ନିଓଫ୍ରାବେ ପତ୍ର ଦାଗ

ଅଲିଭ

ନିଓଫ୍ରାବେ ପତ୍ର ଦାଗ

Neofabraea spp.

ଫିମ୍ପି

ସଂକ୍ଷେପରେ

  • ଛୋଟ, ଗୋଲାକାର ବିଗଳିତ ପତ୍ର ଦାଗ ଦେଖାଯାଏ। ଲାଲ-ବାଦାମୀ କ୍ଷତ ଦାଗ ଡାଳ ଓ କାଣ୍ଡରେ ଏବଂ ବେଳେବେଳେ ଯାଦୁରା ଦାଗ ଶାଖାରେ ଦେଖାଯାଏ। ଫଳରେ ହଳଦିଆ ଦାଗ ଘେରି ରହିଥିବା କଳା ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ନିଓଫ୍ରାବେ ପତ୍ର ଦାଗ

ଅଲିଭ

ଲକ୍ଷଣ

ଯାନ୍ତ୍ରିକ ଉପାୟରେ ଅମଳ କରାଯାଇ ଥିବା ବଗିଚାରେ ଅମଳ ପରେ ଲକ୍ଷଣ ପ୍ରକାଶ ପାଇଥାଏ। ନିର୍ଦ୍ଧିଷ୍ଟ ଭାବରେ ବିଳମ୍ବ ଶୀତ ଏବଂ ସହଳ ବସନ୍ତ ଋତୁରେ ପତ୍ର ଉପରେ ଲକ୍ଷଣ ଦେଖାଯାଇ ଥାଏ। ପତ୍ର ଦାଗ ପ୍ରାୟ 3 ରୁ 4 ମିମି ବ୍ୟାସ ବିଶିଷ୍ଟ ଏବଂ ସାମାନ୍ୟ ଖାଲୁଆ ହୋଇଥାଏ। ତାହା ପ୍ରାଥମିକ ଭାବରେ ଏକ ଛୋଟ ଗୋଲାକାର (ହଳଦିଆ) ଦାଗ ଭାବରେ ସୃଷ୍ଟି ହୋଇଥାଏ। ଏହି ଦାଗ ବସନ୍ତ ଏବଂ ସହଳ ଗ୍ରୀଷ୍ମ ଋତୁରେ ବିଗଳିତ ହୋଇଥାଏ। ଆଘାତପ୍ରାପ୍ତ ଡାଳରେ 0.5 ରୁ 3 ସେମି ଲମ୍ବର ଯାଦୁରା ଦାଗ ଦେଖାଯାଏ, ଯାହା ଫଳରେ ଶାଖାର ମୃତ୍ୟୁ ହୋଇଥାଏ। ଆକ୍ରାନ୍ତ ମାତ୍ରା ଅତ୍ୟଧିକ ହେଲେ ପତ୍ରହୀନତା ଦେଖାଯାଏ ଏବଂ ପରବର୍ତ୍ତୀ ଋତୁରେ ଉତ୍ପାଦନ ପ୍ରଭାବିତ ହୋଇପାରେ। ଏକ ପାଣ୍ଡୁର ବଳୟ ଦ୍ଵାରା ଘେରି ରହିଥିବା ଗାଢ, ସାମାନ୍ୟ ଖାଲୁଆ ଦାଗ ଫଳରେ ଦେଖାଯାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ, କୌଣସି ଫଳପ୍ରସୂ ଜୈବିକ ନିୟନ୍ତ୍ରଣ ଉପଚାର ଉପଲବ୍ଧ ନାହିଁ।

ରାସାୟନିକ ନିୟନ୍ତ୍ରଣ

ଏହି ନିର୍ଦ୍ଧିଷ୍ଟ ବିଷୟ ନିକଟ ଗତ ବର୍ଷଗୁଡିକରେ ଲକ୍ଷ୍ୟ କରା ଯାଇଛି। ବର୍ତ୍ତମାନ ରାସାୟନିକ ନିୟନ୍ତ୍ରଣ ଅଧ୍ୟୟନ ଚାଲୁଅଛି। ଏହା ପାଇଁ ଅମଳ ପରେ ନିରାକରଣାତ୍ମକ ସ୍ପ୍ରେ ଏକ ସମାଧାନ ହୋଇପାରେ। ଜୀବାଣୁ ବିସ୍ତାର କରିବାରେ କାଟଛାଣ୍ଟ ଏବଂ ଯାନ୍ତ୍ରିକ ଉପାୟରେ ଅମଳ ଉପକରଣର ଭୂମିକା ଅଧ୍ୟୟନ କରାଯିବା ଉଚିତ। ଆପଣଙ୍କ ନିକଟ କୃଷି ବିଶେଷଜ୍ଞଙ୍କ ଠାରୁ ନବୀନତମ ସୂଚନା ପ୍ରାପ୍ତ କରନ୍ତୁ।

ଏହାର କାରଣ କଣ

ଉଭୟ ନିଓଫାବ୍ରେ ଏବଂ ଫ୍ଲାଇକ୍ଟେମା ଜାତି ଏହି ରୋଗ ସହିତ ସମ୍ପୃକ୍ତ ରହିଥାନ୍ତି। ନିକଟ ବିଗତ ବର୍ଷରେ ଯେଉଁଠି ଅଲିଭ ଶିଳ୍ପ, ଫସଲର ପ୍ରସାର ଓ ବ୍ୟାପକତାରେ ପ୍ରବେଶ କରିଛି ସେଠାରେ ଅଲିଭ ବଗିଚାରେ ଲକ୍ଷଣ ନାଟକୀୟ ଭାବରେ ବୃଦ୍ଧି ପାଇଛି। କାଟଛାଣ୍ଟ ଓ ଅମଳରେ ଯାନ୍ତ୍ରିକିକରଣ ପତ୍ର, ଡାଳ ଏବଂ ଶାଖାରେ ଆଘାତ ସଂଖ୍ୟା ବଢାଇ ଥାଏ। ସଂକ୍ରମଣ ହେବା ପାଇଁ ଏହା ଏକ ଆଘାତ ଆବଶ୍ୟକ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ସବୁ କିସମ ରୋଗପ୍ରବଣ ନୁହନ୍ତି। ବ୍ଳାଙ୍କେଟା ସବୁଠାରୁ ଅଧିକ ରୋଗପ୍ରବଣ ଭାବେ ଜଣା ଯାଇଛି। ଆର୍ବେକ୍ବିନା ଏବଂ ପିକୁଆଲ, ସେମାନଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନଥାଇ, ମଧ୍ୟମ ଧରଣର ରୋଗ ପ୍ରବଣତା ଦେଖାଇ ଥାଏ। ନିରାକରଣ ପଦ୍ଧତି ବର୍ଣ୍ଣନା କରିବା କଠିନ ଅଟେ, ଯେହେତୁ ଉତ୍ପାଦନର ଯାନ୍ତ୍ରିକିକରଣ ରୋଗ ସୃଷ୍ଟିର ମୁଖ୍ୟ କାରଣ ଅଟେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