Aspergillus spp.
ଫିମ୍ପି
ଫଳ ପରିପକ୍ଵ ହେବା ଅବସ୍ଥାରେ ଯଦି ଆର୍ଦ୍ର ପରିବେଶ ଲାଗି ରହେ ତେବେ ଅନେକ ପ୍ରକାର ଫିମ୍ପି ବସା ବାନ୍ଧି ପିସ୍ତା ଫଳକୁ ନଷ୍ଟ କରି ଦିଅନ୍ତି. ଏହାଦ୍ୱାରା ମୁଖ୍ୟତଃ ଏହାର ଖୋଳପା ର ରଙ୍ଗ ଛାଡି ଯାଏ ଏବଂ କେତେକ କ୍ଷେତ୍ରରେ ରଙ୍ଗହୀନ ଓ ଗନ୍ଧହୀନ ଆଫ୍ଲାଟକ୍ସିନ ସୃଷ୍ଟି ହୋଇଥାଏ. ଫିମ୍ପି ସଂକ୍ରମଣର ମାତ୍ରା ଏବଂ ଫିମ୍ପିର ପ୍ରକାର ଉପରେ ନିର୍ଭର କରି ରଙ୍ଗଛଡା ଓ ଅବକ୍ଷୟ ର ମାତ୍ରା ଅଧିକ କିମ୍ବା କମ ହୋଇଥାଏ. ସାଧାରଣତଃ ଚୋପା ହାଲୁକା ବେଜ ରଙ୍ଗରୁ ହଳଦିଆ କିମ୍ବା ବାଦାମୀ ରଙ୍ଗର ହୋଇଥାଏ. ଖୋଳପା ତଳେ ଦାଗ ଦେଖିବାକୁ ମିଳିଥାଏ ଯାହା ହେଉଛି ଫିମ୍ପି ବୃଦ୍ଧିର ସଙ୍କେତ. ଚୋପା ବହୁତ ସମୟରେ ଖୋଳପା ସହିତ ଲାଗି ରହିଥାଏ. ଫଟା ଫଳ ଏବଂ ବିଶେଷ ରୂପେ ପୋକ ଦ୍ୱାରା ଆକ୍ରାନ୍ତ ଫଳ ଗୁଡି଼କ ସଂକ୍ରମିତ ହୋଇଥାଏ.
ଏହି ରୋଗ ପାଇଁ କୌଣସି ପ୍ରଭାବଶାଳୀ ଜୈବିକ ଉପଚାର ଉପଲବ୍ଧ ନାହିଁ. କିନ୍ତୁ, କପର ଉପରେ ପରିବେଶିତ ଜୈବିକ ଫିମ୍ପିନାଶକ ପ୍ରୟୋଗ ଦ୍ୱାରା ଅନୁକୂଳ ପାଣିପାଗ ରେ ଗ୍ରହଣଯୋଗ୍ୟ ଦକ୍ଷତା ପରିଲକ୍ଷିତ ହୋଇଛି.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ମେଗାଷ୍ଟିଗମସ୍ ପିସ୍ତାସିଆ (Megastigmus pistaciae) ଏବଂ ୟୁରିଟୋମା ପ୍ଲଟନିକୋଭି (Eurytoma plotnikovi) ର ନିୟନ୍ତ୍ରଣ କୀଟନାଶକ ପ୍ରୟୋଗ ଦ୍ୱାରା କରନ୍ତୁ. ସଂକ୍ରମିତ ଗଛ ରେ କ୍ଲୋରୋଥାଲୋନିଲ (chlorothalonil) (200 ମିଲି/100ଲି) କିମ୍ବା କପର ଥିବା ଫିମ୍ପିନାଶକ ସୁରକ୍ଷାତ୍ମକ ଭାବେ ପ୍ରୟୋଗ କରନ୍ତୁ. ଅମଳ ଶେଷ ପରେ ପ୍ରୟୋଗ ବହୁତ ଫଳପ୍ରଦ ହୋଇଥାଏ କାରଣ ଫଳ ଉପରେ ଏହି ରୋଗ ଶୀତ ଋତୁରେ ସୁପ୍ତ ଅବସ୍ଥାରେ ରହିବାରୁ ବଞ୍ଚିତ ହୋଇଥାଏ. ପ୍ରୟୋଗ ର ସମୟ, ଅନୁମୋଦିତ ମାତ୍ରାର ବ୍ୟବହାର ଏବଂ ସ୍ପ୍ରେ କରାଯାଉଥିବା ଆଟୋମାଇଜର ର ବେଗ ଉପରେ ଏହି ଉପଚାରର ଦକ୍ଷତା ନିର୍ଭର କରେ.
