Sclerophthora rayssiae var. zeae
ଫିମ୍ପି
ଲକ୍ଷଣର ସହଳ ଅବସ୍ଥାରେ ସବୁଠାରୁ ତଳ ପତ୍ରରେ ବାଦାମୀ ଚିହ୍ନ କିମ୍ବା କ୍ଷୁଦ୍ର ଗୋଲି ଦାଗ ଦେଖାଯାଏ , ଯାହାକି ପୋଡା ଭଳି ଦେଖାଯାଏ । ଏହା ଲମ୍ବା ଦିଗରେ ବଡ ହୁଏ , ପରସ୍ପର ମିଶି ଓ ଶିରା ଅନ୍ତଃବର୍ତ୍ତୀ ସରୁ ପଟ୍ଟୀ ( 3-7 ମିମି ) ସୃଷ୍ଟି କରନ୍ତି ଓ ପୁରା ଲମ୍ବ ପର୍ଯ୍ୟନ୍ତ ବଢନ୍ତି । ଏହି ହଳଦିଆ ପଟ୍ଟୀଗୁଡିକ ହଳଦିଆ - ତାମ୍ର ଠାରୁ ବାଇଗଣି ଏବଂ ପରେ ବାଦାମୀ ରଙ୍ଗରେ ପରିଣତ ହୁଏ । କ୍ଷତ ଚିହ୍ନ ତଳ ପତ୍ରରେ ସରୁ ପାଣ୍ଡୁର କିମ୍ବା ହଳଦିଆ ପଟ୍ଟୀ , 3 - 5 ମିମି ଚଉଡା ( ସ୍ପଷ୍ଟ ଜଣାପଡୁଥିବା ଧାର ସହିତ ) ଏବଂ ଶିରାମାନଙ୍କ ଦ୍ଵାରା ସୀମିତ ଥାଏ । ଉଚ୍ଚ ଆର୍ଦ୍ର ପରିସ୍ଥିତିରେ , ପତ୍ରର ତଳ ପଟେ ଧୂସର - ଧଳା ଡାଉନି ବୃଦ୍ଧି ଦେଖାଯାଏ ।ପତ୍ର ଶିରା ପ୍ରଭାବିତ ହୁଏ ନାହି , ତେଣୁ ସାଧାରଣତଃ ପତ୍ର ଛେଲି ଭଳି ହୁଏ । କେବଳ ସଂକ୍ରମଣର ଅତ୍ୟଧିକ ମାତ୍ରାରେ , ପତ୍ର ଚିରିଯାଏ ।ରୋଗର ବିଳମ୍ବ ଅବସ୍ଥାରେ ଅକାଳ ପତ୍ରହୀନତା ଓ କେଣ୍ଡା ବାହାରିବା ଦବିଯାଏ ।କ୍ରେଜି ଶୀର୍ଷ ରୋଗ ଭଳି ନ ହୋଇ , ବିକୃତ , ରୁଗୁଡିଆ କିମ୍ବା ବହଳିଆ ପତ୍ର ଯାହାକି ଡାଉନି ମିଲ୍ଦେୟୁ ଲକ୍ଷଣ ଦେଖାଯାଏ । ମଞ୍ଜିର ବିକାଶ ଦବିଯାଇପାରେ ଯଦି ଫୁଲ ଫୁଟିବା ପୂର୍ବରୁ ଧଳା ଚିହ୍ନ ହୁଏ , ଗଛ ମରିଯାଇପାରେ ।
ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଡାଉନି ମିଲ୍ଦେୟୁ ପାଇଁ ଫଳପ୍ରସୂ ନୁହେ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସୁରକ୍ଷାତ୍ମକ କବକନାଶୀ ଗଛକୁ ସଂକ୍ରମଣରୁ ରକ୍ଷା କରେ । ଆସିଲାଳାନାଇନ କାବକାନଶୀ ମେଟାଲାକ୍ସିଲ ସହିତ ବିହନ ଉପଚାର କରି ଲଗାଇବାର 30 ଦିନ ପର୍ଯ୍ୟନ୍ତ ପତ୍ର ସିଞ୍ଚନ କରନ୍ତୁ । ମେଫେନୋକ୍ସାମ ମଧ୍ୟ ଏହିପରି ଶରୀରଚର ସୁରକ୍ଷାତ୍ମକ ଓ ଆରୋଗ୍ୟକାରୀ ଭାବେ ବ୍ୟବହାର କରାଯାଇପାରେ ।
ସ୍କ୍ଲେରୋଫ୍ ଥୋରା ରେଇଶି , କିସମ - ଜି ଦ୍ଵାରା ଏହି ଲକ୍ଷଣ ପ୍ରକାଶ ପାଏ ଏବଂ ବାରମ୍ବାର ବର୍ଷା ( 100 ସେମି ବାର୍ଷିକ ବୃଷ୍ଟିପାତ )ଓ ଉଷ୍ମ ତାପମାତ୍ରା ( 22 - 25 ଡିଗ୍ରୀ C ) ଅଞ୍ଚଳରେ ଏହା ଅଧିକ ମାରାତ୍ମକ ହୁଏ । ଏହି ରୋଗ ପତ୍ର ସମୂହରେ ଅଧିକ ଜଳୀୟ ଅଂଶ ଆବଶ୍ୟକ କରେ । ପବନ ବାହିତ ସଂକ୍ରମିତ ପତ୍ର ଅବଶେଷ , ସ୍ପର୍ଶ , ସଂକ୍ରମିତ ବିହନ ଏବଂ ବର୍ଷା ଛାଟ ଆଦି ଦ୍ଵାରା ଏହା ପରିବାହିତ ହୁଏ । ଏହି ରେଣୁ ପାଇଁ 18 - 30 ଡିଗ୍ରୀ ହେଉଛି ଅନୁକୂଳତମ ବିକାଶ ପରିସ୍ଥିତି । ଏହି ରେଣୁ ଭାବରେ ଏହି ଜୀବାଣୁ ମାଟିରେ ବଞ୍ଚେ ଯାହାକି 3 ବର୍ଷ ପର୍ଯ୍ୟନ୍ତ ଜୀବନକ୍ଷମ ଥାଏ