Alternaria triticina
ଫିମ୍ପି
ଛୋଟ ଗଛ ଜୀବାଣୁ ପ୍ରତିରୋଧି ଅଟେ । ସବୁଠାରୁ ତଳ ପତ୍ର ପ୍ରଥମେ ସଂକ୍ରମଣର ଲକ୍ଷଣ ଦେଖାଏ , ଯାହାକି ଧୀରେଧିରେ ଉପର ପତ୍ରକୁ ବିସ୍ତାର ହୁଏ । ସଂକ୍ରମଣ ଆରମ୍ଭରେ ସବୁଠାରୁ ତଳ ପତ୍ରରେ ଛୋଟ , ଅଣ୍ଡାକାର ବିବର୍ଣ୍ଣ କ୍ଷତ ଚିହ୍ନ ଅନିୟମିତ ବିକ୍ଷିପ୍ତ ଭାବରେ ଦେଖାଯାଏ । ସମୟକ୍ରମେ , କ୍ଷତ ଚିହ୍ନ ବଢେ ଓ ଖାଲୁଆ , ଗାଢ ବାଦାମୀ ଠାରୁ ଧୂସର ଓ ଅନିୟମିତ ଆକାରର ହୁଏ । କ୍ଷତ ଚିହ୍ନର ଏକ ଉଜ୍ଜଳ ହଳଦିଆ ଧାର ଥାଏ ଓ ପ୍ରାୟ 1ସେମି ବା ଅଧିକ ବ୍ୟାସବିଶିଷ୍ଟ ହୁଏ । ଆର୍ଦ୍ର ପରିସ୍ଥିତିରେ , କ୍ଷତ ଚିହ୍ନ କଳା ଗୁଣ୍ଡ ଭଳି ବାହ୍ୟ ରେଣୁ ବା କନିଡିଆ ଦ୍ଵାରା ଆବୃତ ହୁଏ । ରୋଗର ବିଳମ୍ବ ଅବସ୍ଥାରେ ଏହି ଚିହ୍ନ ପରସ୍ପର ମିଶନ୍ତି ଯାହାଫଳରେ ପୁରା ପତ୍ରର ମୃତ୍ୟୁ ହୁଏ । ଅତ୍ୟଧିକ ମାତ୍ରାରେ ପତ୍ରାଛଦ , ଶୁଙ୍କ ଓ ତଷୁ ମଧ୍ୟ ପ୍ରଭାବିତ ହୁଏ ଓ ପୋଡା ଦେଖାଯାଆନ୍ତି ।
ବିହନ ବାହିତ ସଂକ୍ରମଣ ବିହନକୁ ଭିଟାଭାକ୍ସ @ 2.5ପ୍ରତି କେଜି ବିହନ ହାରରେ ଉପଚାର କରି ନିୟନ୍ତ୍ରଣ କରାଯାଇପାରେ । ଟ୍ରାଇକୋଡର୍ମା ଭିରିଡେ ଓ ଭିଟାଭାକ୍ସର ମିଶ୍ରଣ ଫଳପ୍ରସୂ ଭାବରେ ପରବର୍ତ୍ତୀ ସଂକ୍ରମଣକୁ କମାଏ ( 98.4%) । ୟୁରିଆ @ 2-3% ଜିନେବ ସହିତ ପ୍ରଥମ ଓ ଦ୍ଵିତୀୟ ସିଞ୍ଚନରେ ମିଶାନ୍ତୁ । ଜଳୀୟ ନିମ୍ବ ପତ୍ର ନିର୍ଯ୍ୟାସ ପ୍ରୟୋଗ କରନ୍ତୁ । ବିହନ ବାହିତ ଜୀବାଣୁ କମାଇବା ପାଇଁ କବକନାଶୀ ଓ ଗରମ ପାଣି ଉପଚାର ବ୍ୟବହାର କରାଯାଉଛି । ଟ୍ରାଇକୋଡର୍ମା ଭିରିଡେ (2%) ଓ ଟି ॰ ହରଜାନିୟମ (2%) , ଆସ୍ପର୍ଜିଲସ ହୁମିକୋଲା ଓ ବେଶିଲସ ସବଟିଲିସ ଜୀବାଣୁ ଅଧିକାନସ ସମୟରେ ରୋଗର