ଟମାଟ

ଧୂସର ପତ୍ର ଦାଗ

Stemphylium solani

ଫିମ୍ପି

ସଂକ୍ଷେପରେ

  • ଗଛର ଉପରେ ଥିବା ଉପର ପତ୍ରରେ ଗୋଲ ଦିଶୁଥିବା ଘା ର ମଝିରେ ଧଳା ରଙ୍ଗ ଦେଖାଯାଏ ଏବଂ ଧାରରେ ବାଇଗଣୀ ରଙ୍ଗର ସୀମା ଦେଖାଯାଏ.
  • ପତ୍ର ଟିସୁ ଫାଟି ଯାଇ ଗୁଳି ବିନ୍ଧା କଣା ଭଳିଆ ଦେଖାଯାଏ.
  • ଏହା ପୋଟାସିୟମର ଅଭାବ ସହିତ ଜଡିତ.

ମଧ୍ୟ ଦେଖା ଯାଇପାରେ

7 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଧୂସର ପତ୍ର ଦାଗ 2 ସେମି ବ୍ୟାସର ଏହା ଉପରେ ଗୋଲାକାର ଏବଂ ଏହାର ଧାର ବାଇଗଣୀ ରଙ୍ଗ ହୋଇଥାଏ. ବଢି ବଢି ଏହା ସକେନ୍ଦ୍ରିତ ଆକାର ନେଇଥାଏ ଯାହାର ମଝିଭାଗ ଧଳା ରଙ୍ଗର ହେଇଥାଏ. ଏହା ପରେ ଫାଟି ତଳେ ପଡ଼ିଯାଏ. ଯାହାଫଳରେ ପତ୍ର ଉପରେ ଏକ ଗୁଳି ବିନ୍ଧା କଣା ପରିକା ଆକାର ସୃଷ୍ଟି ହେଇଥାଏ. ଏହି ଘା ଗୁଡିକ ସାଧାରଣତଃ ଗଛର ଉପର ଭାଗରେ ଥିବା ପତ୍ରରେ ଦେଖାଯାଏ. ଏହା ପତ୍ରର ଧରାରୁ ଆରମ୍ଭ ହୋଇ ଭିତର ଆଡକୁ ମାଡିଥାଏ. କଢ଼ ଧରିବାର ବିଳମ୍ବିତ ସମୟରେ ଅଧିକ ଖାଦ୍ୟସାର ଦରକାର ହୋଇଥାଏ, ସେଥିପାଇଁ ଏହି ସମୟ ରୋଗ ସଂକ୍ରମଣ ପାଇଁ ସୁହାଇ ଥାଏ. ସମୟାନୁସାରେ ଖାଦ୍ୟସାର ପ୍ରୟୋଗ କଲେ ଏହି ରୋଗ ର ସଂକ୍ରମଣ ହେବା ଗୌଣ ହେଇଥାଏ.କିନ୍ତୁ ଏହା ସମୟ ଆଗରୁ ଅତ୍ୟଧୀକ ପତ୍ର ଝଡି ଯାଇଥାଏ ଓ ଉପଚାର ନକଲେ ଅମଳରେ ବହୁତ କ୍ଷତି ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଆଜି ଯାଏଁ, ଏହି ରୋଗର କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହିଁ. ପୂର୍ବରୁ ସତର୍କ ରହି ପ୍ରତିରୋଧି ଉପାୟ ଅବଲମ୍ବନ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦିଓ କବକନାଶକ ଔଷଧ ଏହା ପାଇଁ ଉପଲବ୍ଧ ଅଛି (Pyraclostrobin, Pyraclostrobin+Metconazole), କିନ୍ତୁ ଏହା ସୁପାରିଶ ଯୋଗ୍ୟ ନୁହେଁ କାରଣ ଏହାର ପ୍ରୟୋଗ ପାଇଁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡେ.

