Phakopsora euvitis
ଫିମ୍ପି
ପ୍ରାରମ୍ଭରେ କମଳା-ବାଦାମୀ ପାଉଡର/ଗୁଣ୍ଡ ସମୂହ ପତ୍ର ତଳପଟେ ଦେଖାଯାଏ। ପରେ, ପତ୍ରର ଉଭୟ ପାର୍ଶ୍ୱରେ ଛୋଟ ହଳଦିଆରୁ ବାଦାମୀ କ୍ଷତଦେଖାଯାଏ। ଏହି ରୋଗ ବିକଶିତ ହେବାପରେ କମଳା ଗାଢ- ବାଦାମୀ ହୋଇ ପ୍ରାୟ କଳା ହୋଇଯାଏ ଏବଂ ବିସ୍ତାରିତ କ୍ଷତ ସ୍ଥାନ ସୃଷ୍ଟି କରେ। ଭୀଷଣ ସଂକ୍ରମଣ ସମଗ୍ର ଗଛରେ ହଳଦିଆ କିମ୍ବା ବାଦାମୀ ସୃଷ୍ଟି କରିଥାଏ ଏବଂ ଶେଷରେ ଅକାଳ ପତ୍ରଝଡା ମଧ୍ୟ ସୃଷ୍ଟି କରିଥାଏ। ପରବର୍ତ୍ତୀ ବୃଦ୍ଧି ଋତୁରେ ଶାଖାରେ ମନ୍ଦ ଅଭିବୃଦ୍ଧି ହୋଇଥାଏ ଯାହାଦ୍ୱାରା ରୁଗୁଡିଆ ଲତା ହୋଇଥାଏ। ଏହି ରୋଗ ଦୁର୍ବଳ ଡାଳ ସୃଷ୍ଟି କରିଥାଏ, ଫଳର ଗୁଣ ଏବଂ ଅମଳ ହ୍ରାସ କରିପାରେ।
ସଲଫର ଥିବା କବକନାଶୀର ପତ୍ର ସିଞ୍ଚନ କରନ୍ତୁ। କବକନାଶୀ ଜୀବାଣୁ ବିରୁଦ୍ଧରେ କାମ କରିବାକୁ ସୁବିଧା ଦେବା ପାଇଁ ବର୍ଷା ଦିନେ ସିଞ୍ଚନ ଏଡାନ୍ତୁ।
ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବୋର୍ଡୋକ୍ସ ମିଶ୍ରଣ, କ୍ୟାପ୍ଟାଫୋଲ୍, ଡିଫୋଲାଟାନ୍, ପ୍ରୋପିକୋନାଜୋଲ, ଟେବୁକୋନାଜୋଲ କିମ୍ବା ଆଜୋକ୍ସିଷ୍ଟ୍ରୋବିନ୍ ଥିବା କବକନାଶୀ ବ୍ୟବହାର କରନ୍ତୁ, ଯାହା ଜୀବାଣୁ ପ୍ରଭାବକୁ ଯଥେଷ୍ଟ କମ କରିଥାଏ ବୋଲି କୁହାଯାଏ। ପରବର୍ତ୍ତୀ ବୃଦ୍ଧି ଋତୁରେ ଦୁଇ ସପ୍ତାହ ବ୍ୟବଧାନରେ ବେୟକର 3-4 ସ୍ପ୍ରେ (0.1%) ପ୍ରୟୋଗ କରି ଅଙ୍ଗୁରକ୍ଷେତ୍ରରେ କଳଙ୍କି ନିୟନ୍ତ୍ରଣ କରାଯାଇପାରିବ।
ଏହି ଲକ୍ଷଣଗୁଡ଼ିକ ଫାକୋପୋସୋରା ଭିଟିସ୍ ନାମକ କବକ ଦ୍ୱାରା ହୋଇଥାଏ। କବକ ସ୍ପୋରସ୍/ରେଣୁ ଫସଲ ଅବଶେଷ ଏବଂ ବିକଳ୍ପ ପୋଷକରେ ବଞ୍ଚିଥାଏ ଏବଂ ପବନ ଦ୍ୱାରା ବିସ୍ତାରଲାଭ କରିଥାଏ। କଳଙ୍କି ଦାଗର ଜୀବାଣୁ ଦାଗରେ ବିକଶିତ ହୁଏ ଯାହା ପତ୍ରର ତଳ ପୃଷ୍ଠରେ କମଳା ରଙ୍ଗର ଦାନା ଆକାରରେ ରହିଥାଏ। ଉପର ପୃଷ୍ଠରେ ଗାଢ ବିଗଳିତ ଦାଗ ସହିତ ପତ୍ରର ତଳପଟେ ହଳଦିଆ କମଳା ରଙ୍ଗର ୟୁରେଡିନୋସ୍ପୋରସ୍ ଉତ୍ପନ୍ନ ହୁଏ। 20 ° C ରୁ ଅଧିକ ତାପମାତ୍ରା ଏବଂ ଆର୍ଦ୍ର ପାଣିପାଗ ଅବସ୍ଥା ରୋଗର ବିକାଶକୁ ତ୍ୱରାନ୍ୱିତ କରିଥାଏ। ସ୍ପୋରଗୁଡିକ ପବନ ଏବଂ ବାୟୁ ସ୍ରୋତ ଦ୍ୱାରା ସହଜରେ ପରିବାହିତ ହୋଇ ପାରିବ।