Magnaporthiopsis maydis
ଫିମ୍ପି
ସାଧାରଣତଃ ଫୁଲ ଫୁଟିବା ଅବସ୍ଥାରେ ବା ପରେ ଏହି ରୋଗର ଲକ୍ଷଣ ଗୁଡିକ ଦେଖା ଯାଇଥାଏ ଓ ଏହାର ମାତ୍ରା ମକାର କିସମ ଓ ପାଣିପାଗ ଅବସ୍ଥା ଉପରେ ନୀର୍ଭର କରି ଅଲଗା ଅଲଗା ହୋଇଥାଏ । ଗଛର ତଳ ପତ୍ର ଗୁଡିକ ମଉଳିବା ଆରମ୍ଭ କରି ଦିଅନ୍ତି ଓ ଫିକା ସବୁଜ ରଂଗରେ ପରିଣତ ହୋଇି ଯାଆନ୍ତି. ପରେ ପରେ ଯେତେବେଳେ ଲକ୍ଷଣ ଗୁଡିକ ଉପର ଆଡକୁ ବଢି ଥାଆନ୍ତି ଏମାନେ ଶୁଖି ଯାଆନ୍ତି ଓ ଭିତର ପଟକୁ ମୋଡିବା ଆରମ୍ଭ କରି ଦିଅନ୍ତି. ସଂକ୍ରମିତ ଫସଲର କେଣ୍ଡା ବା ଶସ ଗୁଡିକ ଭଲରେ ବଢି ପାରନ୍ତି ନାହିଁ, ଚୋପା ଉପରେ କ୍ଷତ ଚିହ୍ନ ଦେଖାଯାଏ ଓ ଦାନା ଉତ୍ପାଦନ ବ୍ୟାଧିତ ହୋଇଯାଏ. କିଛି କ୍ଷେତ୍ରରେ କାଣ୍ଡର ମୂଳ ଭାଗରେ ହଳଦିଆରୁ ବାଇଂଗଣୀ କିମ୍ବା ଗାଢ ମାଟିଆ ରଂଗର ଗାର ଦେଖା ଯାଇଥାଏ. ପରିବାହୀ ଟିସୂର କିଛି ଅଂଶ ଓ ପବ ଗୁଡିକ ନାଲିଆ-ମାଟିଆ ରଂଗର ହୋଇ ଯାଆନ୍ତି, ଯାହାକୁ କାଣ୍ଡକୁ ଅନୁପ୍ରସ୍ତ ଭାବେ କାଟିଲେ ସହଜରେ ଦେଖା ଯାଇପାରେ. ଘଟଣାକ୍ରମେ , ସେମାନେ ଶୁଖିଲା , ସୁକୁଟା ଓ ଫମ୍ପା ହୋଇଯାନ୍ତି ।
ବିଭିନ୍ନ ପ୍ରକାର ଅଣୁଜୀବ ଉପରେ ଆଧାରିତ ମିଶ୍ରଣକୁ ପରୀକ୍ଷାଗାରରେ ବିହନର ଉପଚାର ପାଇଁ ଓ ଜୀବାଣୁର ବ୍ୟାପିବା କମ କରିବା ପାଇଁ ପରୀକ୍ଷା କରା ଯାଉଅଛି. ଏମାନଙ୍କ ମଧ୍ୟରେ ଟ୍ରାଏକୁରୁସ୍ ସ୍ପାଇରାଲିସ୍, ଷ୍ଟ୍ରେପ୍ଟୋମାଇସେସ୍ ଗ୍ରାମିନୋଫ୍ୟାସିଏନ୍ସ, ଏସ୍. ଗିବ୍ସୋନି, ଏସ୍.ଲାଏଡିକସ୍, ଏସ୍.ନୋଗାଲେଟରର, ଏସ୍.ରୋଚେଇି, ଏସ୍.ଆନ୍ୟୁଲାଟସ୍ ଭଳି କବକ ଓ କ୍ୟାଣ୍ଡିଡା ମାଲ୍ଟୋସା, ସି.ଗ୍ଲାବ୍ରାଟା, ସି.