ଏହାର କାରଣ କଣ

ଏହି ରୋଗ ସ୍ଟେମ୍ଫିଲିୟମ୍ ସୋଲାନି ନାମକ ଏକ କବକ ଯୋଗୁଁ ହୋଇଥାଏ. ଏହାର ସଂକ୍ରମଣ ଏବଂ ବୃଦ୍ଧି ଅତ୍ୟଧିକ ଆର୍ଦ୍ରତା, ବାରମ୍ବାର ବର୍ଷା ହେଲେ ଅନୂକୁଳ ହେଇଥାଏ. ବହୁତ ସମୟ ଧରି ମରୁଡି ହେଲେ ମଧ୍ୟ ଏହି ରୋଗ ଅନୂକୁଳ ହେଇଥାଏ. ବିଶେଷତଃ ଫୁଲଫଳ ଧରିବା ସମୟରେ ଶାରୀରିକ ଏବଂ ଖାଦ୍ୟସାର ଅଭାବ ଜନିତ ବାଧା ମଧ୍ୟ ଏକ ମୁଖ୍ୟ କାରଣ ଅଟେ. ପୋଟାସିୟମ୍ ର ଅଭାବ ଏହାର ମୁଖ୍ୟ କାରଣ ଅଟେ. କିନ୍ତୁ ଏହା ମରୁଡି, କୀଟପତଙ୍ଗ ର ଆକ୍ରମଣ ତଥା ଜମିରେ ସୂତ୍ରଜୀବ ର ଉପସ୍ଥିତି ସହିତ ବି ଜଡିତ ଅଟେ. ପବନ ଦ୍ୱାରା ଏହି କବକର ଅଣୁ ଅନ୍ୟ ଗଛକୁ ଯାଇଥାଏ. 20-30 °C ତାପମାନ ଏହି ରୋଗ ପାଇଁ ଅନୁକୂଳ ହେଇଥାଏ. ଏହି କବକ ଅନ୍ୟ କବକ ଯେମିତିକି ଅଲ୍ଟରନାରିଆ ଏବଂ ସର୍କୋସ୍ପୋରା ପ୍ରକାରର କବକ ମିଶି ରୋଗର ଏକ ମିଶ୍ରଣ କରିପାରେ ଯାହାକି ସେହି ଜମିରେ ଦେଖା ଯାଇଥାଏ. ଅନ୍ୟ ଫସଲ ଯଥା ଟମାଟ, ଆଳୁ, ଲଙ୍କା, ବାଇଗଣ ଏବଂ ପିଆଜ ରେ ଏହି ରୋଗ ଦେଖା ଦେଇଥାଏ.


ସୁରକ୍ଷାତ୍ମକ ଉପାୟ

  • ମାଟି ପରୀକ୍ଷା କରନ୍ତୁ, ଯଦି ପୋଟାସିୟମର ଅଭାବ ଥାଏ ତାହେଲେ ମୂଳ ଭାଗ ହିସାବରେ ପୋଟାସିୟମ ପ୍ରୟୋଗ କରନ୍ତୁ.
  • ଲମ୍ବା ସିଜନ ର ବିହନ ଯାହାକୁ କମ ପୋଟାସିୟମ ଆବଶ୍ୟକ ଥାଏ ଲଗାଇ ବାର ଯୋଜନା କରନ୍ତୁ.
  • ରୋଗରେ ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ଜମି ପର୍ଯ୍ୟବେକ୍ଷଣ କରନ୍ତୁ.
  • ଭଲ ଫସଲ ପାଇଁ ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରିବା ସୁନିଶ୍ଚିତ କରନ୍ତୁ.
  • ବିଶେଷ କରି ବାଲିଆ ଜମିରେ ପୋଟାସିୟମଯୁକ୍ତ ସାର ଭାଗ ଭାଗରେ ନିୟମିତ ଭାବେ ପ୍ରୟୋଗ କରନ୍ତୁ.
  • ଯଦି ଆବଶ୍ୟକ ପଡେ, ତେବେ, କଢ ଧରିବାର ପ୍ରଥମ ଚାରି ସପ୍ତାହ ମଧ୍ୟରେ ପୋଟାସିୟମକୁ ପତ୍ର ସମୁହ ଉପରେ ସ୍ପ୍ରେ କରନ୍ତୁ.
  • କିନ୍ତୁ ଅଧିକ ପୋଟାସିୟମ ପ୍ରୟୋଗ କରନ୍ତୁ ନାହିଁ.
  • ଫସଲକୁ ମରୁଡ଼ିରୁ ରକ୍ଷା ପାଇଁ ନିୟମିତ କରିବା ଭାବରେ ଜଳସେଚନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