ହଳଦୀ

ତଳି ପଚା ରୋଗ

Pythium spp.

ଫିମ୍ପି

5 mins to read

ସଂକ୍ଷେପରେ

  • ଅଙ୍କୁରଣ ପୂର୍ବ ଅବସ୍ଥାରେ ରୁ ମଞ୍ଜି ପଚି ଯାଏ ଓ ଚାରା ଅଂକୁରଣ ହେବା ପୂର୍ବରୁ ମରିଯାଏ.
  • ଅଙ୍କୁରଣ ପରବର୍ତ୍ତୀ ଅବସ୍ଥାରେ କାଣ୍ଡର ମୂଳରେ ପାଣି ଭିଜା ଧୂସର, ବାଦାମୀ କିମ୍ବା କଳା ଟିସୁ ଦେଖାଯାଏ.
  • ଯୁବା ଗଛ ମାଟି ଉପର ସ୍ତରରେ ନଇଁ ଯାଏ ଯାହା ଉପରେ ଧଳା କିମ୍ବା ଧୂସର ରଙ୍ଗର ଶଢା ପଦାର୍ଥ ଘୋଡାଇ ଥାଏ.

ମଧ୍ୟ ଦେଖା ଯାଇପାରେ

35 ଫସଲ ଗୁଡିକ
ବାର୍ଲି
ବିନ
କଲରା
ବନ୍ଧାକୋବି
More

ହଳଦୀ

ଲକ୍ଷଣ

ଚାରା ବିକାଶ ସମୟରେ ତଳି ପଚା ଅଙ୍କୁରଣ ପୁରାପରି ଓ ଅଙ୍କୁରଣ ପରେ ଏପରି ଦୁଇଟି ପର୍ଯ୍ୟାୟରେ ହୋଇପାରେ. ଅଙ୍କୁରଣ ପୂର୍ବ ସମୟରେ ଏହି କବକ ବିହନ ଉପରେ ବୁଣିବା ପରେ ଆରମ୍ଭ ହୋଇଥାଏ ଯାହାଫଳରେ ବିହନ ପାଚିଯାଏ ଓ ଅଙ୍କୁରଣ ବନ୍ଦ ହୋଇଯାଇଥାଏ. ଅଙ୍କୁରଣ ପରବର୍ତ୍ତୀ ପର୍ଯ୍ୟାୟରେ ଚାରାର ବୃଦ୍ଧି କମ ହୋଇଥାଏ ଓ କାଣ୍ଡର ମୂଳ ପାଖରେ ପଚିବା ଆରମ୍ଭ ହୋଇଯାଏ. ଏହାଦ୍ୱାରା କୋମଳ ଓ ଲାଳୁଆ କାଣ୍ଡ ଉପରେ ଧୂସର, ବାଦାମୀ କିମ୍ବା କଳା ଦାଗ ଦେଖାଯାଏ. ଯୁବ ଗଛ ରଙ୍ଗହୀନ ହୋଇଯାଏ ଓ ଝାଉଁଳିବା ଆରମ୍ଭ ହୋଇଯାଏ ଏବଂ ଶେଷରେ ତଳେ ପଡ଼ିଯାଏ ଯେମିତିକି ମୂଳରୁ କଟି ହୋଇଯାଇଛି. ଧଳା କିମ୍ବା ଧୂସର ରଙ୍ଗର କବକ ପରି ପଦାର୍ଥ ମଲା ଗଛ ଉପରେ କିମ୍ବା ମାଟି ଉପରେ ଦେଖାଯାଏ. ଯେତେବଳେ ବହୁତ ଚାରା ମରିଯାଏ ସେତେବଳେ ପୁଣି ଚାରା ଲଗାଇବା ଆବଶ୍ୟକ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଟ୍ରାଇକୋଡର୍ମା ଭିରିଡେ ଓ ବିଅଉଭେରିଆ ବାସିୟାନା ଉପରେ ଆଧାରିତ ଜୈବୀକ କବକନାଶକ, ସୁଡୋମୋନାସ୍ ଫ୍ଲୋରୋସେନ୍ସ ଓ ବ୍ୟାସିଲସ୍ ସବଟିଲିସ୍ ଉପରେ ଆଧାରିତ ଜୀବାଣୁ ଯୁକ୍ତ ଜୈବିକ କବକନାଶକ ଦ୍ୱାରା ବିହନ ବୁଣିବା ବେଳେ ଉପଚାର କିମ୍ବା ମାଟିରେ ବ୍ୟବହାର କଲେ ଅଙ୍କୁରଣ ପୂର୍ବାବସ୍ଥା ରେ ଏହି ରୋଗ ହୋଇନଥାଏ କିମ୍ବା ନିୟନ୍ତ୍ରଣ କରା ଯାଇ ପାରିଥାଏ. କିଛି କ୍ଷେତ୍ରରେ କପର ଅକ୍ସି କ୍ଲୋରାଇଡ କିମ୍ବା ବୋରଡାକ୍ସ ମିଶ୍ରଣ ଦ୍ୱାରା ବିହନକୁ ନିବାରଣ ଉପଚାର ଭାବେ ବ୍ୟବହାର କଲେ ଏହି ରୋଗର ସଂକ୍ରମଣ ତଥା ମାତ୍ରା କମ ହୋଇଥାଏ. ଇଉପାଟୋରିଅମ୍ କାନ୍ନାବିନମ୍ ର ରସ ବ୍ୟବହାର କଲେ ଏହି କବକ ର ବିକାଶ ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଏ. ଧୁଆଂ-ପାଣି (ଯାହାକି ଡାଳ ପତ୍ରକୁ ଜଳାଇ ତାହାର ଧୁଆଁକୁ ପାଣିରେ ମିଶାଯାଇଥାଏ) ଦ୍ୱାରା ଜଳସେଚନ କଲେ ମଧ୍ୟ ଏହି କବକର ନିୟନ୍ତ୍ରଣ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ପ୍ରତିକାର ଉପାୟ ଓ କୃଷିକାର୍ଯ୍ୟ ବେଳେ ଯତ୍ନ ନେବା ହିଁ ଏହି ରୋଗରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ଅଟେ. ଯେଉଁ ଜମିରେ ଆଗରୁ ଏହି ରୋଗ ହୋଇଥାଏ କିମ୍ବା ଜଳ ନିଷ୍କାସନ ର ସମସ୍ୟା ଥାଏ, ସେଥିରେ ପ୍ରତିକାର ପାଇଁ କବକ ନାଶକ ବ୍ୟବହାର କରନ୍ତୁ. ମେଟାଲାକ୍ସିଲ-M ଦ୍ୱାରା ବିହନ ଉପଚାର କଲେ ଅଙ୍କୁରଣ ପୂର୍ବାବସ୍ଥାର ତଳି ପଚା କୁ ଦୂର କରି ହେବେ. ଗଛରେ ମେଘୁଆ ପାଗରେ କାପଟାନ @31.8% କିମ୍ବା ମେଟାଲାକ୍ସିଲ-M @75% ପତ୍ର ସମୂହ ଉପରେ ସ୍ପ୍ରେ କଲେ ମଧ୍ୟ ସୁଫଳ ମିଳିଥାଏ. ମାଟି କିମ୍ବା ଗଛର ମୂଳରେ କପର ଅକ୍ସି କ୍ଲୋରାଇଡ କିମ୍ବା କାପଟାନ ଦେଇ ପ୍ରତି ପନ୍ଦର ଦିନରେ ଓଦା କରାଯାଇପାରେ.

