Rhizoctonia solani
ଫିମ୍ପି
ମାଟି ନିକଟରେ ଥିବା ପତ୍ର ପୃଷ୍ଠରେ ଛୋଟ 2 - 3ମିମି ର ଧଳା କିମ୍ବା ତମ୍ବା ବର୍ଣ୍ଣର ପ୍ରାଥମିକ ଦାଗ ଦେଖାଯାଏ। ରୋଗ ବଢିବା ସମୟରେ ଏହା ବଢିଥାଏ। ପ୍ରାଥମିକ ଦାଗ ଚାରିପଟେ ବିଗଳିତ ବଳୟ ସୃଷ୍ଟି ହୋଇଥାଏ। ଖେତରେ, ସବୁଠାରୁ ତଳେ ଥିବା ପୁରୁଣା ପତ୍ରରେ ଟାର୍ଗେଟ ଦାଗ ପ୍ରଥମେ ଲାଗିଥାଏ ଏବଂ ସମୟ କ୍ରମେ ଏହା ଉପର ପତ୍ରକୁ ଯାଇଥାଏ।
ଟ୍ରାଇକୋଡର୍ମା ଜାତି ବ୍ୟବହାର କରି ଆର. ସୋଲାନି ପାଇଁ ଜୈବିକ ବିରୋଧୀର ପ୍ରଭାବ ଦେଖାଯାଇଛି । ଟି. ହର୍ଜାନିଅମ ଆର. ସୋଲାନିର ବୃଦ୍ଧି ହ୍ରାସ କରିପାରେ ଏବଂ ଧୂଆଁପତ୍ର ଗଛରେ ରୋଗର ନିୟନ୍ତ୍ରଣ କରିପାରେ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ନିରାକରଣାତ୍ମକ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ମାଙ୍କୋଜେବ ଏବଂ ଆଜୋକ୍ସିଷ୍ଟ୍ରୋବିନ ପତ୍ର ସିଞ୍ଚନ ଏହି କବକ ପତ୍ର ଦାଗର ନିୟନ୍ତ୍ରଣ ପାଇଁ ପ୍ରୟୋଗ କରାଯାଇ ପାରେ।
ଆର. ସୋଲାନି ନାମକ ମୃତ୍ତିକା ବାହିତ ଜୀବାଣୁ ଦ୍ଵାରା ଏହି କ୍ଷତି ହୋଇଥାଏ। ଏହି କବକ ମାଟିରେ ପ୍ରାଥମିକ ଭାବରେ ହାଇଫେ କିମ୍ବା ସ୍କ୍ଲେରୋସିଆ ଭାବରେ ରହିଥାଏ। ଏହି ରୋଗ ଗ୍ରୀନହାଉସରୁ ଆସିଥିବା ଲକ୍ଷଣ ଥିବା ଚାରା ଦ୍ଵାରା ବିସ୍ତାର ଲାଭ କରିଥାଏ କିମ୍ବା ଜମିରେ ଏବଂ ଜମି ଚାରିପାଖେ ପ୍ରାକୃତିକ ଭାବରେ ଥିବା ଟାର୍ଗେଟ ଦାଗ କବକ ଦ୍ଵାରା ସଂକ୍ରମିତ ହୋଇପାରେ। ମଧ୍ୟମ ତାପମାତ୍ରା, ଉଚ୍ଚ ଆର୍ଦ୍ରତା ଏବଂ ଦୀର୍ଘ ଅବଧି ପାଇଁ ପତ୍ରରେ ଆର୍ଦ୍ରତା ରହିବା ଏହି ରୋଗକୁ ସୁହାଇ ଥାଏ। ଯେତେବେଳେ ଏହା ଉପଯୁକ୍ତ ଭାବରେ ନିୟନ୍ତ୍ରିତ ହୋଇ ନଥାଏ, ଏହି ରୋଗ ଅଧିକ ଅମଳ ହ୍ରାସ କରିବାରେ ସମର୍ଥ ହୋଇଥାଏ।