Rhizoctonia solani
ଫିମ୍ପି
40-50 ଦିନର ଗଛରେ ଫୁଲ ହେବା ପୂର୍ବ ଅବସ୍ଥାରେ ଏହି ରୋଗ ଦେଖାଦେଇଛେ କିନ୍ତୁ ଏହା ଯୁବ ଗଛରେ ମଧ୍ୟ ଦେଖାଦେଇପାରେ. ଲକ୍ଷଣ ଗୁଡିକ ପତ୍ର, ପତ୍ରଚ୍ଛାଦ ଓ କାଣ୍ଡ ରେ ଦେଖାଯାଏ ଓ ପରେ ଶସ ଉପରକୁ ବ୍ୟାପି ଯାଇପାରେ. ପତ୍ର ଓ ପତ୍ରଚ୍ଛାଦ ରେ କିଛି ସଂଖ୍ୟାରେ ଓଦା, ବର୍ଣ୍ଣହୀନ ସକେନ୍ଦ୍ରିୟ ପଟ୍ଟି ଓ ବଳୟ ଆକୃତି ର ଦାଗ ଦେଖା ଯାଇଥାଏ. ପ୍ରାୟତଃ ବାଦାମୀ, ତମ୍ବା କିମ୍ବା ଧୂସର ରଂଗର ହୋଇଥାଏ. ସାଧାରଣତଃ, ଲକ୍ଷଣ ଗୁଡିକ ପ୍ରଥମେ ଗଛରେ ଜମି ଉପରକୁ ଥିବା ପ୍ରଥମ କିମ୍ବା ଦ୍ଵିତୀୟ ପତ୍ରଚ୍ଛାଦ ଉପରେ ଦେଖା ଯାଇଥାଏ. ସମୟାନୁକ୍ରମେ ସଂକ୍ରମିତ ଟିସୁ ଉପରେ ଏକ ସ୍ପଷ୍ଟ ଫିକା ବାଦାମୀ ରଙ୍ଗର ତୁଳା ପରି ବଢିଥିବା ପଦାର୍ଥ ଦେଖା ଦିଏ ଯେଉଁଥିରେ ଛୋଟ, ଗୋଲାକାର, କଳା ଦାଗ ସୃଷ୍ଟି ହୋଇଥାଏ ଓ ପରେ ପରେ ଶସ ଉପରକୁ ସଂକ୍ରମିତ ହୋଇଯାଏ. ବଢୁଥିବା ମକା ସମ୍ପୂର୍ଣ ରୁପେ ଖରାପ ହୋଇଯାଏ ଓ ସମୟ ଆଗରୁ ଶୁଖିଯାଏ ଏବଂ ବାହ୍ୟ ପତ୍ର ମଧ୍ୟରେ ଫାଟ ଦେଖା ଯାଇଥାଏ. ସଂକ୍ରମଣ ସମୟରେ ଶସର ବିକାଶ ଅବସ୍ଥା ଉପରେ ରୋଗର ମାରାତ୍ମକତା ନିର୍ଭର କରେ. ଯଦି ଚାରା ସଂକ୍ରମିତ ହୋଇ ଥାଏ, ତାହାଲେ ଗଛର ବର୍ଦ୍ଧିଷ୍ଣୁ ଅଂଶ ମରିଯାଏ ଓ ସମ୍ପୂର୍ଣ ଗଛ ପତ୍ରପୋଡା ଦ୍ୱାରା ସପ୍ତାହେ ମଧ୍ୟରେ ଆକ୍ରାନ୍ତ ହୋଇଯାଏ.
ଏହି ରୋଗ ହେବା ଓ ଏହାର ତୀବ୍ରତା କମ୍ କରିବା ପାଇଁ, ମକା ବିହନକୁ 10 ମିନିଟ୍ ଯାଏଁ 1% ସୋଡିୟମ୍ ହାଇପୋକ୍ଲୋରାଇଟ୍ (sodium hypochlorite) ମିଶ୍ରଣ ଓ 5% ଇଥାନଲ୍ ସହ ଉପଚାର କରି, ପାଣିରେ ଧୋଇ ଶୁଖା ଯାଇଥାଏ. ବ୍ୟାସିଲସ୍ ସବ୍ଟିଲିସ୍ (Bacillus subtilis) ଥିବା ମିଶ୍ରଣ ସହ ମିଶାଇ ଏହି ଉପଚାର କଲେ ଏହାର ପ୍ରଭାବ ଆହୁରି ବଢି ଯାଇଥାଏ. ଟ୍ରାଇକୋଡର୍ମା ହାର୍ଜିଆନମ୍ (Trichoderma harzianum) କିମ୍ବା ଟି. ଭିର୍ଡି (T. viridi) କବକ ଯୁକ୍ତ ଫର୍ମୁଲା ପ୍ରୟୋଗ କରିବା ଦ୍ୱାରା ଏହି ରୋଗର ବିସ୍ତାରକୁ ସଫଳତାର ସହ କମ୍ କରାଯାଇଥାଏ.
ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. କାପ୍ଟାନ୍,ଥାଇରାମ୍ ବା ମେଟାଲାକ୍ସାଇଲ୍ମ ଦ୍ୱାରା ମକା ବିହନର ସୁରକ୍ଷାତ୍ମକ ଉପଚାର କରି, ତିନି ଥର ବିଶୁଦ୍ଧ ପାଣିରେ ଧୋଇ ଓ ପବନରେ ଶୁଖା ଯାଇଥାଏ. ଯେତେବେଳେ ସଂବେଦନଶୀଳ କିସମର ଫସଲ ଚାଷ କରା ଯାଉଥାଏ ଓ ପାଣିପାଗ ଅବସ୍ଥା ମାରାତ୍ମକ ସଂକ୍ରମଣ ପାଇଁ ଅନୂକୁଳ ହୋଇଥାଏ, ସେତେବେଳେ କବକନାଶକର ପ୍ରୟୋଗ ଅର୍ଥନୈତିକ ଭାବେ ଲାଭଦାୟକ ହୋଇଥାଏ. ପ୍ରୋପିକୋନାଯ଼ୋଲ୍ (propiconazole) ଥିବା ଫର୍ମୁଲା ପ୍ରୟୋଗ କରି ସବୁଠୁ ଖରାପ ଲକ୍ଷଣକୁ ଦୂର କର ଯାଇପାରେ.
ଲକ୍ଷଣ ଗୁଡିକ ରିଃଯ଼ୋକ୍ଟୋନିଆ ସୋଲାନି (Rhizoctonia Solani) ନାମକ ମୃତ୍ତିକା ଜନିତ କବକ ଯୋଗୁଁ ହୋଇଥାଏ ଯାହା ମାଟି ମଧ୍ୟରେ, ସଂକ୍ରମିତ ଫସଲ ଅବଶେଷରେ କିମ୍ବା ଅନାବନା ଘାସରେ ବଞ୍ଚି ରହିଥାଏ. ସିଜନ ଆରମ୍ଭ ବେଳେ ଅନୂକୁଳ ଆର୍ଦ୍ରତା ଓ ତାପମାତ୍ରା(15 ରୁ 35°C, ଅନୂକୁଳ 30°C) ରେ, କବକ ବୃଦ୍ଧି ଲାଗି ରହିଥାଏ ଓ ନୁଆ ନୁଆ ଲଗା ଯାଇଥିବା ପୋଷକ ଫସଲକୁ ଆକ୍ରମଣ କରିଥାଏ. 70% ଆପେକ୍ଷିକ ଆର୍ଦ୍ରତାରେ, ରୋଗର ବିସ୍ତାର ନଗଣ୍ୟ ବା ଅନୁପସ୍ଥିତ ଥାଏ, ଯେତେବେଳେକି ଆର୍ଦ୍ରତା 90-100 % ଥିବା ବେଳେ, ସର୍ବାଧିକ ସମାତ୍ରାର ସଂକ୍ରମଣ ଦେଖିବାକୁ ମିଳି ଥାଏ. ଏହି କବକ ଜଳସେଚିତ ପାଣି, ବନ୍ୟା ଓ ଦୂଷିତ ମାଟିର ପରିବହନ(ଉପକରଣ କିମ୍ବା କପଡା ଦ୍ୱାରା) ଦ୍ୱାରା ବ୍ୟାପି ଥାଏ. ଏହି ରୋଗଟି ଆର୍ଦ୍ର ଓ ଗରମ ପାଣିପାଗ ଥିବା କ୍ରାନ୍ତିୟ ଓ ଉପ-କ୍ରାନ୍ତିୟ ଅଞ୍ଚଳରେ ଅଧିକ ଦେଖିବାକୁ ମିଳି ଥାଏ. ଏହି ରୋଗକୁ କବକନାଶକ ସାହାଯ୍ୟରେ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ, ତେଣୁ, ବିଭିନ୍ନ ପଦ୍ଧତିର ସମନ୍ବିତ ଉପାୟରେ ନିୟନ୍ତ୍ରଣ କରିବା ଦରକାର.