Pythium aphanidermatum
ଫିମ୍ପି
ଲକ୍ଷଣ ବାଦାମୀ ଦାଗ ଭାବରେ ଆରମ୍ଭ ହୋଇଥାଏ ଯାହାକି ମାଟିର ପ୍ରତ୍ୟକ୍ଷ ସ୍ପର୍ଶରେ ଥିବା ଫଳରେ ନରମ, ପଚା ଦାଗ ସୃଷ୍ଟି ହୋଇଥାଏ। ଆର୍ଦ୍ର ପରିସ୍ଥିତିରେ, ଫଳର ଏହି ଦାଗ ଉପରେ ଧଳା, ତୁଳା ସଦୃଶ ବୃଦ୍ଧି ଦେଖାଯାଏ। ନର୍ସରୀରେ, ସମାନ ଜୀବାଣୁ ନୂଆ ଓ ପୁରୁଣା ଚାରାକୁ କ୍ଷତି ପହଞ୍ଚାଇ ଥାଏ ଓ ମାରି ଦେଇଥାଏ। ଜୀବାଣୁ ମୂଳର ମଧ୍ୟ କ୍ଷତି କରିଥାଏ, ଫଳରେ ଏହା ପଚି ଯାଇଥାଏ: ପତ୍ର ହଳଦିଆ ହୋଇଯାଏ, କାରଣ ଗଛ ପୋଷଣ ନେଇପାରେ ନାହିଁ। ପାଇଥିଅମ ଦ୍ଵାରା ପଚିଥିବା ଫଳ ଫାଇଟୋପାଥୋରା ଏବଂ ସ୍କ୍ଲେରୋଟିନିଆ ଦ୍ଵାରା ପଚିଥିବା ଫଳ ଭଳି ଦେଖାଯାଏ। ତାହାକୁ ଅଲଗା ଭାବରେ କହିବାକୁ ଗଲେ, ମନେ ରଖନ୍ତୁ: ପାଇଥିଅମ ତୁଳା କିମ୍ବା ସେଭିଙ୍ଗ କ୍ରିମ ଭଳି ଦେଖାଯାଏ। ଫାଇଟୋପାଥୋରା ଅଟା ବା ଗୁଣ୍ଡ ଭଳି ଦେଖାଯାଏ। ସ୍କ୍ଲେରେଟିନିଆର କଳା କଠିନ ଦାଗ ସହିତ ଘନ ତୁଳା ଭଳି ବୃଦ୍ଧି ଥାଏ ଯାହାକି କାଣ୍ଡକୁ ପ୍ରଭାବିତ କରିଥାଏ।
ଏଥିପାଇଁ କୌଣସି ପ୍ରାମାଣିକ ପ୍ରୟୋଗ ଯୋଗ୍ୟ ଜୈବିକ ନିୟନ୍ତ୍ରଣ ନାହିଁ।
ଲକ୍ଷଣ ଥରେ ଦେଖାଦେଲେ, ପ୍ରଭାବିତ ଚାରା କିମ୍ବା ଫଳକୁ ରକ୍ଷା କରି ହୁଏନାହିଁ। ସଂକ୍ରମଣ ନିରାକରଣ ପାଇଁ, ବିହନ ଓ ଚାରାରେ ରାସାୟନିକ ଉପଚାର କରନ୍ତୁ। ଲଗାଇବା ପୂର୍ବରୁ ବିହନ ବିଶୋଧନ କରନ୍ତୁ ଏବଂ ଚାରାକୁ ଅନୁମୋଦିତ ଦ୍ରବଣରେ ବୁଡାଇ ଲଗାନ୍ତୁ। ଅତିରିକ୍ତ ଭାବରେ, ମାଟିର ଉପଚାର ବା ବିଶୋଧନ କରନ୍ତୁ। ଏହି ଉପଚାରର ଫଳପ୍ରଦତା ଜଳସେଚନ କିମ୍ବା ବର୍ଷାପାତ ଦ୍ଵାରା କବକନାଶୀ ମାଟିର ଉପର ସ୍ତରରେ ପ୍ରବେଶ କରିବା ଉପରେ ନିର୍ଭର କରିଥାଏ।
ତୁଳା ରୋଗ କରୁଥିବା ଜୀବାଣୁ ମାଟିରେ ବଞ୍ଚି ରହିଥାଏ। ଏହା ଉଷ୍ମ, ଆର୍ଦ୍ର ପାଣିପାଗ ଦ୍ଵାରା ଅନୁକୂଳିତ ହୋଇଥାଏ ଏବଂ ଜମି ରହିଥିବା ଜଳକୁ ପସନ୍ଦ କରିଥାଏ। ଏହା ଜଳସେଚନ ଜଳ ଦ୍ଵାରା ବିସ୍ତାର ଲାଭ କରିଥାଏ। ଏହା ଗଛକୁ ପୋଷଣ ନେବାରେ ବାଧା ସୃଷ୍ଟି କରି ଗଛର କୋଷରେ ସହଜରେ ପ୍ରବେଶ କରିଥାଏ ଏବଂ ପ୍ରଭାବିତ ଅଂଶକୁ କ୍ଷୟ କରିଥାଏ। କାଟଛାଣ୍ଟ, ପତ୍ର କାଢିବା ଦ୍ଵାରା ଗଛ ରୋଗ ପ୍ରବଣ ହୋଇଥାଏ ଯାହାକି ଜୀବାଣୁକୁ ସହଜରେ ବିସ୍ତାର ଲାଭ କରିବାକୁ ସୁବିଧା ଦେଇଥାଏ।