ଜୋଆର

ଜୋୱାରର କଳଙ୍କି ରୋଗ

Puccinia purpurea

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଛୋଟ ଛୋଟ ଚିହ୍ନ ଧୀରେ ଧୀରେ ବାଇଗଣୀ ରଙ୍ଗ , ସାମାନ୍ୟ ବହଳିଆ ବ୍ରଣ , ପତ୍ରର ତଳ ପଟେ ଦେଖାଯାଏ । ସେମାନେ ଗୋଲାକାର ଠାରୁ ଅଣ୍ଡାକାର ହୋଇଥାନ୍ତି ଏବଂ ହାଲୁକା ଭାବରେ ବିଛୁରିତ କିମ୍ବା ପେଚ୍ ରେ ଥାଆନ୍ତି ।ପତ୍ରାଛଦ ଓ ଫୁଲର ବୃନ୍ତରେ ମଧ୍ୟ ଲକ୍ଷଣ ଦେଖାଯାଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଜୋଆର

ଲକ୍ଷଣ

1 - 1.5 ମାସର ଗଛରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଏ । ପତ୍ରର ତଳ ପଟେ ବିଭିନ୍ନ ରଙ୍ଗର ଛୋଟ ଚିହ୍ନ ( ବାଇଗଣୀ , ତମ୍ବା କିମ୍ବା ଲାଲ୍ ) ପ୍ରଥମେ ଦେଖାଯାଏ । ପ୍ରତିରୋଧି କିସମରେ ଲକ୍ଷଣ ଅଧିକ ବିକାଶ ଲାଭ କରେ ନାହିଁ । ରୋଗ ପ୍ରବଣ କିସମରେ , ସେଗୁଡିକ ଜୀବାଣୁ ରେଣୁ ଦ୍ଵାରା ପୂର୍ଣ୍ଣ ହୋଇଥାଏ , ଚିହ୍ନଗୁଡିକ ଗୁଣ୍ଡ , ସାମାନ୍ୟ ବହଳିଆ ବ୍ରଣ , ଗୋଲାକାର ଠାରୁ ଲମ୍ବାଳିଆ ଆକାରରେ ପରିଣତ ହୁଏ । ସେଗୁଡିକ ହାଲୁକା ଭାବରେ ବିଛୁରିତ କିମ୍ବା ପେଚ୍ ରେ ରୁହନ୍ତି ଏବଂ ଗଛ ବଢିବା ସମୟରେ ଅଧିକ ଗାଢ ହୁଅନ୍ତି । ଅଧିକ ରୋଗ ପ୍ରବଣ କିସମରେ ବ୍ରଣଗୁଡିକ ପତ୍ର ସାରା ଆବରଣ କରନ୍ତି ଏବଂ ସଂକ୍ରମିତ ଜମି ବାଦାମି ଦେଖାଯାଏ । ବ୍ରଣଗୁଡିକ ପତ୍ରାଛଦ ଓ ପୁଷ୍ପଗୁଚ୍ଛର ବୃନ୍ତରେ ଦେଖାଦେଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ପକ୍ସିନିଆ ପର୍ପରି ପାଇଁ କୌଣସି ବିକଳ୍ପ ଉପଚାର ଉପଲବ୍ଧ ହୋଇନାହିଁ । ଯଦି ଆପଣ ଏହି ରୋଗ ଦମନ ପାଇଁ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ ରକ୍ଷା କରନ୍ତୁ । ଆପଣଙ୍କ ଠାରୁ ଶୁଣିବାକୁ ଆଗ୍ରହ ପ୍ରକାଶ କରୁଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ରୋଗ ପ୍ରବଣ କିସମରେ ବ୍ୟବହାର କଲେ କବକନାଶିର ପ୍ରୟୋଗ ଲାଭଜନକ ହୋଇଥାଏ । ହେକ୍ସାକୋନାଜଲ (0.1%), ଡିଫେନକୋନାଜଲ (0.1%)ଏବଂ ପ୍ରପିକୋନାଜଲ (0.1%) ଥିବା ଦ୍ରବ୍ୟ ଏହି ରୋଗ ନିୟନ୍ତ୍ରଣ କରିବାକୁ ବ୍ୟବହାର କରାଯାଇପାରେ । ଲକ୍ଷଣ ଦେଖାଯିବା କ୍ଷଣି 15 ଦିନ ଅନ୍ତରରେ 2 ଥର ସିଂଚନ କରିବାକୁ ସୁପାରିସ କରାଯାଏ ।

