ବାଇଗଣ

ଓଦା ପଚା

Choanephora cucurbitarum

ଫିମ୍ପି

ସଂକ୍ଷେପରେ

  • ପତ୍ରରେ ପାଣି ଭିଜା ଜାଗା ଦେଖାଯାଏ.
  • ଗଛ ଅଗରୁ ମରିଯାଏ.
  • ଫିମ୍ପି ସୃଷ୍ଟି ହୋଇଥାଏ.
  • ନୁଆଁ ନୁଆଁ ହୋଇଥିବା ଫଳ, କାଣ୍ଡ ଏବଂ କଢ଼ ସଂକ୍ରମିତ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

21 ଫସଲ ଗୁଡିକ
ବିନ
କଲରା
ବନ୍ଧାକୋବି
ଫୁଲକୋବି
More

ବାଇଗଣ

ଲକ୍ଷଣ

ପ୍ରାଥମିକ ଲକ୍ଷଣ ଭାବେ ଫୁଲ, କଢ ଏବଂ ବର୍ଦ୍ଧିଷ୍ଣୁ ଅଗ (ପୁଷ୍ପାଗ୍ର ପୋଡା) ଗୁଡିକ କଳା ପଡିଯିବା ଏବଂ ଝାଉଁଳିଯିବା ଦେଖାଦେଇଥାଏ. ତାପରେ ଏହି ରୋଗ ତଳ ପଟକୁ ବ୍ୟାପି ପତ୍ରରେ ପାଣି ଭିଜା ଜାଗା ପ୍ରସ୍ତୁତ କରିଥାଏ ଯାହା ଏହାକୁ ଏକ ହାଲୁକା ରୂପେଲି ରଙ୍ଗ କରିଦିଏ. ପୁରୁଣା ଦାଗ ଶାଢ଼ୀ ଶୁଖିଲା ଦେଖାଯାଏ ଯାହା ଫଳରେ ପତ୍ର ର ଅଗ ଏବଂ ଧାର ପୋଡା ପୋଡା ଦେଖାଯାଏ. କାଣ୍ଡ ରେ ବାଦାମୀରୁ କଳା ଚକଡା ଏବଂ ଅଗ ମରା ର ଲକ୍ଷଣ ଦେଖା ଦେଇଥାଏ. ଶେଷରେ, ପୁରା ଗଛ ଝାଉଁଳି ଯାଇପାରେ. କଳା କୋମଳ ପଚା ରୋଗ ମଧ୍ୟ ନୁଆଁ ଫଳରେ ସାଧାରଣତଃ ପୁଷ୍ପାଗ୍ରରେ ଦେଖାଦେଇପାରେ. ଭଲ ଭାବେ ନିରୀକ୍ଷଣ କଲେ ରୂପେଲି, ବାଳ ପରି କିଛି ବଢିଥିବା ଅଂଶ ସବୁ ସଂକ୍ରମିତ ଟିସୁ ଉପରେ ଦେଖାଦେଇଥାଏ. ଚାରା ରେ, ଏହି ରୋଗର ଲକ୍ଷଣ ଫାଇଟୋପ୍ଥୋରା ପୋଡା ଲକ୍ଷଣ ବୋଲି ସନ୍ଦେହ ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କୌଣସି ଯିବିକି ଉପଚାର ଏହି ରୋଗ ପାଇଁ ଉପଲବ୍ଧ ନାହିଁ. ବେନିନ ରେ ବାସିଲସ ସବଟିଲିସ (Bacillus subtilis) କେତକ ଫସଲ ରେ ସକାରାତ୍ମକ ଭାବେ ଚୋଆନେଫୋରା କୁକୁରବିଟାରମ (Choanephora cucurbitarum) ପାଇଁ ବିରୋଧୀ ପ୍ରଭାବ ଦେଇଛି ବୋଲି ପରୀକ୍ଷାରୁ ଜଣା ପଡିଛି. କିନ୍ତୁ, ଲଙ୍କା ଜାତୀୟ ଫସଲରେ କିଛି ପରୀକ୍ଷା କରା ଯାଇନାହିଁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଏହି ରୋଗ ନିୟନ୍ତ୍ରଣ ର ଚାପି ହେଉଛି ନିରାକରଣ, କାରଣ କୌଣସି ଫିମ୍ପିନାଶକ ଏହି ରୋଗ ପାଇଁ ପ୍ରସ୍ତୁତ ହୋଇନାହିଁ. ଫିମ୍ପିନାଶକ ପ୍ରୟୋଗ କରି କିଛି ମାତ୍ରାରେ ଏହି ରୋଗର ଲକ୍ଷଣ କୁ ସୀମିତ କରି ହେବ କିନ୍ତୁ ଅଧିକାଂଶ ସମୟରେ ଅବ୍ୟବହାରିକ କାରଣ ଫସଲରେ କ୍ରମାଗତ ଫୁଲ ହୋଇଥାଏ ଏବଂ ଏଥିପାଇଁ ଏହି ଫିମ୍ପି ପ୍ରତି ସମ୍ବେଦନଶୀଳ ହୋଇଥାଏ.

