କପା

କପାର କୋରିନୋସ୍ପୋରା ପତ୍ର ଦାଗ

Corynespora cassiicola

ଫିମ୍ପି

ସଂକ୍ଷେପରେ

  • ପତ୍ରରେ ଛୋଟ ବାଦାମୀ ବୃତ୍ତାକାର ଦାଗ ଥାଏ। ସଂକ୍ରମିତ ପତ୍ର ଅକାଳରେ ଝଡି ଯାଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଲକ୍ଷଣଗୁଡିକ ପ୍ରଥମେ ସହଳ ଋତୁରେ ଗଛଗୁଡିକର ନିମ୍ନ ପତ୍ରରେ ଲକ୍ଷ୍ୟ କରାଯାଏ। ତା’ପରେ ଲଗାଇବାର ପ୍ରଥମ ମାସ ମଧ୍ୟରେ ସେମାନେ ସମଗ୍ର ଗଛକୁ ବିସ୍ତାର କରନ୍ତି। ପ୍ରାରମ୍ଭରେ, ପତ୍ରରେ ଅନେକ ଛୋଟ, ଗାଢ ଲାଲ ଦାଗ ଦେଖାଯାଏ ଯାହା ଗାଢ ଧାର ସହିତ ବାଦାମୀ ହୋଇଯାଏ, କିନ୍ତୁ ସାଧାରଣତଃ ସେମାନଙ୍କର ସବୁଜ କିମ୍ବା ସବୁଜ - ହଳଦିଆ ରଙ୍ଗକୁ ବଜାୟ ରଖିଥାଏ। କ୍ଷତଗୁଡିକ ଫଳ କଢରେ ଏବଂ ସମ୍ଭବତଃ ଫଳରେ ମିଳିଥାଏ। ଦାଗ ପୁରୁଣା ହେଲେ, ସେମାନେ ହାଲୁକା ଏବଂ ଗାଢ ବାଦାମୀ ବଳୟ ଗଠନ କରନ୍ତି। ସମ୍ଭାବ୍ୟ 30 ରୁ 40% ଅକାଳ ପତ୍ରଝଡା ହୋଇଥାଏ ଯାହାକି ଅମଳ ହ୍ରାସ କରିଥାଏ। ଗୁରୁତର ସଂକ୍ରମିତ ଫଳ ଗୁଣ ହରାଇଥାଏ ଏବଂ ସଂକ୍ରମିତ କପା ଉତ୍ପାଦନ କରିଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କପାର କୋରିନୋସ୍ପୋରା ପତ୍ର ଦାଗ ରୋଗର ଜୈବିକ ନିୟନ୍ତ୍ରଣ ପାଇଁ ବେସିଲସ ଥୁରିଞ୍ଜେନ୍ସିସ ଫଳପ୍ରଦ ଥିବା ଜଣା ଯାଇଛି।

ରାସାୟନିକ ନିୟନ୍ତ୍ରଣ

ଫୁଲ ଆସିବାର ପ୍ରଥମ ଏବଂ ଷଷ୍ଠ ସପ୍ତାହ ମଧ୍ୟରେ କାର୍ବେଣ୍ଡାଜିମ୍ ଏବଂ ତମ୍ବା/କପର ଉତ୍ପାଦ ପରି କବକନାଶକ ପ୍ରୟୋଗ କରାଯାଇପାରେ। ଫୁଲର ପ୍ରଥମ କିମ୍ବା ତୃତୀୟ ସପ୍ତାହରେ ପ୍ରଥମ ପ୍ରୟୋଗ ଆରମ୍ଭ ହେବା ପାଇଁ ପରାମର୍ଶ ଦିଆଯାଇଛି, ଯଦି ଆବଶ୍ୟକ ହୁଏ ତେବେ ଫୁଲର 3 କିମ୍ବା 5 ସପ୍ତାହରେ ସମ୍ଭାବ୍ୟ ଦ୍ୱିତୀୟ ପ୍ରୟୋଗ ଦିଆ ଯାଇପାରେ। ବୈକଳ୍ପିକ ଭାବରେ, ରୋଗର ପ୍ରଥମ ସଙ୍କେତରେ କବକନାଶକ ପ୍ରୟୋଗ କରାଯାଇପାରେ, ଯଦି ଆବଶ୍ୟକ ହୁଏ ତେବେ ଦ୍ୱିତୀୟ ପ୍ରୟୋଗ କରା ଯାଇପାରେ। ଅନ୍ୟ ଏକ ବିକଳ୍ପ ହେଉଛି ପତ୍ରଝଡାର ପ୍ରଥମ ସଙ୍କେତରେ କବକନାଶକ ପ୍ରୟୋଗ କରିବା, ଯଦି ଆବଶ୍ୟକ ହୁଏ ତେବେ ଦ୍ୱିତୀୟ ପ୍ରୟୋଗ କରାଯିବ। ତଥାପି, ଏହା ମନେ ରଖିବା ଉଚିତ ଯେ କବକନାଶକ ଦ୍ଵାରା ଏହି ରୋଗକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପାରେ ଯଦି 25-30% ପତ୍ର ଅକାଳରେ ପତ୍ରଝଡା ଯୋଗୁଁ ନଷ୍ଟ ହୋଇଯାଏ।

ଏହାର କାରଣ କଣ

25 ° C ରୁ 30 ° C ମଧ୍ୟରେ ମଧ୍ୟମ ତାପମାତ୍ରା, ଅଧିକ ଆର୍ଦ୍ରତା, ଏବଂ ବାରମ୍ବାର ବର୍ଷା, ପ୍ରବଳ କାକର କିମ୍ବା କୁହୁଡ଼ି ଯୋଗୁଁ ପତ୍ରର ଆର୍ଦ୍ରତା ସଂକ୍ରମଣ ଏବଂ ବିସ୍ତାରକୁ ପ୍ରୋତ୍ସାହିତ କରିଥାଏ। ଅଧିକ ଅମଳ ସମ୍ଭାବନା ଥିବା ଜଳସେଚିତ, ହୃଷ୍ଟପୁଷ୍ଟ ବଢୁଥିବା କପାରେ ସଂକ୍ରମଣ ଅଧିକ ଅଟେ।


ସୁରକ୍ଷାତ୍ମକ ଉପାୟ

  • ସହନଶୀଳ ଏବଂ ପ୍ରତିରୋଧକ କିସମ ଲଗାନ୍ତୁ। ଗୋଟିଏ ଜମିରେ କପା ଏବଂ ସୋୟାବିନ କ୍ରମାଗତ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ, କପା ପରେ ମକା, ଜୋଆର କିମ୍ବା କ୍ଷୁଦ୍ର ଶସ୍ୟ (ମିଲେଟ୍ସ) ଲଗାଇ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