PVX
ଭୁତାଣୁ
ଲକ୍ଷଣର ମାତ୍ରା ଗଛ କିସମ ,ବୃଦ୍ଧି ଅବସ୍ଥା ,ଭୂତାଣୁ ପ୍ରକାର ଏବଂ ପରିପାର୍ଶ୍ଵିକ ଅବସ୍ଥା ଉପରେ ନିର୍ଭର କରେ । ଅସ୍ପଷ୍ଟ ଅନ୍ତଃ ମଧ୍ୟବର୍ତ୍ତୀ ପାଣ୍ଡୁରତା ଠାରୁ ଅତ୍ୟଧିକ କୁଞ୍ଚିତ ପତ୍ର, ବିଗଳିତ ପତ୍ର ଅଗ , ରୁଗୁଡିଆ ଏବଂ ଗଛର ମୃତ୍ୟୁ ସହିତ ଫିକା ସବୁଜ ମୋଜାଇକ ଛିଟ ମଧ୍ୟରେ ଏହି ଲକ୍ଷଣ ଦେଖାଯାଏ । କେତେକ କ୍ଷେତ୍ରରେ , ଛୋଟ ବାଦାମି ଚିହ୍ନର ଚିତ୍ରବିଚିତ୍ର ଦାଗ ଦେଖାଯାଏ ।ଅନ୍ୟ ଭୂତାଣୁ ଦ୍ଵାରା ସହ-ସଂକ୍ରମଣ ଏହାକୁ ଆହୁରି ଖରାପ କରିପାରେ ।
ଆମେ ଦୁଖିତ ଯେ , ପିଭିଏକ୍ସ ପାଇଁ କୌଣସି ବିକଳ୍ପ ଉପଚାର ଆମ ପାଖରେ ନାହି ।ଦୟାକରି, ଯଦି ଆପଣ ଏ ବିଷୟରେ କିଛି ଜାଣିଛନ୍ତି, ଆମକୁ ଜଣାନ୍ତୁ । ଆପଣଙ୍କ ଠାରୁ ଶୁଣିବା ଆଶା କରୁଅଛୁ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୁତାଣୁର ରାସାଯନିକ ନିୟନ୍ତ୍ରଣ ସମ୍ଭବ ନାହି ।
ଏହି ଭୂତାଣୁ ପ୍ରାୟତଃ ସୋଲାନାସିଆସ ଫସଲ ଯଥା ବାଇଗଣ , ଆଳୁ , ଧୂଆଁପତ୍ର ,ଲଙ୍କା ଓ ବିଭିନ୍ନ ଘାସକୁ ସଂକ୍ରମଣ କରେ । ସଂକ୍ରମିତ ଗଛ ସହ ପ୍ରତ୍ୟେକ୍ଷ ସ୍ପର୍ଶ, କିମ୍ବା ଭୂତାଣୁ ଥିବା ଯନ୍ତ୍ରପାତି , କ୍ଷତି କାରକ ଚାଷ ପଦ୍ଧତି କିମ୍ବା ଝିଣ୍ଟିକା ( ମେଲାନୋପ୍ଲସ ଡିଫେରେନ୍ସିଆଳିଶ କିମ୍ବା ତେତିଗୋନିଆ ବିରିଡିସିମା ) ଯୋଗୁଁ ଏହି ଭୂତାଣୁ ପରିବାହିତ ହୁଏ । 16 ରୁ 22 ଡିଗ୍ରୀ C ମଧ୍ୟରେ ଏହି ଲକ୍ଷଣ ବିକଶିତ ହୁଏ । ଉଚ୍ଚ ତାପମାତ୍ରାରେ , ଲକ୍ଷଣ , ବେଳେବେଳେ , ଦବିରହିଥାଏ ।