ଆସ୍ପେରଗିଲସ (Aspergillus) ଜିନସ ର ଅନେକ ସ୍ପେସିସ ଦ୍ୱାରା ପିସ୍ତା ରେ ଫଳ ପଚା ଦେଖାଦେଇଥାଏ, କିନ୍ତୁ ପେନିସିଲିୟମ୍ (Penicillium), ଷ୍ଟେମ୍ଫିଲିୟମ୍ (Stemphylium) କିମ୍ବା ଫ୍ୟୁଜାରିୟମ୍ (Fusarium) ର କିଛି ସ୍ପେସିସ ଦ୍ୱାରା ମଧ୍ୟ ଏହି ରୋଗ ହୋଇଥାଏ. ଏହି ରୋଗ ବହୁତ ସମୟରେ ପୋକ ଆକ୍ରମଣ ସହିତ ଜଡିତ ବିଶେଷ କରି ପିସ୍ତା ମଞ୍ଜି ଚାଲସିଡ଼ (ମେଗାଷ୍ଟିଗମସ୍ ପିସ୍ତାସିଆ- Megastigmus pistaciae) ଏବଂ ପିସ୍ତା ମଞ୍ଜି ବିରୁଡି (ୟୁରିଟୋମା ପ୍ଲଟନିକୋଭି - Eurytoma plotnikovi). ଏହି ପୋକ ମାନଙ୍କ ଦ୍ୱାରା ହୋଇଥିବା କଣା ଫିମ୍ପି ର ପ୍ରବେଶ ପାଇଁ ସାହାଯ୍ୟ କରିଥାଏ. ଯଦିଓ ଆସ୍ପେରଗିଲସ (Aspergillus) ସଂକ୍ରମଣ ସାଧାରଣ ପରିବେଶରୁ ଅଧିକ ଶୁଖିଲା ପରିବେଶରେ ହୋଇପାରେ, କିନ୍ତୁ ଉଚ୍ଚ ତାପମାତ୍ରା, ଓଦା ଓ ଆର୍ଦ୍ର ପରିବେଶ ପରିପକ୍ଵ ହେବା ଅବସ୍ଥା ଏହି ରୋଗ ପାଇଁ ଅନୁକୂଳ ପରିବେଶ ଯୋଗାଇ ଦେଇଥାଏ. ଏହି ରୋଗ ବ୍ୟାପିବା ପାଇଁ ଅନ୍ଧକାର ପରିବେଶ ଏବଂ ଵାୟୁପ୍ରବାହ ର ଅଭାବ ମଧ୍ୟ ଅନ୍ୟ କାରଣ. ବିଳମ୍ବିତ ବସନ୍ତ ଋତୁରେ କିମ୍ବା ସଅଳ ଗ୍ରୀଷ୍ମ ଋତୁରେ ଜଳର ଅଭାବ ଯୋଗୁଁ ଫଟା ଫଳ ସଂଖ୍ୟା ବଢିପାରେ ଏବଂ ତାପରେ ଏହି ରୋଗ ର ଜୀଏବଂ ଚକ୍ର କୁ ସାହାଯ୍ୟ ମିଳିଥାଏ.