ଏହାର କାରଣ କଣ

ଏହି ରୋଗ ପକ୍ସିନିଆ ପର୍ପରି ( ଏକ କବକ ଯାହାକି ,ମାଟିରେ ଓ ସଂକ୍ରମିତ ଅବଶେଷରେ ଅଳ୍ପ ସମୟ ପାଇଁ ବଞ୍ଚି ରହେ ) ଦ୍ଵାରା ହୋଇଥାଏ । ତେଣୁ , ଅନ୍ୟ ସମୟରେ ରହିବା ପାଇଁ ଏହା ଏକ ବିକଳ୍ପ ପୋଷକ ଗଛ ଯଥା ଘାସ କିମ୍ବା କିଛି ଅନାବନା ଗଛ ; ଉଦାହରଣ ସ୍ୱରୂପ ଉଡ୍ ସୋରେଲ ( ଅକଜାଲିସ କର୍ଣିକୁଲାଟା ) ଆବଶ୍ୟକ କରେ ।ଏହି ରୋଗ ସୃଷ୍ଟିକାରୀ ରେଣୁ ପବନ ଓ ବର୍ଷା ଦ୍ଵାରା ବହୁତ ଦୂର ପର୍ଯ୍ୟନ୍ତ ପରିବାହିତ ହୋଇପାରେ । ଏହି ରୋଗର ବିକାଶ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ( ପ୍ରାୟ 100 %) , କାକର , ବର୍ଷା ଓ ଥଣ୍ଡା ତାପମାତ୍ରା ଯୋଗୁଁ ଅନୁକୂଳିତ ହୁଏ । ଅନ୍ୟ ପକ୍ଷରେ , ଉଷ୍ମ , ଶୁଷ୍କ ପାଣିପାଗ କବକର ବୃଦ୍ଧି ଓ ରୋଗର ଆବିର୍ଭାବରେ ବାଧା ଦିଏ କିମ୍ବା ସୀମିତ କରେ । କେତେକ କ୍ଷେତ୍ରରେ , ମାତ୍ରାଧିକ ସଂକ୍ରମିତ ପତ୍ର ଝାଉଁଳିବା ଓ ନଷ୍ଟ ହେବାର ସମ୍ଭାବନା ଥାଏ ।


ସୁରକ୍ଷାତ୍ମକ ଉପାୟ

  • ଅଞ୍ଚଳରେ ମିଳୁଥିବା ସହନୀୟ କିସମ ଲଗାନ୍ତୁ । ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ବ୍ୟବହାର କରନ୍ତୁ । ସଂକ୍ରମିତ ଜମିରୁ ବିହନ ବ୍ୟବହାର କରନ୍ତୁ ନାହିଁ । ସଂକ୍ରମଣ ପାଇଁ ଅନୁକୂଳ ପରିସ୍ଥିତି ବାରଣ ପାଇଁ ଋତୁର ସହଳ ସମୟରେ ଲଗାନ୍ତୁ । ସହଳ ପରିପକ୍ଵ ହେଉଥିବା ଛୋଟ ଋତୁ କିସମ ବ୍ୟବହାର କରନ୍ତୁ । ରୋଗର ଲକ୍ଷଣ ଜାଣିବା ପାଇଁ ଜମି ନିରୀକ୍ଷଣ କରନ୍ତୁ । ସଂକ୍ରମିତ ଗଛ କାଢନ୍ତୁ ଓ ନଷ୍ଟ କରନ୍ତୁ ( ଉଦାହରଣ ସ୍ୱରୂପ ଜାଳିବା ଦ୍ଵାରା ) ଅନ୍ୟ ପୋଷକ ଗଛ ଠାରୁ ସଂକ୍ରମଣ ବାରଣ ପାଇଁ ଉତ୍ତମ ଅନାବନା ଘାସ ପରିଚାଳନା କରନ୍ତୁ । ରୋଗ ପ୍ରବଣ ନଥିବା ଫସଲ ସହିତ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