Colletotrichum spp.
ଫିମ୍ପି
ଫସଲ ପ୍ରକାର , କିସମ ଏବଂ ପରିବେଶ ପରିସ୍ଥିତି ଆଦି ଲକ୍ଷଣର ମାତ୍ରା ଉପରେ ପ୍ରଭାବ ପକାନ୍ତି । ପତ୍ର , କାଣ୍ଡ ,ଛୁଇଁ କିମ୍ବା ଫଳ ଉପରେ ଧୂସର ଠାରୁ ତମ୍ବା ରଙ୍ଗର କ୍ଷତ ଚିହ୍ନ ଦେଖାଯାଏ । ଗାଢ ବାଦାମୀ , ଲାଲ କିମ୍ବା ବାଇଗଣି ଧାର ସହିତ ଗୋଲାକାର , ଅଣ୍ଡାକାର କିମ୍ବା ଅନିୟମିତ ଆକାରର କ୍ଷତ ଚିହ୍ନ ଦେଖାଯାଏ । ଅନୁକୂଳ ପାଣିପାଗରେ ସେମାନେ ସଂଖ୍ୟା ବଢାନ୍ତି , ବଡ ହୋଇ ପରସ୍ପର ସହିତ ମିଶନ୍ତି ଓ ଏହି ପ୍ରକ୍ରିୟାରେ ଗାଢ ବାଦାମୀ କିମ୍ବା କଳା ରଙ୍ଗରେ ପରିଣତ ହୁଅନ୍ତି । ଏମାନଙ୍କ କେନ୍ଦ୍ର ଧୂସର ହୁଏ ଓ ସଂକ୍ରମଣର ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଛୋଟ ବିଛୁରିତ କଳା ଦାଗ ଦେଖାଏ । କେତେକ ଫସଲର ପତ୍ରର ମଧ୍ୟ ଶିରାରେ ଲାଲ ବିବର୍ଣ୍ଣତା ଦେଖାଯାଏ । ମାତ୍ରା ଅତ୍ୟଧିକ ହେଲେ , ପତ୍ର ମଉଳି , ଶୁଖି ପଡିଯାଏ ଓ ଗଛର ପତ୍ରହୀନତା ସୃଷ୍ଟି କରେ । କାଣ୍ଡ ଉପରେ କ୍ଷତ ଚିହ୍ନଗୁଡିକ ଗାଢ ଧାର ସହିତ ଲମ୍ବାଳିଆ , ଖାଲୁଆ ଏବଂ ବାଦାମୀ ରଙ୍ଗର ହୁଏ । ବଢିବା ସମୟରେ କ୍ଷତ ଚିହ୍ନଗୁଡିକ କାଣ୍ଡର ମୂଳ ଚାରିପାଖେ ଘେରି ରହିଥାଏ ଯାହା ଫଳରେ ଗଛ ମଉଳିଯାଇ ପଡିଯାଏ । କାଣ୍ଡ ଓ ଶାଖାର ଅଙ୍ଗମାରୀ ରୋଗ ହୁଏ ।
ବୁଣିବା ପୂର୍ବରୁ ଗରମ ପାଣିରେ ଉପଚାର କରି ( ଫସଲ ଅନୁସାରେ ତାପମାତ୍ରା ଓ ସମୟ ନିର୍ଭର କରେ ) ରୋଗର ବିସ୍ତାର ନିରାକରଣ କରାଯାଇପାରେ । ଏହି ସଂକ୍ରମଣ ନିୟନ୍ତ୍ର କରିବାକୁ ଜୈବ କାରକ ମଧ୍ୟ ସାହାଯ୍ୟ କରିପାରେ । ଟ୍ରାଇକୋଦେର୍ମା ହାରଜିଆନମ କବକ ଏବଂ ସୁଡୋମୋନାଶ ଫ୍ଲୋରୋସେନ୍ସ , ବେଶିଲସ ସବଟିଲିସ କିମ୍ବା ବେଶିଲସ ମାଇଲୋଲିକୁଏଫେସିଏନ୍ସ ଆଦି ବୀଜାଣୁ ଥିବା ପଦାର୍ଥ ବିହନ ଉପଚାର ପାଇଁ ବ୍ୟବହାର କରାଯାଇପାରେ ।ଏହି ରୋଗର ଲକ୍ଷଣ କେତେକ ଫସଲରେ ଦେଖାଦେଲେ ଜୈବିକ ଭାବେ ସ୍ଵୀକୃତ ତମ୍ବା ମିଶ୍ରଣ ଏହି ରୋଗ ପାଇଁ ସିଞ୍ଚନ କରାଯାଇପାରେ ।
