ଫୁଲକୋବି

ଧବଳ କଳଙ୍କ

Albugo candida

ଫିମ୍ପି

5 mins to read

ସଂକ୍ଷେପରେ

  • ଫିକା ପତ୍ର ଦାଗ ଧବଳ, ଚିକ୍କଣ ବହଳିଆ ବ୍ରଣରେ ପରିଣତ ହୁଏ। ପତ୍ରର ତଳପଟେ ସୂକ୍ଷ୍ମ ରେଣୁ ପାଉଡର ଦେଖାଯାଏ। କାଣ୍ଡ ଓ ଫୁଲ ମଧ୍ୟ ଆକ୍ରାନ୍ତ ହୋଇଥାଏ। ଅତିମାତ୍ରାରେ ଆକ୍ରାନ୍ତ ଗଛ ଶୁଖି ମରିଯାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ଫୁଲକୋବି

ଲକ୍ଷଣ

ଧବଳ କଳଙ୍କ ଉଭୟ ସ୍ଥାନୀୟ କିମ୍ବା ଶରୀର ସାରା ସଂକ୍ରମଣ କରିପାରେ। ସଂକ୍ରମଣ ପ୍ରକାର ଅନୁସାରେ ଲକ୍ଷଣ ଅଲଗା ହୋଇପାରେ। ସ୍ଥାନୀୟ ସଂକ୍ରମଣ ଫୋଟକା ଭଳି ଦେଖାଯାଏ ଯାହାକି ସହଳ ଅବସ୍ଥାରେ ପତ୍ରର ତଳପଟେ, ଛୋଟ ଡାଳରେ ଓ ଫୁଲ ଅଂଶରେ ଦେଖାଯାଏ। ବ୍ରଣ ପ୍ରାୟ 1 ରୁ 2 ମିମି ବ୍ୟାସ ବିଶିଷ୍ଟ ଏବଂ ଧବଳ କିମ୍ବା କ୍ଷୀର ଧବଳ-ହଳଦିଆ ରଙ୍ଗର ହୋଇଥାଏ। ଲକ୍ଷଣ ବଢିବା ସହିତ ପତ୍ର ତଳେ ଥିବା ଧବଳ ବ୍ରଣର ଠିକ ଉପର, ପତ୍ରରେ ଉପର ପଟେ ଇଷତ ସବୁଜ ରୁ ହଳଦିଆ ବର୍ଣ୍ଣହୀନ ଗୋଲାକାର ଦାଗ ଦେଖାଯାଏ। ସଂପୂର୍ଣ୍ଣ ଶରୀର ସଂକ୍ରମଣ କ୍ଷେତ୍ରରେ, ଗଛର ଟିସୂ ସାରା ରୋଗ ହୋଇଥାଏ ଯାହାକି ଅସାଧାରଣ ବୃଦ୍ଧି, ଆକ୍ରାନ୍ତ ଗଛରେ ବିକୃତି କିମ୍ବା ଆବୁ ସୃଷ୍ଟି କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ନିମ୍ବ, ପିଆଜ ଓ ରସୁଣର ନିର୍ଯ୍ୟାସ ବ୍ୟବହାର କରନ୍ତୁ। ଇଉକାଲିପଟାସ ତେଲରେ କବକ ବିରୋଧୀ ଗୁଣ ଥାଏ ଏବଂ ଉଭୟ ପତ୍ର ଓ ବନ୍ଧାକୋବି ଅବସ୍ଥାରେ ଧବଳ କଳଙ୍କ ପାଇଁ ଫଳପ୍ରସୂ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବିହନ ଉପଚାର ପାଇଁ ମାଙ୍କୋଜେବ କିମ୍ବା ମେଟାଲାକ୍ସିଲ ଓ ମାଙ୍କୋଜେବ ବ୍ୟବହାର କରନ୍ତୁ। ଏହା ମାଟିରେ ପ୍ରୟୋଗ କରାଯିବା ଉଚିତ ଓ ପରେ ପତ୍ରରେ ମଧ୍ୟ ପ୍ରୟୋଗ କରାଯିବା ଉଚିତ। ବର୍ଷାପାତ ପରିମାଣ ଓ ଫସଲର ଦୀର୍ଘତା ଅନୁସାରେ ପ୍ରୟୋଗର ବାରମ୍ବାରତା ନିର୍ଭର କରିଥାଏ। ଥଣ୍ଡା ପରିବେଶରେ, ମାଟିରେ ଓ ଫସଲରେ ଅତି କମରେ 1 - 2 ଥର ପ୍ରୟୋଗ କରାଯିବା ଉଚିତ।

