CMV
ଭୁତାଣୁ
ଲକ୍ଷଣ ଗୁଡିକ ଗଛର ପ୍ରଜାତି ତଥା ପରିବେଶର ଅବସ୍ଥା ଉପରେ ନୀର୍ଭର କରି ବିଭିନ୍ନ ପ୍ରକାରର ହୋଇଥାଏ. କେତେକ କ୍ଷେତ୍ରରେ ଏହି ଭୁତାଣୁ ଥିଲେ ମଧ୍ୟ ଲକ୍ଷଣ ଲୁଚି ରହିଥାଏ କିମ୍ବା ଘୋଡାଇ ହୋଇଯାଇଥାଏ. ହଳଦିଆ ଚକଡା କିମ୍ୱା ଇସତ ସବୁଜ ଏବଂ ହଳଦିଆ ଦାଗ ପତ୍ର ଓ ଫଳ ଉପରେ ଦେଖାଦେଇଥାଏ. ଗଛର ପାର୍ଶ୍ଵ ଶାଖା ଲମ୍ବା ହୋଇ ବଢିଥାଏ. ପତ୍ରର ଡେମ୍ଫ ମଧ୍ୟ ଲମ୍ବା ହୋଇଯାଏ ଯାହା ଫଳରେ ପତ୍ର ଓ ଡେମ୍ଫ ତଳମୁହାଁ ହୋଇଯାଏ. ଯୁବ ପତ୍ର ଶୁକୁଡ଼ି ଯାଇ ସଂକୁଚିତ ହୋଇଯାଏ. ପୁରା ଗଛର ବିକାଶ ଅବରୁଦ୍ଧ ହୋଇଯାଏ ତଥା ବାଙ୍ଗରା ହୋଇଯାଏ ଯାହା ବୁଦା ପରି ଦେଖାଯାଏ. ଫୁଲ ରେ ଧଳା ଲାଇନ ଦେଖାଯାଇପାରେ. ଫଳ ଉପର ପଟକୁ ବଙ୍କା ହୋଇଯିବ ଫଳରେ ଏହା ବଜ଼ାରରେ ବିକି କରିବା ପାଇଁ ଯୋଗ୍ୟ ହୋଇ ନଥାଏ.
ଖଣିଜ ତେଲର ସ୍ପ୍ରେ କରି କ୍ଷୁଦ୍ର କୀଟ ମାନଙ୍କୁ ଗଛରେ ଖାଇବା ଦୂର କରାଇ ହେବ ଏବଂ କ୍ଷୁଦ୍ର କୀଟ ମାନଙ୍କ ଜନସଂଖ୍ୟା କମ କରିହେବ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. CMV ବିରୋଧରେ ନିୟନ୍ତ୍ରଣ କିମ୍ବା ପ୍ରତିକାର ପାଇଁ କୌଣସି ରାସାୟନିକ ଉପାୟ ନାହିଁ. ସାଇପରମେଥ୍ରୀନ କିମ୍ବା କ୍ଲୋରୋପାଇରିଫସ କୁ ପତ୍ର ସମୂହ ସ୍ପ୍ରେ କରି ଏହି ଭୁତାଣୁର ବାହକ କ୍ଷୁଦ୍ର କୀଟକୁ ନିୟନ୍ତ୍ରଣ କରିହେବ.
ଏହି ରୋଗର ଲକ୍ଷଣ ଗୁଡିକ କାକୁଡ଼ିର ମୋଜାଇକ ଭୁତାଣୁ (CMV) ଦ୍ୱାରା ଦେଖାଯାଇଥାଏ ଯାହାକି ବିଭିନ୍ନ ଫସଲ ଯଥା କୁକୁରବିତ ଜାତୀୟ ଫସଲ, ପାଳକ, ଲେଟ୍ୟୁସ, ସିମଲା ଲଙ୍କା, ଜୁଆଣି ଏବଂ ବିଭିନ୍ନ ପ୍ରକାରର ଫୁଲ ଗଛ ଯେମିତିକି କଇଁ, ଡେଲଫିନିଅମ, ପ୍ରିମୁଲା ଓ ଡ଼ାଫନେ ରେ ଏହି ରୋଗ ମଧ୍ୟ ଦେଖାଦେଇଥାଏ. ଏହି ଭୁତାଣୁ 60-80 ଜାତିର କ୍ଷୁଦ୍ର କୀଟ ଦ୍ୱାରା ପ୍ରବାହିତ ଓ ସଂକ୍ରମିତ ହୋଇଥାଏ. ସଂକ୍ରମିତ ବିହନ, ଚାରା କିମ୍ବା କଲମୀ ଏବଂ କୃଷି କାର୍ଯ୍ୟ କରୁଥିବା ଲୋକମାନଙ୍କ ହାତ ତଥା ଉପକରଣ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଥାଏ. CMV ଶୀତ ଋତୁ ବେଳେ ଏହି ଭୂତାଣୁ ଚିରସ୍ଥାୟୀ ଅନାବନା ଫୁଲ ଗଛ ଏବଂ ସଂକ୍ରମଣ କରୁଥିବା ଫସଲର ମୂଳ, ମଞ୍ଜି କିମ୍ବା ଫୁଲରେ ମଧ୍ୟ ବଞ୍ଚିପାରେ. ପ୍ରାରମ୍ଭିକ ସଂକ୍ରମଣ କ୍ଷେତ୍ରରେ, ଏହି ଭୂତାଣୁ ସୃଂଖଳିତ ଭାବେ ନୂତନ ଜନ୍ମିତ ଅଂକୁର ଓ ଉପର ପତ୍ର ଗୁଡିକରେ ଶେଷରେ ଦେଖା ଯାଇଥାଏ (ଦ୍ୱିତୀୟ ସଂକ୍ରମଣ). ଏହି ସବୁ ଗଛରେ ଖାଉଥିବା କ୍ଷୁଦ୍ର କୀଟ ଏହି ଭୁତାଣୁକୁ ଆଣିଥାନ୍ତି ଏବଂ ସଂକ୍ରମଣ ଆରମ୍ଭ କରିଥାନ୍ତି. ଏହି ଭୁତାଣୁ ଗଛର ପ୍ରବାହକ ଟିସୁ ଦେଇ ଗଛର ଦୁର ଦୁର କୁ ବିଭିନ୍ନ ଅଂଶକୁ ବ୍ୟାପିଥାଏ.