Mycosphaerella pinodes and Phoma medicaginis var. pinodella
ଫିମ୍ପି
କଳା ଦାଗ ଯୋଗୁଁ କାଣ୍ଡ, ପତ୍ର, ଛୁଇଁ ଏବଂ ମଞ୍ଜିରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥାଏ। ଆର୍ଦ୍ର ପରିସ୍ଥିତିରେ, କାଣ୍ଡ, ତଳ ପତ୍ର ଏବଂ ପତ୍ର ସମୂହ ତଳେ ସହଳ ଲକ୍ଷଣ ସାଧାରଣତଃ ପରିଲକ୍ଷିତ ହୁଏ। ଅନିୟମିତ ଆକୃତିର ଛୋଟ, ଗାଢ ବାଦାମି ଦାଗ ପତ୍ରରେ ବିଛୁରିତ ହୋଇ ରହିଥାଏ। ଲଗାତର ଆର୍ଦ୍ର ପରିସ୍ଥିତିରେ, ଦାଗ ବୃଦ୍ଧି ପାଏ ଓ ପରସ୍ପର ସହିତ ମିଶି ତଳ ପତ୍ରକୁ ପୋଡିଲା ଭଳି କରିଥାଏ। କାଣ୍ଡର ନିମ୍ନ ଅଂଶରେ ବାଇଗଣୀ- କଳା ଦାଗର କ୍ଷତ ଚିହ୍ନ ଦେଖାଯାଏ, ଯାହାକି ଗଛର ମୂଳରେ ସଢା ସୃଷ୍ଟି କରିଥାଏ, ଯାହା ଫଳରେ ଗଛ ପଡି ଯାଇପାରେ। ଛୁଇଁରେ ବାଇଗଣୀ-କଳା ଦାଗ ଥାଏ ଏବଂ ପରସ୍ପର ସହିତ ମିଶି ଖାଲୁଆ ଦାଗ ସୃଷ୍ଟି କରିଥାଏ। ସଂକ୍ରମିତ ମଞ୍ଜି ବର୍ଣ୍ଣହୀନ ହୋଇପାରେ ଏବଂ ବାଇଗଣୀ ମାଟିଆ ହୋଇଥାଏ।
ପ୍ରତିରୋଧୀ କିସମ ଲଗାନ୍ତୁ।
ଉପଲବ୍ଧ ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ମାଙ୍କୋଜେବ ଭଳି କବକନାଶୀ ସହିତ ସବୁ ମଟର ବିହନ ଉପଚାର କରିବା ପାଇଁ ଅନୁମୋଦନ କରାଯାଏ।
ମାଇକୋସ୍ଫେରିଲା ପିନୋଡସ, ଫୋମା ମେଡିକାଜିନିସ କିସମ- ପିନୋଡେଲା ନାମକ କବକ ଦ୍ଵାରା ଏହି କ୍ଷତି ହୋଇଥାଏ, ଯାହାକି ବିହନ-ବାହିତ, ମୃତ୍ତିକା ବାହିତ ହୋଇପାରେ କିମ୍ବା ମଟର କୁଟାରେ ବଞ୍ଚି ରହିପାରେ। ପୁରୁଣା ମଟର ଗଛ ଖୁଣ୍ଟାରେ ଥିବା କବକ ରେଣୁ ପବନ ଦ୍ଵାରା ନୂଆ ଗଛକୁ ଗଲେ ସାଧାରଣତଃ ଏହି ରୋଗ ହୋଇଥାଏ। ଗଛର ଯେ କୌଣସି ବୃଦ୍ଧି ଅବସ୍ଥାରେ ସଂକ୍ରମଣ ହୋଇପାରେ। ସଂକ୍ରମିତ ଗଛରେ ସୃଷ୍ଟି ହୋଇଥିବା ରେଣୁ ପବନ କିମ୍ବା ବର୍ଷା ଛିଟ ଦ୍ଵାରା ପାଖ ସୁସ୍ଥ ଗଛକୁ ପରିବାହିତ ହୋଇଥାଏ। ସଂକ୍ରମିତ ବିହନ ଲଗାଇଲେ ମଧ୍ୟ ଏହି ରୋଗ ହୋଇପାରେ। ଆର୍ଦ୍ର ପାଣିପାଗରେ, ଏହି ରୋଗ ଦ୍ରୁତ ଗତିରେ ବିସ୍ତାର କରିଥାଏ। ଶୁଖିଲା ବର୍ଷରେ, ସଂକ୍ରମିତ ବିହନ ଲଗାଇଲେ ରୋଗ ସୃଷ୍ଟି କରି ନପାରେ, କିନ୍ତୁ ଆର୍ଦ୍ର ପରିସ୍ଥିତିରେ ସାଂଘାତିକ ରୋଗ ହୋଇପାରେ। ମାଟିରେ କବକ ବହୁ ବର୍ଷ ବଞ୍ଚି ରହିପାରେ।