ଯଦି ମିଳେ ,ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବିହନ ବୁଣିବା ପୂର୍ବରୁ କବକ ମାରିବା ପାଇଁ ବିହନ ଉପଚାର କରନ୍ତୁ । ଆଯୋକ୍ସିସ୍ତ୍ରୋବିନ ,ବୋସ୍କାଲିଡ , କ୍ଳୋରୋଥାଲୋନୀଲ , ମାନେବ , ମାଙ୍କୋଜେବ କିମ୍ବା ପ୍ରୋଥିଓକୋନାଜୋଲ ଥିବା କବକନାଶୀ ସଂକ୍ରମଣ ଶଙ୍କା ହ୍ରାସ କରିବା ପାଇଁ ନିରାକରଣ ରୂପେ ସିଞ୍ଚନ କରାଯାଇପାରିବ । ( ଦୟାକରି ଆପଣଙ୍କ ଫସଲ ପାଇଁ ନିର୍ଦ୍ଦିଷ୍ଟ ମିଶ୍ରଣ ଏବଂ ସୁପାରିସ ପରିମାଣ ଯାଞ୍ଚ କରନ୍ତୁ ) । କେତେକ ରାସାୟନିକ ପ୍ରତି ଥିବା ପ୍ରତିରୋଧ ବିଷୟରେ ବର୍ଣ୍ଣନା କରାଯାଇଅଛି । କେତେକ ଫସଲ କ୍ଷେତ୍ରରେ ଫଳପ୍ରସୂ ଉପଚାର ନାହିଁ । ଶେଷରେ ,ଅମଳ ପରବର୍ତ୍ତୀ ଉପଚାର ସହିତ ଖାଦ୍ୟ ଗୁଣ ମହମ ପ୍ରୟୋଗ କଲେ ବାହାରକୁ ରପ୍ତାନି କରାଯାଉଥିବା ଫଳରେ ଏହି ରୋଗ ହ୍ରାସ ହେବ ।
କୋଲେଟୋଟ୍ରାଇକମ ପ୍ରଜାତିର ଅନେକ ଜାତି ଦ୍ଵାରା ଏହି ଲକ୍ଷଣ ହୁଏ । ସେମାନେ ମାଟିରେ ବଞ୍ଚନ୍ତି , ବିହନ ସହିତ ସଂଶ୍ଳିଷ୍ଟ ରହନ୍ତି କିମ୍ବା ଗଛ ଅବଶେଷ ଏବଂ ବିକଳ୍ପ ପୋଷକ ମଧ୍ୟରେ ପ୍ରାୟ 4 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । ନୂଆଁ ଗଛକୁ ରୋଗ ବହନ ହେବା ପାଇଁ ଦୁଇଟି ଉପାୟ ଅଛି ।ପ୍ରାଥମିକ ସଂକ୍ରମଣରେ ଚାରା ବାହାରିବା ସମୟରେ ମାଟି କିମ୍ବା ବିହନ ବାହିତ ରେଣୁ ଚାରାର ଟିସୁକୁ ଶରୀରଚର ଭାବେ ସଂକ୍ରମିତ କରେ । ଅନ୍ୟ କ୍ଷେତ୍ରରେ , ବର୍ଷାପାଣି ଦ୍ଵାରା ରେଣୁ ଛାଟି ହୋଇ ତଳ ପତ୍ରରେ ସଂକ୍ରମଣ ଆରମ୍ଭ କରେ ଓ ପରେ ତାହା ଉପର ଆଡକୁ ବିସ୍ତାର କରେ । ଦ୍ଵିତୀୟକ ସଂକ୍ରମଣ ଆରମ୍ଭ ହୁଏ ,ଯେତେବେଳେ ପତ୍ର ବା ଫଳ କ୍ଷତଚିହ୍ନରେ ରେଣୁ ସୃଷ୍ଟି ହୋଇ ବର୍ଷା ଛିଟ, କାକର , ଶୋଷକ ପୋକ କିମ୍ବା ଶ୍ରମିକ ଦ୍ଵାରା ଗଛର ଉପର ଅଂଶକୁ କିମ୍ବା ଅନ୍ୟ ଗଛକୁ ବିକ୍ଷିପ୍ତ ହୁଏ । ଥଣ୍ଡା ଠାରୁ ଗରମ ତାପମାତ୍ରା (ଅନୁକୂଳତମ 20- 30 ଡିଗ୍ରୀ ), ଉଚ୍ଚ ପିଏଚ ଥିବା ମାଟି , ଦୀର୍ଘ ସମୟ ପତ୍ର ଓଦା ରହିବା , ବାରମ୍ବାର ବର୍ଷାପାତ ଏବଂ ଘଞ୍ଚ ପତ୍ରସମୂହ ଆଦି ଏହି ରୋଗ ପାଇଁ ଅନୁକୂଳ ଅଟେ । ଏକ ସମତୁଲ ସାର ପ୍ରୟୋଗ ଫସଲର ଆନ୍ଥ୍ରାକ୍ନୋଜ ରୋଗ ପ୍ରବଣତା କମାଏ ।