ସ୍ଲୁଫି, ରୋଡୋଟୋରୁଲା ରୁବ୍ରା ଓ ଟ୍ରାଇକୋସ୍ପୋରୋନ୍ କ୍ୟୁଟାନେୟମ୍ ଭଳି ଇଷ୍ଟ. ପ୍ରତିପକ୍ଷାତ୍ମର ଜୀବାଣୁ ବ୍ୟାସିଲସ୍ ସବ୍ଟିଲିସସ୍ ଥିବା ମିଶ୍ରଣକୁ ମଧ୍ୟ ବିହନନ ବୁଣିବା ସମୟରେ ସଂକ୍ରମିତ ମାଟିରେ ପ୍ରୟୋଗ କରିବା ଦ୍ୱାରା ଏହା ପ୍ରଭାବଶାଳୀ ହୋଇଥାଏ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଯେହେତୁ ଏହା ଏକ ମୃତ୍ତିକା ଓ ବିହନ ବାହିତ ରୋଗ ଅଟେ, ତେଣୁ ପ୍ରମାଣିତ ସୁତ୍ରରୁ ବିହନ କିଣିବା ପରାମର୍ଶନୀୟ ଅଟେ । କବକନାଶୀ ସହିତ ବିହନ ଉପଚାର ଭଲ କାମ କରିପାରେ । ଆଯ଼ୋକ୍ସିଷ୍ଟ୍ରୋବିନ୍ କିମ୍ବା କାପ୍ଟାନ୍ କିମ୍ବା କବକନାଶକ ମାନଙ୍କ ମିଳିତ ଉପଚାର କବକ ପ୍ରତି ଫଳପ୍ରସୂ ହୋଇଥାଏ.
ଲକ୍ଷଣ ଗୁଡିକ ମାଗ୍ନାପୋର୍ଥୀଓପ୍ସିସସ୍ ମମେୟଡଡିସ୍ ନାମକ କବକ ଦ୍ୱାରା ହୋଇଥାଏ ଯାହାକି ଫସଲ ପରବର୍ତ୍ତୀ ସମୟରେ ବେଳେ ମାଟିରେ ଓ ବିହନରେ ମଧ୍ୟ ସୁପ୍ତ ଅବସ୍ଥାରେ ରହିପାରେ. ଏହି ମୃତ୍ତିକା-କିମ୍ବା-ବିହନ ବାହିତ ରେଣୁ ଗୁଡିକ ଛୋଟ କ୍ଷତ ମାଧ୍ୟମରେ ଚାରାର ଚେରକୁ ସଂକ୍ରମିତ କରିଥାଏ ଓ ପରେ ଏମାନେ ବଢିବା ସହିତ କୋଷ ଗୁଡିକୁ ସଂକ୍ରମିତ କରି ଦିଅନ୍ତି. ପରିବାହୀ ଟିସୂ ଭିତରେ, ଏମାମେ ଚେର ମଧ୍ୟ ଦେଇ କାଣ୍ଡ ଉପରକୁ ମାଡି ଚାଲନ୍ତି ଓ ଶସ ଓ ମକା ଦାନା ଉପରକୁ ମଧ୍ୟ ମାଡି ଚାଲନ୍ତି. ରୋଗର ବିକାଶ ପାଇଁ 24 ଡିଗ୍ରୀ C ର ଲଗାତର ତାପମାତ୍ରା ,କିମ୍ବା ପ୍ରାକୃତିକ ତାପମାତ୍ରାର ତାରତମ୍ୟ 20 ରୁ 32 ଡିଗ୍ରୀ C ହେଉଛି ଅନୁକୂଳତମ ପରିସ୍ଥିତି । . ଉଚ୍ଚ ତାପମାତ୍ରା କବକର ବିକାଶକୁ ଅବରୁଦ୍ଧ କରିଦିଏ ଓ ଉଦାହରଣ ସ୍ୱରୂପ 36 °C ତାପମାତ୍ରାରେ କମ୍ ଦେଖାଯାଏ. ଏହି ରୋଗଟି ଦୁନିଆର ବିଭିନ୍ନ ଅଂଶରେ ଅର୍ଥନୈତୀକ ସ୍ତରରେ ଜରୁରୀ ଅଟେ.