Fusarium/Pythium/Rhizoctonia complex
ଫିମ୍ପି
ଏହି ରୋଗର ପ୍ରାଥମିକ ଲକ୍ଷଣ ଦେଖାଯାଏ, ଯେତେବେଳେ ଗଛର ଭୂମି ଉପର ଅଂଶ ମଉଳିବାକୁ ଆରମ୍ଭ କରିଥାଏ ଏବଂ ତାପରେ ହଳଦିଆ ହେବା ପ୍ରକ୍ରିୟା ଏବଂ ଟିସୂର ବିଗଳନ ହୋଇଥାଏ, ଯାହାଦ୍ୱାରା ଗଛ ମରି ଯାଇପାରେ। ହଳଦିଆ ରୁଗୁଡିଆ କିମ୍ବା "ହଳଦିଆ ରୋଗ ଜଟିଳତା" ମୂଳ ଅଞ୍ଚଳରେ ଅତ୍ୟଧିକ ଜଳ ରହିଲେ ହେଉଥିବା ଅନୁମାନ କରାଯାଏ, ଯାହାକି ଚେର ପାଇଁ ଅମ୍ଳଜାନ ପରିମାଣ ହ୍ରାସ କରାଇ ଥାଏ। ଏହି ପରିସ୍ଥିତିରେ, ଚେର ନଷ୍ଟ ହେବା ଦ୍ଵାରା ଜୀବାଣୁ ପ୍ରବେଶକୁ ଅନୁକୂଳ କରାଇ ଥାଏ କିମ୍ବା ହଳଦିଆ ରୁଗୁଡିଆ ଜୀବାଣୁ ଆକ୍ରମଣ କରୁଥୁବା ଗଛର ରୋଗ ପ୍ରବଣତାରେ ପରିବର୍ତ୍ତନ କରାଇ ଥାଏ।
ମୃତ୍ତିକା ବାହିତ ଜୀବାଣୁ ପ୍ରତିରୋଧକତା ଥିବା କିସମ ବ୍ୟବହାର କରନ୍ତୁ।
ହଳଦିଆ ରୁଗୁଡିଆ ରୋଗ ରାସାୟନିକ ଭାବରେ ନିୟନ୍ତ୍ରିତ ହୋଇ ପାରିବ ନାହିଁ ଏବଂ ଦୁର୍ବଳ ଜଳ ପରିଚାଳନା ଏବଂ ମାଟିର ପରିପୃକ୍ତତା ଯୋଗୁଁ ଏହା ହୋଇଥାଏ।
O2 ଅଭାବ ଏବଂ ଅଧିକ CO2 ପ୍ରତି ଧୂଆଁପତ୍ର ଗଛର କମ ସହନୀୟତା ଅଛି। ଅତ୍ୟଧିକ ଆର୍ଦ୍ରତା, ଅମ୍ଳଜାନର ଅଭାବ ଏବଂ ଉଚ୍ଚ ତାପମାତ୍ରାର ସଂଯୁକ୍ତ ଫଳରେ ମୂଳ ନଷ୍ଟ ହୋଇଯାଇ ପାରେ। ମୂଳ ବ୍ୟବସ୍ଥା ନଷ୍ଟ ହେବା ଦ୍ଵାରା ଫ୍ୟୁଜାରିଆମ ଜାତି, ରାଇଜୋକ୍ଟୋନିଆ ସୋଲାନି, ପାଇଥିଅମ ଜାତି ଆଦି ଜୀବାଣୁ ପ୍ରବେଶ ପାଇଁ ଅନୁକୂଳ ହୋଇଥାଏ। ଏହାର ପ୍ରଭାବ ଫସଲ ଅଭିବୃଦ୍ଧି ଅବସ୍ଥା, ପରିବେଶ ପରିସ୍ଥିତି, ଅବଧି ଏବଂ ପ୍ରଭାବିତ ଚେରର ଶତକଡା ପରିମାଣ ଭଳି କାରକ ଉପରେ ନିର୍ଭର କରିଥାଏ।