BCMV
ଭୁତାଣୁ
5 mins to read
ପ୍ରଥମରେ ,ତ୍ରିପତ୍ରକ ପତ୍ର ଅଳ୍ପ ଫିକା ଦେଖାଯାଏ । ପରେ ପତ୍ରରେ ଗାଢ ଓ ଫିକା ସବୁଜ ମୋଜାଇକ ଚିହ୍ନ ଦେଖାଯାଏ। କେତେକ ଶିରା ବା ଏହାର ଅଂଶ ପାଣ୍ଡୁରତା ଦେଖାଏ । ରୋଗ ବଢିବ ସମୟରେ ,ପତ୍ରର କିଛି ଅଂଶ କୁଞ୍ଚ କୁଞ୍ଚ, ଫୋଟକା ପରି କିମ୍ବା ବିକୃତ ହୋଇପାରେ । ବିଳମ୍ବ ଲକ୍ଷଣରେ ପତ୍ର ତଳ ଆଡକୁ ପତ୍ର କୁଞ୍ଚିତ ହୁଏ ବା ଗୁଡେଇ ହୁଏ। ଯେଉଁ ଗଛ ପ୍ରଥମାବସ୍ଥାରେ ସଂକ୍ରମିତ ହୁଏ, ତାହାର ବୃଦ୍ଧି ରୁଗୁଡିଆ ହୁଏ ଓ ଉତ୍ପାଦନ ଶକ୍ତି ହ୍ରାସ ହୁଏ । ଛୁଇଁ ପିଛା କମ ମଞ୍ଜି ଓ କମ ଛୁଇଁ ରହେ । କେତେକ ପ୍ରତିରୋଧ ଶକ୍ତି ହୀନ କିସମରେ ଭୂତାଣୁ ଛେରକୁ କଳା କରେ ଯାହାକି 30 ଡିଗ୍ରୀ ତାପମାତ୍ରା ପରେ ଦେଖାଯାଏ ନାହି ।
ଭୂତାଣୁ ପାଇଁ ପ୍ରତ୍ୟକ୍ଷ ନିୟନ୍ତ୍ରଣ ସମ୍ଭବ ନାହି । ପାଣି ମିଶା ଖଣିଜ ତେଲ ଜଉ ପୋକ ଦ୍ଵାରା ଭୂତାଣୁ ବହନ କମାଇଦେଇପାରେ । ତେଲ ପରିମାଣ ଅଧିକ ହେଲେ ଗଛ ପାଇଁ ବିଷାକ୍ତ ହୁଏ ।
ସମ୍ଭାବ୍ୟ ଜୈବିକ ଉପଚାର ସହିତ ସର୍ବଦା ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଜଉ ପୋକ ପାଇଁ ରାସାୟନିକ ନିୟନ୍ତ୍ରଣ ଫଳପ୍ରସୂ ନୁହେ ।
ସଂକ୍ରମିତ ଇହନ ହେଉଛି ସଙ୍କରମାନର ମୁଖ୍ୟ ଉତ୍ସ । ଗଛକୁ ଗଛ ପରବର୍ତୀ ସଂକ୍ରମଣ ସଂକ୍ରମିତ ରେଣୁ ,ବାହକ ଓ କମ ବେଳେ ଯାନ୍ତ୍ରିକ ଆଘାତ ଯୋଗୁଁ ହୁଏ। ଗଛର କିସମ , ପରିବେଶ ପରିସ୍ଥିତି ( ତାପମାତ୍ରା ଓ ଆର୍ଦ୍ରତା ) ଉପରେ ଲକ୍ଷଣ ଓ ଅମଳର ପ୍ରଭାବ ନିର୍ଭର କରେ । ଭୂଇଁରେ ମାଡୁଥିବା ବିନ ଭୂତାଣୁକୁ ପ୍ରତିରୋଧ କରିବାର ଦେଖାଯାଇଛି, କିନ୍ତୁ ପୋଲ ବିନ (ଝଟା ବା ଶିମ୍ବ ) ଏବଂ ବୁଦା ବିନ ( ଶିମ୍ବ ବା ଝଟା ) ଅଧିକ ରୋଗ ପ୍ରବଣ । ସଂକ୍ରମିତ ବିହନ ଲଗାଇଲେ କ୍ଷତି 100 % ପର୍ଯ୍ୟନ୍ତ ଦେଖାଯାଇପାରେ । ଜଉ ପୋକ ଯୋଗୁଁ ପରବର୍ତ୍ତୀ ସଂକ୍ରମଣ ମାତ୍ରା କମ ଅଟେ । 30 ଡିଗ୍ରୀରୁ ଅଧିକ ହେଲେ ଲକ୍ଷଣ ଖରାପ ଆଡକୁ ଗତି କରେ ।