ଏହାର କାରଣ କଣ

ପାଇଥିୟମ୍ ଜାତିର କବକ ଦ୍ୱାରା ହେଉଥିବା ତଳି ପଚା ରୋଗ ବିଭିନ୍ନ ପ୍ରକାରର ଫସଲ ରେ ପ୍ରଭାବ ଦେଖାଯାଏ. ଏହି କବକ ବହୁତ ବର୍ଷ ପର୍ଯ୍ୟନ୍ତ ମାଟିରେ କିମ୍ବା ଗଛ ଅବଶେଷରେ ବଞ୍ଚିପାରେ. ଗରମ ଓ ବର୍ଷା ପାଗ ରେ ଏବଂ ଯେତେବେଳେ ମାଟି ଅତ୍ୟନ୍ତ ଓଦା ଥାଏ ଏବଂ ବହୁତ ସଂଖ୍ୟାରେ ଗଛ ଲଗାଯାଇଥାଏ ସେଠାରେ ଅନୂକୁଳ ଭାବେ ବଢି ଥାଏ. ଜଳମଗ୍ନ ଏବଂ ଅତ୍ୟଧିକ ଯବକ୍ଷାରାଜାନ ର ଚାପରେ ଗଛ ଦୁର୍ବଳ ହୋଇଯାଏ ଯାହା ଏହି ରୋଗର ବିକାଶ ପାଇଁ ମଧ୍ୟ ସହାୟକ ହୋଇଥାଏ. କବକ ର ରେଣୁ ସଂକ୍ରମିତ ଉପକରଣ ଏବଂ ପୋଷାକପତ୍ର, ଜୋତା ଆଦିରେ ଅନ୍ୟ ଜାଗାକୁ ବ୍ୟାପିଥାଏ. ଯଦିଓ ଏହି କବକ ଫସଲର ସମ୍ପୂର୍ଣ ଜୀବନ ଚକ୍ରରେ ଆକ୍ରମଣ କରିପାରେ, ଗଜା ହେଉଥିବା ବିହନ କିମ୍ବା ଯୁବା ଚାରା ଏହି କବକ ପାଇଁ ବହୁତ ଦୁର୍ବଳ. ଏହି ରୋଗ ଗୋଟିଏ ସ୍ଥାନରେ ହିଁ ଗୋଟେ ସିଜନ ରୁ ଅନ୍ୟ ସିଜନ କୁ ଯିବ ବୋଲି କିଛି ମାନେ ନାହିଁ. ଏହା ଯେତେବେଳେ ଓ ଯେଉଁଠାରେ ପାଗ ସୁହାଇଥାଏ ସେତେବେଳେ ଓ ସେଠାରେ ଦେଖାଯାନ୍ତି.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛର ବିହନ କିମ୍ବା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ.
  • ଉପଲବ୍ଧ ଥିଲେ ପ୍ରତିରୋଧି କିସମର ବିହନ ବ୍ୟବହାର କରନ୍ତୁ.
  • ଖରାପ ଜଳ ନିଷ୍କାସନ ଥିବା କିମ୍ବା ଜଳମଗ୍ନ ଜମିରେ ମାଟି ଉପରକୁ ଉଠାଇ ମଞ୍ଜି କିମ୍ବା ଗଛ ଲଗାନ୍ତୁ.
  • ଗଛରୁ ଗଛ ମଧ୍ୟରେ ବ୍ୟବଧାନ ଅଧିକ ରଖନ୍ତୁ ଯାହାଫଳରେ ଡାଳପତ୍ର ସବୁ ଶୁଖିଲା ରହିବ.
  • ଚାରା ରୋପଣ ଅଧିକ ଗଭୀରରେ କରନ୍ତୁ ନାହିଁ.
  • ଲକ୍ଷଣ ଦେଖାଯିବାର ସଂଗେ ସଂଗେ ସଂକ୍ରମିତ ଗଛ କୁ ବାହାର କରି ଦିଅନ୍ତୁ.
  • ସନ୍ତୁଳିତ ଖାଦ୍ୟସାର ପରିଚାଳନା କରନ୍ତୁ.
  • ଯବକ୍ଷାରଜାନ ସାର ଭାଗ ଭାଗ କରି ପ୍ରୟୋଗ କରନ୍ତୁ.
  • ଅଳ୍ପ ଅଳ୍ପ ଜଳସେଚନ ନିୟମିତ ଭାବେ କରନ୍ତୁ.
  • ଜଳସେଚନ ସକାଳେ କରନ୍ତୁ ଯାହାଫଳରେ ସଂଧ୍ୟାବେଳକୁ ଜମି ଶୁଖିଯିବ.
  • ଗଛ ମୂଳରେ ପାଣି ଦିଅନ୍ତୁ ଯାହାଫଳରେ ପାଣି କାଣ୍ଡର ସିଧା ସଂସ୍ପର୍ଶ ରେ ଆସିବ ନାହିଁ.
  • ମାଟି ଗୋଟିଏ ଜମିରୁ ଅନ୍ୟ ଜମିକୁ ସ୍ଥାନାନ୍ତରଣ କରନ୍ତୁ ନାହିଁ.
  • କୃଷିକାର୍ଯ୍ୟରେ ବ୍ୟବହାର ହୋଇଥିବା ଉପକରଣ ସବୁ ଭଲଭାବେ ସଫା ଓ ରୋଗମୁକ୍ତ କରି ରଖନ୍ତୁ.
  • ଅମଳ ପରେ ଗଛର ଅବଶେଷକୁ ବାହାର କରି ନଷ୍ଟ କରିଦିଅନ୍ତୁ.
  • ଏହି ରୋଗ ପାଇଁ ଦୁର୍ବଳ ନଥିବା ଫସଲ ସହ ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ଯଦି ସମ୍ଭବ ହୁଏ ତାହେଲେ ତଳି ଘେରା ମାଟିକୁ ପ୍ଲାଷ୍ଟିକ ମଲଚ ଘୋଡାଇ ଖରାରେ ସୂର୍ଯ୍ୟ ତାପ ପାଇବା ପାଇଁ ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