PLRV
ଭୁତାଣୁ
ଗଛ କିସମ , ପରିପାର୍ଶ୍ଵିକ ଅବସ୍ଥା ଓ ସଂକ୍ରମଣ ପ୍ରକାର ଅନୁଯାୟୀ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ଜଉ ପୋକ ଦ୍ଵାରା ହେଉଥିବା ପ୍ରାଥମିକ ସଂକ୍ରମଣ ପ୍ରାୟତଃ ନୂଆପତ୍ରରେ ଦେଖାଯାଏ । ଧାରଗୁଡିକ ଉପର ଆଡକୁ ମୋଡି ହେବା ଆରମ୍ଭ କରେ ଓ ଫିକା ହୋଇ ଶୁଖିଯାଏ କିମ୍ବା ଅନ୍ତଃ ଶିରା ପାଣ୍ଡୁରତା ଦେଖାଦିଏ । ସଂକ୍ରମିତ ବିହନ ସାମଗ୍ରୀରୁ( ଦ୍ଵିତୀୟକ ସଂକ୍ରମଣ ) ହୋଇଥିବା ଗଛରେ ପୁରୁଣା ପତ୍ରଗୁଡ଼ିକ ଉପରକୁ ବୁଲି ପଡିଥାଏ , ତଳପଟେ ବାଇଗଣି କିମ୍ବା ଲାଲ ରଙ୍ଗ ସହିତ କଠିନ ଓ ଭଙ୍ଗୁରପ୍ରବଣ ହୁଏ, ଯେତେବେଳେ ନୂଆ ପତ୍ର ସିଧା ଓ ଈଷତ ସବୁଜ କିମ୍ବା ପାଣ୍ଡୁର ଥାଏ । ଗଛର ବୃଦ୍ଧି ରୁଗୁଡିଆ ହୁଏ , କାଣ୍ଡ ଓ ଡେମ୍ଫ କଠିନ ଓ ଉପର ଆଡକୁ ସିଧାଥାଏ । ଅଧିକ ସଂକ୍ରମଣ ଆଳୁ ଅମଳ ଓ ବଜାରଯୋଗ୍ୟତା କମାଏ ।
ଭୂତାଣୁର ପ୍ରତ୍ୟକ୍ଷ ନିୟନ୍ତ୍ରଣ ସମ୍ଭବ ନାହି , କିନ୍ତୁ ପରଜୀବୀ , ପରଭକ୍ଷୀ ଦ୍ଵାରା ଜଉପୋକ ସଂଖ୍ୟା କମାଇଲେ ଏହା ନିରାକରଣରେ ସାହାଯ୍ୟ କରିପାରିବ । ଲେଡିବର୍ଡ ଭୃଙ୍ଗ , ସେନା ବିଟାଳ ,ଝାଲର ପୋକ ,ଏବଂ କେତେକ ଅନ୍ୟ ପୋକ ବୟସ୍କ ଓ ଶୂକ ଜଉପୋକ ମାନଙ୍କୁ ଖାଇଥାନ୍ତି । ପରଜୀବୀ ବିରୁଡି ମଧ୍ୟ ବ୍ୟବହାର କରାଯାଇପାରେ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୁତାଣୁର ରାସାଯନିକ ନିୟନ୍ତ୍ରଣ ନାହି । ଯାହାହେଲେବି , କିଛି ମାତ୍ରାରେ ଜଉପୋକ ନିୟନ୍ତ୍ରଣ କରିହେବ । ଫସଲର ପ୍ରାଥମିକ ବୃଦ୍ଧି ଅବସ୍ଥାରେ କୀଟନାଶକ ପ୍ରୟୋଗ କରନ୍ତୁ ।
ଯେତେବେଳେ ଗଛ ସଂକ୍ରମିତ ହୁଏ ଓ ଭୂତାଣୁ ବହନ କରୁଥିବା ଜଉ ପୋକ ଦ୍ଵାରା ଖିଆଯାଏ , ପ୍ରାଥମିକ ସଂକ୍ରମଣ ହୁଏ । ଦ୍ଵିତୀୟକ ସଂକ୍ରମଣ ହୁଏ ଯେତେବେଳେ ,ସଂକ୍ରମିତ ବିହନ ସାମଗ୍ରୀ ଲଗାଯାଏ ଓ ସେଥିରୁ ଗଛ ବାହାରେ । ଜଉପୋକ ଅନ୍ୟ ସୁସ୍ଥ ଗଛକୁ ଏହି ଭୂତାଣୁ ବହନ କରେ । ଏହି ଭୂତାଣୁ ଜଉପୋକରେ ସ୍ଥାୟୀ ଭାବେ ଜୀବନସାରା ରହେ , ତେଣୁ ସଂକ୍ରମଣର ସମ୍ଭାବନା ଅଧିକ ଥାଏ । ଭୂତାଣୁ ସଂକ୍ରମଣ କରିବାପାଇଁ ପୋକ ଅତି କମରେ 2 ଘଣ୍ଟା ଖାଇବାକୁ ପଡିବ । ଆର୍ଦ୍ର ମାଟି ସଂକ୍ରମଣର ଶଙ୍କା ବଢାଇଥାଏ । ।