MYMV
ଭୁତାଣୁ
ନୂଆ ପତ୍ର ସବୁଜ ହୁଏନାହି ,ପାଣ୍ଡୁର , ହୁଏ , ତଳ ଆଡକୁ କୁଞ୍ଚିତ ହୁଏ କିମ୍ବା କାଗଜ ଭଳି ଧଳା ହୁଏ । ପୁରୁଣା ପତ୍ରରେ ବିଛୁରିତ ହଳଦିଆ ଚିହ୍ନ ଥାଏ ଯାହା ପରେ ଅନିୟମିତ ସବୁଜ ଓ ହଳଦିଆ ପେଚ ବା ତାଳି ହୁଏ । ସବୁଜ ଜାଗା ଅଳ୍ପ ବହଳିଆ ହୋଇ ପତ୍ରକୁ କୁଞ୍ଚିତ କରାଏ । ଏହା ବଢେ ଓ ବିଗଳିତ ହୋଇଯାଏ । ପ୍ରଭାବିତ ଗଛର ରୁଗୁଡିଆ ବୃଦ୍ଧି ହୁଏ । ଗଛ ଅଳ୍ପ ଫୁଲ ଓ ଛୁଇଁ ଦିଏ । ଛୁଇଁ ଛୋଟ, ପତଳା ଓ ଛିଟିଛିଟିକା ଦେଖାଯାଏ ଓ ଉପର ଆଡକୁ ବଙ୍କା ହୋଇଯାଏ । ଛୁଇଁରେ ଅଳ୍ପ ଛୋଟ ମଞ୍ଜି ରହେ ।
ଭୂତାଣୁ ରୋଗ ନିୟନ୍ତ୍ରଣ ପାଇଁ ଜୈବିକ ପଦ୍ଧତି ନାହି । ଯାହାହେଲେବି , ନିମ୍ବ ତେଲ ଭଳି ଗଛ ନିର୍ଯ୍ୟାସ ଧଳା ମାଛି ସଂଖ୍ୟା ହ୍ରାସ କରିବା ପାଇଁ ଫଳପ୍ରସୂ ଅଟେ ଓ ସଂକ୍ରମିତ ଫସଲର ଅମଳ ବଢାଏ ।
ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସାଇପେର୍ମେଥ୍ରିନ , ଡେଲ୍ଟା ମେଥ୍ରିନ କିମ୍ବା ଡାଇମେଥୋଏଟ ପତ୍ର ସିଞ୍ଚନ ଧଳା ମାଛି ସଂଖ୍ୟା କମି ପାରେ । ଜୋଆର ବା ଜନା , ମକା କିମ୍ବା ବାଜରା ଜମି ଚାରିପଟେ ସୀମାନ୍ତ ଫସଲ ରେ କୀଟନାଶକ ପ୍ରୟୋଗ କରି ଭୂତାଣୁ ବାହକ ସଂଖ୍ୟା କମାନ୍ତୁ ।
ବେମିସିଆ ଟାବାକି ଧଳା ମାଛି ଦ୍ଵାରା ଏହି କବକ ପରିବାହିତ ହୁଏ । ବିହନ ଦ୍ଵାରା ପରିବହନ ସମ୍ଭବ ନାହି । ଏହି ରୋଗ ଏସିଆ ଓ ଅଷ୍ଟ୍ରେଲିଆର ଅନେକ ଦେଶରେ ଦେଖାଯାଏ ।