ମକା

ପିଚୁ ଦାଗ

Phyllachora maydis

ଫିମ୍ପି

ସଂକ୍ଷେପରେ

  • ପତ୍ରର ଉଭୟ ପଟେ ଛୋଟ, ଗାଢ ଓ ବହଳିଆ ଦାଗ ଥାଏ, ମାଟିଆ କ୍ଷତ ଚିହ୍ନ ଦ୍ଵାରା ଘେରି ରହିଥାଏ,"ମାଛ ଆଖି " ଲକ୍ଷଣ ଦେଖାଯାଏ। ଦାଗରେ ଭରି ରହିଥାଇବା ସଂପୂର୍ଣ୍ଣ ପତ୍ର ଶୁଖିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ପ୍ରାଥମିକ ଲକ୍ଷଣ ଭାବରେ କଳା କେନ୍ଦ୍ର ସହିତ ଛୋଟ, ବହଳିଆ ହଳଦିଆ-ମାଟିଆ ଦାଗ ପତ୍ରର ଉଭୟ ପଟେ ଦେଖାଯାଏ। ଦାଗ ଗାଢ ଧାର ଥିବା ଏକ ଗୋଲାକାର, ମାଟିଆ କ୍ଷତ ଚିହ୍ନ ଦ୍ଵାରା ଘେରି ରହିଥାଏ, ଯାହାକି ସାଧାରଣତଃ "ମାଛ ଆଖି" ଭାବରେ ଜଣାଯାଏ, ଏହି ଗୋଲାକାର, ଅଣ୍ଡାକାର, ବେଳେବେଳେ କୋଣିୟ କିମ୍ବା ଅନିୟମିତ ଦାଗ ପରସ୍ପର ମିଶି ପ୍ରାୟ 10 ମିମି ଲମ୍ବା ପର୍ଯ୍ୟନ୍ତ ଏକ ପଟି ସୃଷ୍ଟି କରିପାରେ। ସଂପୂର୍ଣ୍ଣ ପତ୍ର ଦାଗରେ ଆବୃତ୍ତ ହୋଇପାରେ ଏବଂ ଚାରିପାଖ ପତ୍ର ଅଂଶ ମଧ୍ୟ ଶୁଖିଯାଇ ପାରେ। ପ୍ରଥମେ ତଳ ପତ୍ରରେ ଲକ୍ଷଣ ଦେଖାଯାଏ ଓ ତାପରେ ଏହା ଉପର ପତ୍ରକୁ ବିସ୍ତାର କରିଥାଏ। ସଂକ୍ରମଣ ମାତ୍ରା ଅତ୍ୟଧିକ ହେଲେ, ଦାଗ ତଷୁ ଓ ପତ୍ରାଛାଦରେ ମଧ୍ୟ ଦେଖା ଦେଇପାରେ। 21 ରୁ 30 ଦିନ ପରେ ପତ୍ର ସଂପୂର୍ଣ୍ଣ ମରିଯାଇ ପାରେ। ଏହା ବଜାର ରେ ବିକ୍ରୟ ଯୋଗ୍ୟତା କୁ କମାଇ ଦେଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା କଥା ଆମେ ଜାଣି ନାହୁଁ, ଯଦି ଆପଣ କିଛି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ରାସାୟନିକ ଉପଚାର ଉପଲବ୍ଧ ଥିବା କଥା ଆମେ ଜାଣି ନାହୁଁ, ଯଦି ଆପଣ କିଛି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ଏହାର କାରଣ କଣ

ତିନୋଟି କବକ ଜାତି ଯଥା:- ଫାଇଲୋକୋରା ମୟଦିଶ, ମୋନୋଗ୍ରାଫେଲା ମୟଦିଶ ଏବଂ ଅତି ପରଜୀବୀ କୋନିୟଥାଇରିଆମ ଫାଇଲୋକୋରେ ଆଦିର ପ୍ରଭାବ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଫାଇଲୋକୋରା ମୟଦିଶର ସଂକ୍ରମଣର ଦୁଇ ରୁ ତିନି ଦିନ ପରେ କ୍ଷତ ଚିହ୍ନ ମୋନୋଗ୍ରାଫେଲା ମୟଦିଶ ଦ୍ଵାରା ଆକ୍ରାନ୍ତ ହୋଇଥାଏ, ଏହି କବକ ଗଛ ଅବଶେଷରେ 3 ମାସ କିମ୍ବା ଅଧିକ ଦିନ ବଞ୍ଚି ରହିପାରେ। ପବନ ଓ ବର୍ଷା ଦ୍ଵାରା ରେଣୁ ବିସ୍ତାରିତ ହୋଇଥାଏ। 16-20°C ର ଥଣ୍ଡା ତାପମାତ୍ରାରେ ଏବଂ ଆପେକ୍ଷିକ ଆର୍ଦ୍ରତା ଅଧିକ ହେଲେ ରୋଗ ଆବିର୍ଭାବ ହୋଇଥାଏ। ଏଥିପାଇଁ ନାଇକୁଳ ସମୀପ ଜାଗାରେ ଫସଲ ଏହି ରୋଗପ୍ରବଣ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ମକା ଗଛର ତଳ ପତ୍ରରେ ଛୋଟ, ବହଳିଆ ଚିକ୍କଣ ଗାଢ ଦାଗ କିମ୍ବା ମାଟିଆ କ୍ଷତ ଚିହ୍ନ ପାଇଁ ନିରୀକ୍ଷଣ କରନ୍ତୁ। ଅମଳ ପରେ ହଳ କରି ସଂକ୍ରମିତ ଗଛ ଅବଶେଷ ନଷ୍ଟ କରି ଦିଅନ୍ତୁ। ଅନ୍ୟ ଫସଲ ସହିତ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