Myrothecium roridum
ଫିମ୍ପି
କାଣ୍ଡ ଓ ପତ୍ର ପଚା ସହିତ ଧୂସର ରଙ୍ଗର ଗୋଲ ଗୋଲ ଦାଗର ଉପସ୍ଥିତି ଏହି ରୋଗର ଲକ୍ଷଣ ଅଟେ. ଅତ୍ୟଧିକ ଆର୍ଦ୍ରତା ରେ ଖଣ୍ଡିଆ ଜାଗାରେ କଳା ଆକାର ଓ ଉଠିଥିବା ଧଳା ଗୁଚ୍ଛ ସହ ଘା ଜନ୍ମ ନେଇଥାଏ ଯାହାକି ଅଲଗା ପ୍ରକାର ଦେଖାଯାଏ. ଉଦ୍ୟାନ ଭିତ୍ତିକ ଫସଲ ରେ ଧୂସର ନରମ ପଚା ଅଂଶ ପତ୍ର ଗୁଚ୍ଛ ଏବଂ ପତ୍ରର ନାଡ ରେ ଦେଖାଯାଏ. ଧୀରେ ଧୀରେ ଏହି ପଚା ଅଂଶ କାଣ୍ଡ ଆଡକୁ ବଢି ଯାଏ ଏବଂ ଛୋଟ ଛୋଟ ଧଳା ରଙ୍ଗର ଗୁଛ ଭଳିଆ ଦେଖାଯାଏ. ପତ୍ରରେ ବିଭିନ୍ନ ଆକୃତିର ଛୋଟ ଛୋଟ ଧୂସରରୁ କଳା ରଙ୍ଗର ଦାଗ ଦେଖାଯାଏ. ଏହି ଦାଗ ଗୁଡିକ ଧୀରେ ଧୀରେ ଗୋଲ ହେଇଥାଏ ଏବଂ ଏହାର ମଝିରେ ମୁଦି ଭଳିଆ ସ୍ପଷ୍ଟ ଦାଗ ଦେଖାଯାଏ. ତା ପରେ ଏହି ପୁରୁଣା ଦାଗ ସବୁ ମିଶି ଯାଏ ଏବଂ ଧଳା ଚିହ୍ନ ରେ ଘୋଡାଇ ହୋଇଯାଏ. ଯେତେବେଳ ଏହା ଶୁଖିଯାଏ, ଏହି ସବୁ ଡଗରା ମଝି ଅଂଶ କାଗଜ ଭଳିଆ ଧଳା ଧଳା ହୋଇ ଶେଷରେ ତଳେ ପଡ଼ିଯାଏ ଏବଂ ପତ୍ରରେ ଅସମ କଣା ହେଇଯାଏ. ପର ସ୍ତରରେ ସମ୍ପୁର୍ଣ ଗଛଟି ଝଡି ଯାଇପାରେ କିନ୍ତୁ ଫଳ ଗୁଡିକ ପ୍ରାୟ ପ୍ରଭାବିତ ହୁଅନ୍ତି ନାହିଁ.
ଏହି ରୋଗର ନିରାକରଣ ପାଇଁ ଆଜି ପର୍ଯ୍ୟନ୍ତ ଆମେ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଜାଣି ନାହୁଁ. ଏହି କବକ ବିରୋଧରେ କିଛି ସଫଳ ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଜାଣିଛନ୍ତି ତେବେ ଆମକୁ ସମ୍ପର୍କ କରନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯେତେବେଳେ ପ୍ରଥମ ଲକ୍ଷଣ ଦେଖାଯିବ, ମାଙ୍କୋଜେବ୍ କିମ୍ବା କପର ଅକ୍ସିକ୍ଲୋରାଇଡ 2କିଗ୍ରା / ହେକ୍ଟର ସ୍ପ୍ରେ କରନ୍ତୁ ଓ 15 ଦିନ ଅନ୍ତରରେ 2-3 ଥର ପ୍ରୟୋଗ କରନ୍ତୁ. ଯଦି ଏହି ରୋଗ ଋତୁ ଶେଷରେ ଦେଖାଯାଏ ତେବେ ଫସଲ ଅମଳ ପୂର୍ବରୁ ଏହାର ନିରାକରଣ ପାଇଁ ଧ୍ୟାନ ଦିଅନ୍ତୁ.
ଏହି ରୋଗର ଲକ୍ଷଣ ଗୁଡିକ ମାଇରୋଥେସିୟମ୍ ରୋରିଡମ୍ (Myrothecium Roridum) ନାମକ ଏକ କବକ ଯୋଗୁଁ ହେଇଥାଏ. ଏହି କବକ ନିୟମିତ ଭାବେ ବହୁତ ଲାଭପ୍ରଦ ଏବଂ ଅଳଙ୍କାରିକ ଫସଲର ପତ୍ରଗୁଛ ଓ କାଣ୍ଡ ସଢା ରୋଗ ସୃଷ୍ଟି କରିଥାଏ. ଏହି ରୋଗ ବିଭିନ୍ନ ଉପାୟରେ ସଂକ୍ରମିତ ହୋଇଥାଏ. ଉଦାହରଣ ସ୍ୱରୂପ ଖରାପ ବୁଣିବା କିମ୍ବା ରୋପିବା ପଦ୍ଧତି, ଗଛ ଉପର ଦେଇ ଜଳସେଚନ ଏବଂ ଯାନ୍ତ୍ରିକ ତଥା କୀଟପତଙ୍ଗ ଦ୍ୱାରା ଆଘାତ ଦ୍ୱାରା ଏହି ରୋଗ ସଂକ୍ରମିତ ହୋଇଥାଏ. ଆଘାତ ହେଇଥିବା ଜାଗା ଦେଇ ଏହି କବକ ଗଛକୁ ସଂକ୍ରମଣ କରି ଥାଏ. ଉଭୟ ଗରମ, ଓଦା ପାଗ ଏବଂ ଅତ୍ୟଧିକ ଆର୍ଦ୍ରତା ଏହି ରୋଗର ସଂକ୍ରମଣ ତଥା ଉତ୍କଟତା ପାଇଁ ଅନୁକୂଳ ହେଇଥାଏ. ଅତ୍ୟଧିକ ସାର ପ୍ରୟୋଗ ପ୍ରଚୁର ପତ୍ର ସୃଷ୍ଟି କରିଥାଏ ଯାହାକି ଏହି ରୋଗର ସଂକ୍ରମଣକୁ ସାହାଯ୍ୟ କରିଥାଏ.