Elsinoë mangiferae
ଫିମ୍ପି
ଏଲସିନୋ ମେଗ୍ନିଫେରା କବକ ଯୋଗୁଁ ଏହି ଲକ୍ଷଣ ପ୍ରକାଶ ପାଏ । କିସମ ,ଗଛ ଅଂଶ , ସଂକ୍ରମଣ ସମୟରେ ଟିସୂର ବୟସ , ଗଛର ଚେରହେରା ଓ ଫଳର ପରିପୁଷ୍ଟତା ଅଡିକୁ ଭିତ୍ତି କରି ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । ନୂଆ ଫଳରେ ଛୋଟ କଳା ଚିହ୍ନ ଦେଖାଯାଏ । ସଂକ୍ରମଣ ତୀବ୍ର ହେଲେ , ପତ୍ର ଉପରେ ଗୋଲ କିମ୍ବା ଅନିୟମିତ ବାଦାମୀ ଠାରୁ ଧୂସର କ୍ଷତ ଚିହ୍ନ ସୃଷ୍ଟି ହୁଏ । ପତ୍ର କୁଞ୍ଚିତ, ବିକୃତ ହୁଏ ଓ ପତ୍ରହୀନତା ଦେଖାଯାଏ । ଏହି କ୍ଷତ ଚିହ୍ନ ଫିକା ବାଦାମୀ ଯାଦୁରା କିମ୍ବା ଝଡା ଚିହ୍ନରେ ପରିଣତ ହୁଏ । ଅତି ମାତ୍ରାରେ ସଂକ୍ରମିତ ଫଳ ଅକାଳରେ ଝଡିଯାଇପାରେ ଏବଂ ଗଛରେ ଥିବା ଫଳରେ ଚିହ୍ନ ହୁଏ ଯାହାକି ଏହାକୁ ବଜାର ଅଯୋଗ୍ୟ କରାଏ । କନ୍ଦର ଟିସୁରେ ସାମାନ୍ୟ ବହଳିଆ ଧୂସର ରଙ୍ଗର , ଅଣ୍ଡାକାର ଠାରୁ ଦୀର୍ଘବୃତ୍ତାକାର କ୍ଷତ ଚିହ୍ନ ଦେଖାଯାଏ । କାଣ୍ଡରେ ବଡ , ଫିକା ତମ୍ବା ରଙ୍ଗର , ସୋଲ ପରି ପଦାର୍ଥ ମଧ୍ୟ ଦେଖାଯାଏ । ବିରଳ ଭାବରେ , ପତ୍ର ଉପରେ କ୍ଷତ ଚିହ୍ନ ହୁଏ । ବଳୟ ସହ ବାଦାମି ଚିହ୍ନ ଦେଖାଯାଏ ଏବଂ ପତ୍ର ଧାରରେ ମଧ୍ୟ କ୍ଷତ ଚିହ୍ନ ଦେଖାଯାଏ । ପତ୍ର ତଳ ପଟେ ସୋଲ ଚିହ୍ନ ଦେଖାଯାଏ । ଅତି ମାତ୍ରାରେ ସଂକ୍ରମଣ ହେଲେ ପତ୍ରହୀନତା ଦେଖାଯାଏ ।
ଆଜି ପର୍ଯ୍ୟନ୍ତ ,ଏହି କବକ ପାଇଁ କୌଣସି ଜୈବିକ ଉପଚାର ନାହି । ଯାହାହେଲେବି ,ତମ୍ବା ଥିବା କବକନାଶୀ ସଂକ୍ରମିତ ଗଛର ଉପଚାର ପାଇଁ ବ୍ୟବହାର କରାଯାଇପାରେ ।
ଯଦି ମିଳେ ,ଜୈବିକ ଉପଚାର ସହିତ , ସର୍ବଦା , ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅତି କମରେ କଢ ବାହାରିବା ଅବସ୍ଥାରୁ ଫୁଲ ଅବସ୍ଥା ପର୍ଯ୍ୟନ୍ତ 2 ରୁ 3 ସପ୍ତାହ ଅନ୍ତରରେ ଅକ୍ସିକ୍ଳୋରାଇଡ ଏବଂ ହାଇଡ୍ରୋକ୍ସାଇଡ କିମ୍ବା ଅକସାଇଡ ର ତମ୍ବା ଥିବା କବକନାଶୀ ପ୍ରୟୋଗ କରନ୍ତୁ । ଫୁଲ ଓ ଫଳ ଧରିବା ଅବସ୍ଥାରେ ତମ୍ବା ସିଂଚନ ବଦଳରେ ମାଙ୍କୋଜେବ ପ୍ରୟୋଗ କରନ୍ତୁ । ଯେହେତୁ ଓଦା ପରିସ୍ଥିତି କବକ ସଂକ୍ରମଣକୁ ଅନୁକୂଳ କରାଏ , କବକନାଶୀର ବାରମ୍ବାର ପ୍ରୟୋଗର ଆବଶ୍ୟକତା ରହିଛି । ଏହା ଗଛ ଧୋଇବା କ୍ଷତି ପୂରଣ କରିଥାଏ ଏବଂ ଉପଚାରର ପ୍ରଭାବ ବଢାଇଥାଏ ।
ଖାଲୁଆ ସନ୍ତସନ୍ତିଆ ବଗିଚାରେ ଯାଦୁରା ରୋଗ ଦେଖାଯାଏ । ଫୁଲ ଅବସ୍ଥା ଓ ଫଳ ଧରିବାର ସହଳ ଅବସ୍ଥାରେ ଦୀର୍ଘ ଦିନ ବର୍ଷା ଲାଗିରହିଲେ ଏହା ଦେଖାଦେଇପାରେ । କେବଳ ନୂଆ ଟିସୂ ରୋଗ ପ୍ରବଣ ଅଟେ ଏବଂ ଫଳ ଆକାରର ଅଧା ହୋଇଗଲେ ପ୍ରତିରୋଧ ଶକ୍ତି ହାସଲ କରେ । ଏହି ଜୀବାଣୁ କେବଳ ଗଛର ଜୀବନ୍ତ ଟିସୂ ଉପରେ ବଞ୍ଚେ । କବକ ରେଣୁ ପବନ କିମ୍ବା ବର୍ଷା ଛିଟ ବିସ୍ତାର କରି ଦ୍ଵିତୀୟକ ସଂକ୍ରମଣ କରେ । ଅନ୍ୟଥା , ଏହା ମାଟିର ଅବଶେଷରେ ବଞ୍ଚି ରହେ । ଯାଦୁରା ସ୍ଥାନରେ ବହଳିଆ ଚିହ୍ନ ବ୍ୟତୀତ ଅନଥ୍ରାକନୋଜ ର ଲକ୍ଷଣ( ବହଳିଆ ଚିହ୍ନ ନଥାଏ ) ସହିତ ଏହାର ଲକ୍ଷଣ ଦ୍ଵନ୍ଦ ହୋଇପାରେ ।