ଏହାର କାରଣ କଣ

ଆଲ୍ବୁଗୋ କିମ୍ବା ପୁସ୍ତୁଲା କବକ ଦ୍ଵାରା ପତ୍ର ରୋଗ ହୋଇଥାଏ। ବ୍ରାସିକା ଭଳି କିଛି ଗଛରେ, ଧବଳ ଫୋଟକା ଓ ଡାଉନି ମିଲ୍ଡେଉ (ପାଉଁଶିଆ ରୋଗ) ଏକା ସାଥିରେ ହୋଇଥାଏ। ଫୋଟକାରେ ଧଳା ପାଉଡର ରେଣୁ ଥାଏ, ଯେତେବେଳେ ଏହା ଫାଟିଯାଏ, ରେଣୁ ବିସ୍ତାର ଲାଭ କରିଥାଏ। ଧବଳ କଳଙ୍କ ଅଙ୍କୁରଣ ପାଇଁ ଅନୁକୂଳ ପରିବେଶ ହେଉଛି ତାପାମାତ୍ରା 13°C ରୁ 25°C, ସର୍ବନିମ୍ନ ତିନି ରୁ ଚାରି ଘଣ୍ଟା ପତ୍ର ଆର୍ଦ୍ରତା ଏବଂ 90%ରୁ ଅଧିକ ଆପେକ୍ଷିକ ଆର୍ଦ୍ରତା, ଉଚ୍ଚ ମୃତ୍ତିକା ଆର୍ଦ୍ରତା ଏବଂ ବାରମ୍ବାର ବର୍ଷା। ମାଟି ରେ ଥିବା କବକ ରେଣୁ ଏବଂ ପାଖରେ ଥିବା ବହୁ ବର୍ଷୀୟ ବାଳୁଙ୍ଗା ରେ ଥିବା ରେଣୁ ରୁ ପ୍ରାଥମିକ ସଂକ୍ରମଣ ହୋଇଥାଏ। ପବନ ବାହିତ ଏବଂ ବର୍ଷା ଛାଟ ରେ ଆସିଥିବା ରେଣୁ (କନିଡିଆ) କିମ୍ବା ସ୍ଵୟଂଚାଳିତ ରେଣୁ କୀଟ ଦ୍ଵାରା ପାଖେ ଥିବା ଗଛ କୁ ପରବର୍ତ୍ତୀ ବିସ୍ତାର ହୋଇଥାଏ। ବ୍ରାସିକା ପରିବାରର ଅନେକ ଜାତିର ଫସଲରେ ଏବଂ କୃସିଫର ଜାତୀୟ ପନିପରିବା, ଅଳଙ୍କାରିକ ଫସଲ ଏବଂ ଅନେକ ବାଳୁଙ୍ଗା କୁ ସଂକ୍ରମଣ କରିଥାଏ। ମାଟିରେ ଏହି କବକ ରେଣୁ ଅତି କମ ରେ ତିନି ବର୍ଷ ରହିପାରେ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ରୋଗ-ମୁକ୍ତ, ପ୍ରାମାଣିକ ବିହନ ଓ ପ୍ରତିରୋଧୀ କିସମ ଲଗାନ୍ତୁ। ଗଭୀର ଚାଷ କରନ୍ତୁ ଓ ସହଳ ଲଗାନ୍ତୁ। କମ ବ୍ୟବଧାନ ବାରଣ କରନ୍ତୁ, ଯାହାକି ଉଚ୍ଚ ଆର୍ଦ୍ରତା ଏବଂ ସଂକ୍ରମଣ କୁ ପ୍ରୋତ୍ସାହିତ କରିଥାଏ। ସଂକ୍ରମଣର ଆଶଙ୍କା କମାଇବା ପାଇଁ ଉତ୍ତମ ପରିଚ୍ଛନ୍ନତା ବଜାୟ ରଖନ୍ତୁ। ଗଛର ଆକ୍ରାନ୍ତ ଅଂଶକୁ କାଢି ଦିଅନ୍ତୁ ଏବଂ ଅତି ମାତ୍ରାରେ ଆକ୍ରାନ୍ତ ଗଛ ସାମଗ୍ରୀ ନଷ୍ଟ କରନ୍ତୁ। ବାଳୁଙ୍ଗା ନିୟନ୍ତ୍ରଣ ଓ ପରିଚ୍ଛନ୍ନତା ପଦକ୍ଷେପ ନିଆଯିବା ଉଚିତ। ଅଣ-କୃସିଫର ପୋଷକ ନଥିବା ଗଛ ସହିତ ତିନି ବର୍ଷର ଫସଲ ପର୍ଯ୍ୟାୟ ଫଳପ୍ରସୂ ହୋଇଥାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