Elsinoë punicae
ଫିମ୍ପି
ଲକ୍ଷଣ ଗୁଡିକ ପ୍ରଥମେ ଫଳରେ ଯାଦୁରା ଦାଗ ଭାବେ ଦେଖାଦିଏ ଯାହା ପରେ ଉଠାଣିଆ ଯାଦୁରା ଘା ରୂପେ ପରିଣତ ହୋଇଥାଏ। ଦାଗ ଗୁଡିକ ବଡ ହୋଇ ମିଶି ଥାନ୍ତି ଏବଂ ଯାଦୁରା-ଭଳି ଏବଂ ସୋଲ-ଭଳି ଲକ୍ଷଣ ଫୁଲ ଓ ଫଳ (ଉଭୟ ପକ୍ଵ ଓ ଅପକ୍ଵ)ରେ ଦେଖାଯାଏ। ଏହି ରୋଗ ବିକୃତ ଫଳ ସୃଷ୍ଟି କରିବା ସହିତ ପରାଗ ସଙ୍ଗମରେ ବ୍ୟାଘାତ ସୃଷ୍ଟି କରିଥାଏ। ଯାଦୁରା ରଙ୍ଗ ଧୂସର କିମ୍ବା ବାଦାମୀ ହୋଇଥାଏ। ପତ୍ରରେ ବାଦାମୀ ଦାଗ ଦେଖାଯାଇ ପାରେ। ଫଳ ଭିତରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଶାଖା/ଡାଳରେ ବାଦାମୀ ଦାଗ ଦେଖା ଯାଇପାରେ, କିନ୍ତୁ ଏହା ଏହି ରୋଗର ନିର୍ଦ୍ଧିଷ୍ଟ ଲକ୍ଷଣ ନୁହେଁ।
ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ପ୍ରୟୋଗଯୋଗ୍ୟ ଜୈବିକ ନିୟନ୍ତ୍ରଣ ସୂଚିତ କରାଯାଇ ନାହିଁ।
ଯଦି ଉପଲବ୍ଧ ହୁଏ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦିଓ ରାସାୟନିକ ପରିଚାଳନା ବିଷୟରେ ସୂଚନା ଅଭାବ ଥିବା କୁହାଯାଏ, କିଛି କବକନାଶୀ ସିଞ୍ଚନର ଫଳପ୍ରଦ ପ୍ରଭାବ ଥିବା ଜଣାଯାଏ। ନିର୍ଦ୍ଦିଷ୍ଟ ଭାବରେ କାର୍ବେଣ୍ଡାଜିମ୍ (0.1%), ଥିଓଫାନେଟ୍ ମିଥାଇଲ୍ (0.1%), ବିଟେରାନୋଲ୍ (0.1%), କ୍ଲୋରୋଥାଲୋନିଲ୍ (0.2%) ଫୁଲ ଆରମ୍ଭ ପର୍ଯ୍ୟାୟରେ 15 ଦିନ ବ୍ୟବଧାନରେ ଏହି ରୋଗକୁ ନିୟନ୍ତ୍ରଣ କରିପାରେ। କୀଟନାଶକ ବ୍ୟବହାର କରିବାବେଳେ ସର୍ବଦା ସୁରକ୍ଷାକାରୀ ପୋଷାକ ପିନ୍ଧନ୍ତୁ ଏବଂ ଉତ୍ପାଦ ଲେବଲରେ ଥିବା ନିର୍ଦ୍ଦେଶଗୁଡିକ ଅନୁସରଣ କରନ୍ତୁ ଯେପରିକି ମାତ୍ରା, ପ୍ରୟୋଗର ସମୟ, ଏବଂ ଅମଳ ପୂର୍ବରୁ ବ୍ୟବଧାନ। ସର୍ବଦା, କୀଟନାଶକ ପରିଚାଳନା ସମ୍ବନ୍ଧରେ ଆଞ୍ଚଳିକ ନିୟମାବଳୀ ଅନୁସରଣ କରନ୍ତୁ।
ଏଲସିନୋ ଜାତି ଉଦ୍ଭିଦ ଜୀବାଣୁ ଅଟେ ଏବଂ ଏହା ଆଭୋକାଡୋ, ଲେମ୍ବୁ ଜାତୀୟ, ଅଙ୍ଗୁର ଜାତୀୟ, ଆଳଙ୍କାରିକ, ଶସ୍ୟ ଫସଲ ଏବଂ କାଠୁଆ ପୋଷକ ଭଳି କିଛି ଅର୍ଥନୈତିକ ଗୁରୁତ୍ୱପୂର୍ଣ୍ଣ ଫସଲ ସହିତ ଅନେକ ଗଛରେ ଯାଦୁରା ରୋଗ ସୃଷ୍ଟି କରିଥାଏ। ରୋଗ ବିଷୟରେ ଅଧିକ ଜାଣିବା ପାଇଁ ଏବଂ ବ୍ୟବସାୟିକ ଉତ୍ପାଦନରେ ଅର୍ଥନୈତିକ ପ୍ରଭାବ ଜାଣିବା ପାଇଁ ଅତିରିକ୍ତ ଅଧ୍ୟୟନ ଆବଶ୍ୟକ ଅଟେ। ସଂକ୍ରମିତ ଜମିରୁ ସଂଗ୍ରହ କରାଯାଇ ଥିବା ଏଲସିନୋ ନମୁନାର ପ୍ରଜନନ କ୍ଷମ ଗଠନ ଅଭାବ ଯୋଗୁଁ ଗବେଷଣା ଅସୁବିଧା ହେଉଅଛି। ଏହା ଦ୍ରଷ୍ଟବ୍ୟ ଯେ ଯାଦୁରା ଲକ୍ଷଣ ଫସଲର ବଜାର ଯୋଗ୍ୟତା କମାଇ ଥାଏ, ତେଣୁ ଅଧିକ ଗବେଷଣା ଆବଶ୍ୟକ ଅଟେ। ଏହା ଲକ୍ଷ୍ୟ କରାଯାଇଛି ଯେ ବର୍ଷା ପାଗ ରୋଗ ବିସ୍ତାର ହାରକୁ ପ୍ରେରିତ କରିଥାଏ।