ଏହାର କାରଣ କଣ

ଚୋଆନେଫୋରା କୁକୁରବିଟାରମ (Choanephora cucurbitarum) ନାମକ ଏକ ଅବସରଵାଦୀ ଫିମ୍ପି ଯାହା ମୁଖ୍ୟତଃ ପୋକ କିମ୍ବା କୃଷିକାର୍ଯ୍ୟ ସମୟରେ ଯାନ୍ତ୍ରିକ କାରଣ ରୁ କ୍ଷତିଗ୍ରସ୍ତ ହୋଇଥିବା ଗଛର ଟିସୁକୁ ଆକ୍ରମଣ କରିଥାଏ. ଏହି ଫିମ୍ପିର ରେଣୁ ଗୁଡିକ ସାଧାରଣତଃ ପବନ, ପାଣି ଛାଟ ଏବଂ କୃଷି ଉପକରଣ ସହ ଲାଗିଥିବା ପୋଷାକପତ୍ର ଦ୍ୱାରା ବ୍ୟାପି ଥାଏ. ଦୀର୍ଘକାଳ ଧରି ବୃଷ୍ଟିପାତ, ଉଚ୍ଚ ଆର୍ଦ୍ରତା ଏବଂ ଉଚ୍ଚ ତାପମାତ୍ରା ଥିବା ସମୟରେ ଏହି ରୋଗ ସୃଷ୍ଟି ହୋଇଥାଏ. ଏଥିରେ କିଛି ଆଶ୍ଚର୍ଯ୍ୟ ହେବ କଥା ନୁହଁ ଯେ ଏହି ରୋଗ ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଲଙ୍କା ଜାତୀୟ ଫସଲ ଏବଂ ଭେଣ୍ଡି ରେ ସର୍ବାଧିକ କ୍ଷୟକ୍ଷତି କରାଇଥାଏ. ଏହି ପରିବେଶ ପ୍ରତି ଠିକ ଭାବେ ଖାପ ଖୁଆଇ ନଥିବା ଫସଲ ଗୁଡିକ ବିଶେଷ ରୂପେ ସମ୍ବେଦନଶୀଳ. ଫାଇଟୋପ୍ଥୋରା ପୋଡା ଠାରୁ ପ୍ରାର୍ଥକ୍ୟ ଜାଣିବାକୁ ହେଲେ ଧୂସରିତ ବାଳ ର ଉପସ୍ଥିତି କୁ ଦେଖନ୍ତୁ (ସକାଳ ସମୟରେ).


ସୁରକ୍ଷାତ୍ମକ ଉପାୟ

  • ରୋଗର ସଙ୍କେତ ଦେଖିବା ପାଇଁ ଫସଲ ନିରୀକ୍ଷଣ କରନ୍ତୁ.
  • ବୈକଳ୍ପିକ ପୋଷକ ଗଛ ଏବଂ ବାଳୁଙ୍ଗା ଫସଲ ଭିତରୁ ଏବଂ ଚାରିପାଖରୁ ବାହାର କରି ଦିଅନ୍ତୁ.
  • ଯଦି ସମ୍ଭବ ତାହେଲେ ମାଟିର କଠିନତା ଦୂର କରନ୍ତୁ ଏବଂ ଜଳ ନିଷ୍କାସନ କ୍ଷମତା ଦୂର କରନ୍ତୁ.
  • ଗଛ ରୋପଣ ସମୟରେ ଏହା ସୁନିଶ୍ଚିତ କରନ୍ତୁ ଯେ କେଉଁଠି ବି ଗଛ ମୂଳରେ ଗାତ ନ ହୁଏ.
  • ହୁଡ଼ା ଓ ସିଆର କରନ୍ତୁ ଏବଂ ଗଛରୁ ଗଛ ମଧ୍ୟରେ ବ୍ୟବଧାନ କୁ ବଢ଼ାନ୍ତୁ.
  • ଓଭରହେଡ଼ ଜଳସେଚନ ରୁ ବିରତ ରୁହନ୍ତୁ ଏବଂ ଯଥା ସମ୍ଭବ ପତ୍ରଗୁଡିକୁ ଶୁଖିଲା ରଖନ୍ତୁ.
  • ଖାଦ୍ୟସାର ର ଅତ୍ୟଧିକ ପ୍ରୟୋଗ କରନ୍ତୁ ନାହିଁ ଯାହାଦ୍ୱାରା ଡାଳପତ୍ରର ସଘନତ୍ୱ ବଢୁଥିବ.
  • ଅଣ-ସମ୍ବେଦନଶୀଳ ଫସଲ ସହିତ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