ୟାପକ ଭାବରେ ବଣ୍ଟିତ ହୋଇଥାଏ, କିନ୍ତୁ ଆଜିକାଲି ଏହାର ସୀମିତ ପ୍ରଭାବ ଅଛି। ଯାହାହେଲେବି, କିଛି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଏହା ଅଧିକ ଅର୍ଥନୈତିକ କ୍ଷତି କରିପାରେ।