Alternaria porri
ଫିମ୍ପି
ଅନୁକୂଳିତ ଆପେକ୍ଷିକ ଆର୍ଦ୍ରତା ଉପରେ ମୁଖ୍ୟତଃ ଲକ୍ଷଣ ନିର୍ଭର କରିଥାଏ। ଛୋଟ, ଅନିୟମିତ, ଖାଲୁଆ ଧଳା ଦାଗ ପ୍ରଥମେ ପୁରୁଣା ପତ୍ର ଏବଂ ଫୁଲ ଡେମ୍ଫରେ ଦେଖାଯାଏ। ଯଦି ଆପେକ୍ଷିକ ଆର୍ଦ୍ରତା କମ ଥାଏ, ଆଉ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ। କିନ୍ତୁ ଉଚ୍ଚ ଆପେକ୍ଷିକ ଆର୍ଦ୍ରତାରେ କେନ୍ଦ୍ରରେ ଫିକା ଓ ଗାଢ ଏକ କୈନ୍ଦ୍ରିକ ଅଞ୍ଚଳ ସହିତ ଦୀର୍ଘବୃତ୍ତାକାର ମାଟିଆ କିମ୍ବା ବାଇଗଣୀ ଦାଗରେ ପରିଣତ ହୋଇଥାଏ। ସମୟ କ୍ରମେ, ଏହି ଦାଗ କିଛି ସେମି ପର୍ଯ୍ୟନ୍ତ ପ୍ରସାରିତ ହୋଇପାରେ ଓ ହଳଦିଆ ଧାର ରହିପାରେ। ଦାଗ ପରସ୍ପର ମିଶି ପତ୍ର କିମ୍ବା ଫୁଲ ଡେମ୍ଫକୁ ଘେରି ରହିପାରେ ଏବଂ ଝାଉଁଳା ଓ ମୃତ୍ୟୁ ମଧ୍ୟ କରିପାରେ। ଯଦି ଅମଳ ସମୟରେ ବେକ ପାଖରେ ଆଘାତ ହୋଇଥାଏ, ବଲ୍ବ ମଧ୍ୟ ସଂକ୍ରମିତ ହୋଇପାରେ। ଭଣ୍ଡାରରେ ସଂରକ୍ଷଣ ସମୟରେ ବଲ୍ବର ବାହ୍ୟ ଓ ଅନ୍ତଃ ଅଂଶରେ ଗାଢ ହଳଦିଆ ରୁ ଲାଲ, ସ୍ପଞ୍ଜ ଭଳି ପଚା ଦେଖାଯାଏ। ପିଆଜ, ରସୁଣ ଓ ଲିକ ଏହି ରୋଗ ଦ୍ଵାରା ପ୍ରଭାବିତ ହୋଇପାରେ।
ଆଜି ପର୍ଯ୍ୟନ୍ତ, ଏହି ରୋଗ ପାଇଁ କୌଣସି ପ୍ରଭାବଶାଳୀ ଜୈବିକ ନିୟନ୍ତ୍ରଣ ଉପଲବ୍ଧ ନାହିଁ। ଆଣ୍ଟାଗୋନିଷ୍ଟିକ୍(ବିରୋଧୀ) କବକ କ୍ଲାଡୋସ୍ପୋରିୟମ୍ ହର୍ବାରମ୍ କବକ ଅଲ୍ଟାର୍ନାରିଆ ପୋରିକୁ ପ୍ରତିରୋଧ କରିବାରେ ବ୍ୟବହୃତ ହୋଇଛି, ସଂକ୍ରମଣକୁ 66.6% ହ୍ରାସ କରିଛି। ଅନ୍ୟ କବକଗୁଡିକ କମ୍ ପ୍ରଭାବଶାଳୀ ଥିଲା, ଉଦାହରଣ ସ୍ୱରୂପ ପେନିସିଲିୟମ୍ ଜାତି । (54%) ଅନେକ ବିରୋଧୀଙ୍କ ମିଶ୍ରଣ 79.1% ପର୍ଯ୍ୟନ୍ତ ହ୍ରାସ କରିପାରେ। ତଥାପି, ଏହି ଅନୁସନ୍ଧାନଗୁଡିକ ଉପରେ ଏପର୍ଯ୍ୟନ୍ତ କୌଣସି ବ୍ୟବସାୟିକ ଉତ୍ପାଦ ବିକଶିତ ହୋଇନାହିଁ | ବାଇଗଣୀ ଦାଗର ଜୈବ ନିୟନ୍ତ୍ରଣ ପାଇଁ ଆଜାଦିରାଚାଟା ଇଣ୍ଡିକା (ନିମ୍) ଏବଂ ଡାଟୁରା ଷ୍ଟ୍ରାମୋନିୟମ୍ (ଜିମସନ୍ୱିଡ୍) ର ରସ ବ୍ୟବହାର କରାଯାଇପାରିବ |
ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅଧିକାଂଶ ବ୍ୟବସାୟିକ ପିଆଜ ଫସଲକୁ ସୁରକ୍ଷାତ୍ମକ କବକନାଶୀର ବାରମ୍ବାର ପ୍ରୟୋଗ କରି ବାଇଗଣୀ ଦାଗରୁ ରକ୍ଷା କରାଯିବା ଆବଶ୍ୟକ। ବସ୍କାଲିଡ୍, କ୍ଲୋରୋଥାଲୋନିଲ୍, ଫେନାମିଡୋନ୍ ଏବଂ ମାନକୋଜେବ୍ ଆଧାରିତ କାବକାନଶୀ ଦ୍ରବଣ (ସମସ୍ତ @ 0.20 - 0.25%) ପ୍ରତିରୋପଣର ଏକ ମାସ ପରେ ଦୁଇମାସ ବ୍ୟବଧାନରେ ପ୍ରତିଷେଧକ ଭାବରେ ସ୍ପ୍ରେ କରାଯାଇପାରେ। ବାଇଗଣୀ ଦାଗର ନିୟନ୍ତ୍ରଣ ପାଇଁ କପର ଆଧାରିତ କବକନାଶୀ ପଞ୍ଜିକୃତ ହୋଇଛି, କିନ୍ତୁ ଏହା ଅତି ଫଳପ୍ରସୂ ନୁହେଁ। ପ୍ରତିରୋଧତାର ବିକାଶକୁ ଏଡାଇବା ପାଇଁ ବିଭିନ୍ନ ପରିବାରରୁ କବକନାଶୀ ବଦଳାନ୍ତୁ।
ଅଲ୍ଟର୍ନାରିଆ ପୋରି ନାମକ କବକ ଦ୍ଵାରା ଏହି ବାଇଗଣୀ ଦାଗ ସୃଷ୍ଟି ହୋଇଥାଏ। ଶୀତଋତୁରେ ଏହା ସଂକ୍ରମିତ ଫସଲ ଅବଶେଷ କିମ୍ବା ଭୂମି ପୃଷ୍ଠ ପାଖରେ ବଞ୍ଚି ରହିଥାଏ। ବସନ୍ତ ଋତୁରେ ହେଉଥିବା ଉଷ୍ମ, ଆର୍ଦ୍ର ପରିସ୍ଥିତି ସୃଷ୍ଟି ହେବା ବେଳେ ଏହା ରେଣୁ ସୃଷ୍ଟି କରିବା ସହିତ ଜୀବନ ଚକ୍ର ସମ୍ପାଦନ କରିଥାଏ। ପବନ, ଜଳସେଚନ କିମ୍ବା ବର୍ଷା ଛିଟରେ ରେଣୁ ସୁସ୍ଥ ଗଛ ଏବଂ ଜମିକୁ ଯାଇଥାଏ। ଆପେକ୍ଷିକ ଆର୍ଦ୍ରତା 80 -90 % ଏବଂ ତାପମାତ୍ରା 21-30ºCର ଅନୁକୂଳ ପରିସ୍ଥିତିରେ ଏହି ରୋଗ ହୋଇଥାଏ। ସ୍ଥାନର ପରିସ୍ଥିତି ଏବଂ ଋତୁ ଉପରେ ଏହି ରୋଗର ମାତ୍ରା ନିର୍ଭର କରିଥାଏ। ଷ୍ଟେମ୍ଫିଲିଆମ ପୋଡା ରୋଗ ସହିତ ଯେତେବେଳେ ଏହି ରୋଗ ହୋଇଥାଏ, ଏଥିରେ କ୍ଷତି ଗୁରୁତର ହୋଇଥାଏ। ତ୍ବଚାବରଣ ବା କ୍ୟୁଟିକ୍ଳର ମୋଟେଇ ଯୋଗୁଁ ବାଇଗଣୀ ଦାଗ ପ୍ରତି ପ୍ରତିରୋଧକତା ସୃଷ୍ଟି ହୋଇଥାଏ। ଜମିରେ କାମ କିମ୍ବା ବାଲି ଝଡ ବେଳେ ଗଛରେ ଆଘାତ ଆସିଲେ ପ୍ରତିରୋଧକତା କମିଯାଇ ପାରେ।