ପ୍ରାଦୁର୍ଭାବ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କବକନାଶୀର ପ୍ରୟୋଗ ଦ୍ଵାରା ଏ ॰ ଟ୍ରିଟିସିନା ରୋଗର ମାତ୍ରାର 75% କମିଯାଇପାରେ ଓ ଗଛର ଅମଳ ବଢେ । ମାଙ୍କୋଜେବ , ଜିରାମ , ଜିନେବ ( 0.2%) , ଥିରାମ , ଫାଇଟୋଲାନ , ପ୍ରୋପିନେବ , କ୍ଳୋରୋଥାଲୋନୀଲ ଏବଂ ନାବାମ , ପ୍ରୋପିକୋନାଜୋଲ ( 0.15% ) , ଟେବୁକୋନାଜୋଲ ଓ ହେକ୍ସାକୋନାଜୋଲ (0.5%) ଆଦି କବକନାଶୀ ପ୍ରୟୋଗ କରନ୍ତୁ ।ମାଙ୍କୋଜେବ ପ୍ରତି ସହନୀୟତା ବାରଣ କରିବାକୁ କବକନାଶୀର ସମ୍ମିଶ୍ରଣ ପ୍ରୟୋଗ କରନ୍ତୁ ।
ଅଲ୍ଟର୍ନାରିଆ ଟ୍ରିଟିସିନା କବକ ଦ୍ଵାରା ଏହି କ୍ଷତି ହୁଏ । ସଂକ୍ରମଣ ଉଭୟ ମାଟି ଓ ବିହନ ବାହିତ ଅଟେ ଏବଂ ପବନ ଦ୍ଵାରା ବିକ୍ଷିପ୍ତ ହୋଇପାରେ । ସଂକ୍ରମିତ ବିହନ ସୁସ୍ଥ ବିହନ ଠାରୁ ସିଏଚଏଚଟି ଦେଖା ଯାଆନ୍ତି ଓ ଅଧିକାଂଶ ସମୟରେ ସୁକୁଟା ଓ ବାଦାମୀ ବିବର୍ଣ୍ଣ ହୁଏ । ସଂକ୍ରମିତ ମାଟିରେ ଲଗାଇଲେ କିମ୍ବା ସଂକ୍ରମିତ ଗଛ ଅବଶେଷ ସଂସ୍ପର୍ଶରେ ଆସିଲେ ( ଉଦାହରଣ - ବର୍ଷା ଛିଟ କିମ୍ବା ପ୍ରତ୍ୟେକ୍ଷ ସ୍ପର୍ଶରେ ) ଗଛ ପ୍ରଭାବିତ ହୁଏ । ଖରାଦିନେ ମାଟି ଉପରେ ଗଛ ଅବଶେଷରେ ପ୍ରାୟ 2 ମାସ ବଞ୍ଚୁଥିବା ଜଣା ଅଛି , କିନ୍ତୁ ପୋତା ହୋଇଥିବା ଅବଶେଷରେ 4 ମାସ ବଞ୍ଚିପାରେ । ଗଛର ବୟସ ସହିତ ପ୍ରବଣତା ବଢେ , ଯେହେତୁ ଏ ॰ ଟ୍ରିଟିସିନା ନୂଆଁ ଛୋଟ ଗଛକୁ ( 4 ସପ୍ତାହ ) ସଂକ୍ରମଣ କରିବାକୁ ଅସମର୍ଥ ଅଟେ । ଗଛକୁ 7 ସପ୍ତାହ ହେବା ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଏ ନାହିଁ । ରୋଗର ବିକାଶ ଓ ସଂକ୍ରମଣ ପାଇଁ ଅନୁକୂଳ ତାପମାତ୍ରା ହେଉଛି 20-25 ଡିଗ୍ରୀ C । ଅତ୍ୟଧିକ ସଂକ୍ରମଣ ପରିସ୍ଥିତିରେ ଅମଳ କ୍ଷତି 80% ଅତିକ୍ରମ କରିପାରେ ।