SMV
ଭୁତାଣୁ
ଯେ କୌଣସି ସମୟରେ ଗଛ ସଂକ୍ରମିତ ହୋଇପାରେ । ପ୍ରତିରୋଧି କିସମ ଲକ୍ଷଣ ସହଜରେ ଦେଖାନ୍ତି ନାହିଁ । ରୋଗ ପ୍ରବଣ ଗଛରେ , ସଂକ୍ରମଣର ସହଳ ଅବସ୍ଥାରେ , ନୂଆଁ ଶୀଘ୍ର ବଢୁଥିବା ପତ୍ରରେ ଫିକା ଓ ଗାଢ ସବୁଜ ମୋଜାଇକ ଚିହ୍ନ ହୁଏ । ପରେ , ସେମାନେ ଅତିମାତ୍ରାରେ ଚିତ୍ରିତ ,ଶିରା ସାମନ୍ତରରେ କୁଞ୍ଚିତ ହୋଇ ତଳ ଆଡକୁ ମୋଡି ହୁଅନ୍ତି । ପତ୍ରହୀନତା , ରୁଗୁଡିଆ ଗଛ ,ଛୁଇଁ ଆକାରରେ ଓ ସଂଖ୍ୟାରେ କମିବା ଆଦି ହୁଏ । ଥଣ୍ଡା ପାଣିପାଗ ସମୟରେ ଲକ୍ଷଣ ଅଧିକ ମାତ୍ରାରେ ହୁଏ ଓ 32 ଡିଗ୍ରୀ C ରୁ ଅଧିକ ତାପମାତ୍ରାରେ ଲକ୍ଷଣ ଜଣାପଡେ ନାହିଁ ।
ଆମେ ଦୁଖିତ ଯେ ଏହିବରୋଗ ପାଇଁ ଆମେ କିଛି ବିକଳ୍ପ ଉପଚାର ଜାଣି ନାହୁଁ । ଆପଣ ଏ ବିଷୟରେ କିଛି ଜାଣିଥିଲେ ଆମ ସହିତ ସମ୍ପର୍କ କରନ୍ତୁ
ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ରୋଗର ରାସାଯନିକ ଉପଚାର ସମ୍ଭବ ନାହିଁ ।ଭୂତାଣୁ ବିସ୍ତାର କରୁଥିବା ଜଉପୋକ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କୀଟନାଶକର ବ୍ୟବହାର ଫଳପ୍ରସୂ ନୁହେଁ ।
ଏହି ଭୁତାଣୁର ମଟର ,ବିନ ଓ କେତେକ ଘାସ ସମେତ ଅନେକ ଗୁଡିଏ ପୋଷକ ଅଛି । ଏହା ଜଉ ପୋକ ଓ ସଂକ୍ରମିତ ବିହନ ଦ୍ଵାରା ନିକଟ ପୋଷକକୁ ପରିବହିତ ହୁଏ ଓ ବଞ୍ଚିପାରେ । ବୃଦ୍ଧିର ସହଳ ଅବସ୍ଥାରେ ସଂକ୍ରମିତ ହେଲେ ଅମଳରେ କ୍ଷତି , ମଞ୍ଜି ମାନ ହ୍ରାସ ,ବିହନ ଅଙ୍କୁରଣ କମିବା ଏବଂ ଚେର ଗଣ୍ଠି କମିବା ଆଦି ହୁଏ । ଋତୁର ବିଳମ୍ବ ସମୟରେ ସଂକ୍ରମଣ ହେଲେ ଏହାର ସଂକ୍ରମଣ ମାତ୍ରା କମିଥାଏ । ଅଧିକ ଉତ୍ପାଦନକ୍ଷମତା ଓ ଜଉପୋକ ସଂଖ୍ୟା ଅଧିକ ସହିତ ପ୍ରଚୁର ସାର ପ୍ରୟୋଗ ହୋଇଥିବା ଜମି ଏହି ଭୂତାଣୁ ସଂକ୍ରମଣକୁ ଅନୁକୂଳ କରାଏ ।