CGMMV
ଭୁତାଣୁ
ଏହି ରୋଗର ପ୍ରାଥମିକ ସମୟରେ କଅଁଳ ପତ୍ରରେ ଇସତ ହଳଦିଆ ସବୁଜ ଦାଗ ତଥା ଶିରା ର ରଙ୍ଗ ଛାଡ଼ିଯିବା ଦେଖା ଦେଇଥାଏ. ଅତ୍ୟଧିକ ସଂକ୍ରମଣରେ ପତ୍ରରେ ରଙ୍ଗଛଡା ଦାଗ, ଲୋଚାକୋଚା ଦେଖାଯାଏ ଏବଂ ପତ୍ର ବିକୃତାକାର ହୋଇଯାଏ. ଗଛ କମ ବଢେ ଏବଂ ପରବର୍ତ୍ତୀ ସମୟରେ ପତ୍ର ପଚିବା ଦେଖାଦେଇଥାଏ. ପୁରୁଣା ପତ୍ର ରଙ୍ଗ ଧୋଇ ହେଲା ପରି କିମ୍ବା ହଳଦିଆ-ଧଳା ହୋଇଯାଏ ଏବଂ ଅସମୟରେ ଝଡ଼ିଯାଏ. ଫଳଗୁଡିକରେ ବାହାରୁ କିଛି ଲକ୍ଷଣ ଦେଖା ଯାଏ ନାହିଁ କିମ୍ବା ପ୍ରବଳ ଦାଗ ଦେଖାଯାଏ, ବିକୃତ ହୋଇଯାଏ ଓ ଝଡ଼ିପଡ଼େ. ଏହି ଲକ୍ଷଣ ଅଧିକ ତାପମାନ ରେ ଦେଖାଦେଇଥାଏ. କେତେକ କ୍ଷେତ୍ରରେ ଫଳର ବାହାରେ କିଛି ଲକ୍ଷଣ ଦେଖାଦେଇନଥାଏ କିନ୍ତୁ ଭିତରେ ରଙ୍ଗଛଡା ତଥା ପଚିଯାଏ. ଅସମୟରେ ଫଳ ଝଡ଼ିଯିବା ସାଧାରଣ କଥା ଅଟେ.
ବିହନକୁ 70°C ତାପମାନରେ ତିନି ଦିନ ଶୁଖିଲା ଗରମ ଉପଚାର କଲେ ସକ୍ରିୟ ଭୁତାଣୁ ମୁକ୍ତ ହୋଇଯାଇଥାଏ. ଯଦି ମିଳେ କାକୁଡ଼ିର ସବୁଜ ମୋଜାଇକ ଭୁତାଣୁ ର ପରୀକ୍ଷା କିଟ ବ୍ୟବହାର କରନ୍ତୁ. ଜୈବିକ କୀଟନାଶକ ଚୋବାଇ ଖାଉଥିବା ପୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଚୋବେଇ ଖାଉଥିବା ପୋକ କୁ ମାରିବା ପାଇଁ କୀଟନାଶକ ବ୍ୟବହାର କଲେ ଏହି ଭୁତାଣୁ ସଂକ୍ରମଣ କମ ହୋଇଥାଏ. ଏହି କାକୁଡ଼ିର ସବୁଜ ମୋଜାଇକ ଭୁତାଣୁର ସିଧାସଳଖ ଉପଚାର ପାଇଁ କିଛି ନିୟନ୍ତ୍ରଣ ପଦ୍ଧତି ନାହିଁ.
କାକୁଡ଼ିର ସବୁଜ ମୋଜାଇକ ଭୁତାଣୁ (CGMMV) ଦ୍ୱାରା ଏହି ରୋଗର ଲକ୍ଷଣ କୁକୁରବିଟ ଜାତୀୟ ଫସଲ ଯଥା କାକୁଡି, ତରଭୁଜ ଏବଂ ଖରଭୁଜ ରେ ଦେଖାଦେଇଥାଏ. ଏହି ଭୁତାଣୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ମାଟିରେ ଥିବା ମୃତ ଗଛ ଅବଶେଷରେ ବଞ୍ଚିପାରେ. ଏହି ଭୁତାଣୁ ସଂକ୍ରମିତ ବିହନ, ଯାନ୍ତ୍ରିକ କୃଷି ଉପକରଣ ଦ୍ୱାରା ହୋଇଥିବା ଖଣ୍ଡିଆ ଖାବରା, କୃଷି ଉପକରଣ, ଏବଂ ଭଅଁର ପୋକ ପରି ଚୋବେଇ ଖାଉଥିବା ପୋକ, ଦ୍ୱାରା ବ୍ୟାପିଥାଏ. ଏହି ସଂକ୍ରମଣ ଅନ୍ୟ ଫସଲକୁ ଗ୍ରାଫ୍ଟିଂ ବା ଅନ୍ୟ କାର୍ଯ୍ୟ ଯାହାକି ଫସଲକୁ ଆଘାତ କରିପାରେ,ତାହା ଦ୍ୱାରା ସଂକ୍ରମିତ ହୋଇଥାଏ. ଶୋଷକ ପୋକ ଯଥା ଆଫିଡ଼, ଉକୁଣିଆ ପୋକ, ଧଳା ମାଛି ଦ୍ୱାରା ଏହି ଭୁତାଣୁ ସଂକ୍ରମିତ ହୋଇ ନଥାଏ. ଥରେ ସଂକ୍ରମଣ ହେଲା ପରେ, ଏହି ଭୂତାଣୁ ବିପକ୍ଷରେ କୌଣସି ପ୍ରତିକାର ଉପଲବ୍ଧ ନାହିଁ. ଗ୍ରୀନ୍ ହାଉସ୍ ଗୁଡିକରେ, ଏହି ଭୂତାଣୁ ଯୋଗୁଁ ସଂକ୍ରମଣ ସଂଖ୍ୟା ବଢି ଚାଲି ଅଛି.