Puccinia kuehnii
ଫିମ୍ପି
ପତ୍ରରେ ଛୋଟ ମୃତ ଚିହ୍ନ ରୂପରେ ଦାଗ ଆରମ୍ଭ ହୁଏ । ପରେ ସେଗୁଡିକ କମଳା - ବାଦାମୀ ରଙ୍ଗ ଦାଗରେ ବିକଶିତ ହୁଏ ଯାହାକି 4 ମିମି ଲମ୍ବା ଓ 3 ମିମି ପର୍ଯ୍ୟନ୍ତ ଚଉଡା ହୁଏ । ଦାଗଗୁଡିକ ପତ୍ର ମୂଳରେ ଘଞ୍ଚ ଭାବରେ ଗୁଚ୍ଛ ରୂପରେ ଦେଖାଯାଏ । ପତ୍ର ତଳ ପଟେ କମଳା ରଙ୍ଗର ରେଣୁ ସୃଷ୍ଟି ହୁଏ । ଗୁରୁତର ଭାବରେ ଆକ୍ରାନ୍ତ ପତ୍ର ଟିସୂ ମରିଯାଏ , ଯାହାକି ଫସଲର ପତ୍ର ସମୂହ କମାଇ ଦିଏ । ଗୁରୁତର କ୍ଷେତ୍ରରେ , ପତ୍ରାଚ୍ଛାଦରେ ମଧ୍ୟ ଚିହ୍ନ ଦେଖାଯାଏ , ଫଳ ସ୍ୱରୂପ ଦୂରରୁ ସଂପୂର୍ଣ୍ଣ ପତ୍ର ସମୂହ ବାଦାମୀ ଦେଖାଯାଏ ।
ଆଜି ପର୍ଯ୍ୟନ୍ତ , ଏହି କୀଟ ପାଇଁ ଆମେ କୌଣସି ରାସାଯନିକ ନିୟନ୍ତ୍ରଣ ପଦ୍ଧତି ଜାଣି ନାହୁଁ । ଯଦି ଆପଣ ଏହି ରୋଗର ଆବିର୍ଭାବ କିମ୍ବା ଲକ୍ଷଣର ମାତ୍ରା କମାଇବା ପାଇଁ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କବକନାଶୀ ଅମଳ କ୍ଷତି କମାଇପାରେ । ଷ୍ଟ୍ରୋବିଲୁରିନ ଶ୍ରେଣୀର କବକନାଶୀ ଯଥା : ପାଇରାକ୍ଲୋଷ୍ତ୍ରୋବିନ ଏବଂ ଆଯୋକ୍ସିସ୍ତ୍ରୋବିନ ଦ୍ଵାରା ଗଛକୁ ସିଂଚନ କରନ୍ତୁ , ଯାହାକି ରୋଗର ଉପଚାର ପାଇ ବ୍ୟବହାର କରାଯାଇପାରେ । ଟ୍ରାୟାଜୋଲ ଶ୍ରେଣୀ କବକନାଶୀ ଯଥା ; ମେଟ୍କୋନାଜଲ ଓ ପ୍ରପିକୋନାଜଲ 3 ରୁ 4 ସପ୍ତାହ ଅନ୍ତରରେ ପ୍ରୟୋଗ କରାଯାଇପାରେ ।
ପକ୍ନିନିଆ କୁଏହ୍ନି କବକ ଦ୍ଵାରା ଏହି ରୋଗ ହୁଏ ।କଳଙ୍କିରୁ ସୃଷ୍ଟ ସୂକ୍ଷ୍ମ, ହାଲୁକା ଏବଂ କଠିନ ରେଣୁ ( ଯାହାକି ଏହାକୁ ପବନ ଓ ପାଣି ଛିଟ ଦ୍ଵାରା ନିକଟ ଓ ଦୂରକୁ ଦ୍ରୁତ ବିସ୍ତାର ପାଇଁ ସହଜ କରେ )ଦ୍ଵାରା ଏହା ବିସ୍ତାର ହୁଏ । ମାଟିରେ ଗଛ ଅବଶେଷରେ ମଧ୍ୟ ରେଣୁ ବଞ୍ଚି ରହେ । ଏହି ରୋଗ ଗ୍ରୀଷ୍ମ ଏବଂ ଗରମ ସହିତ ସହଳ ଶରତ , ଓଦା ଓ ଅଧିକ ଆର୍ଦ୍ର ପାରିପାର୍ଶ୍ଵିକ ପରିସ୍ଥିତିରେ ଦେଖାଯାଏ । ଏହା ଅଧିକ ପରିପକ୍ଵ ଆଖୁକୁ ଆକ୍ରମଣ କରେ ( ସାଧାରଣତଃ 6 ମାସରୁ ଅଧିକ ବୟସର ) । 30 ଡିଗ୍ରୀ C ରୁ ଅଧିକ ତାପମାତ୍ରା ଏବଂ 70 ରୁ 90 ଡିଗ୍ରୀ ମଧ୍ୟରେ ଆର୍ଦ୍ରତା ଦ୍ଵାରା ଏହାର ବୃଦ୍ଧି ଓ ବିସ୍ତାର ସୀମିତ ହୁଏ । ଅଧିକ ପବନ ବେଗ ଓ ଲଗାତର ମେଘୁଆ ପାଗ ରୋଗକୁ ଆହୁରି ଗୁରୁତର କରେ ।