ଅନ୍ୟ

ଚେର ଓ କାଣ୍ଡ ମୂଳ ପଚା

Cochliobolus sativus

ଫିମ୍ପି

5 mins to read

ସଂକ୍ଷେପରେ

  • କାଣ୍ଡର ମୂଳରେ ଓ ଚେରରେ ବାଦାମି ଚିହ୍ନ ।ତଳ ପତ୍ରରେ ଲମ୍ବାଳିଆ , ବାଦାମି -କଳା ଚିହ୍ନ । ଉପକେଣ୍ଡା କିମ୍ବା ସଂପୂର୍ଣ୍ଣ କେଣ୍ଡାର ଅକାଳ ରଙ୍ଗଛଡା । ହଳଦିଆ ଓ ରୁଗୁଡିଆ ଗଛ ।.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ପରିବେଶ ପରିସ୍ଥିତି ଓ ଗଛର ବୃଦ୍ଧି ଅବସ୍ଥା ଅନୁସାରେ ଲକ୍ଷଣ ଦେଖାଯାଏ । କେତେକ କ୍ଷେତ୍ରରେ , ସଂକ୍ରମିତ ବିହନ ଚାରା ପୋଡା ରୋଗ କରେ ,ଯେଉଁଥିରେ ନୂଆଁ ଗଛରେ ବା ଚାରାରେ ଗାଢ ବାଦାମି ଜାଗା ସୃଷ୍ଟି ହୁଏ । ପରିପକ୍ଵ ଗଛର ସହଳ ସଂକ୍ରମଣ ଲକ୍ଷଣ ସୃଷ୍ଟି କରି ନପାରେ , କେବଳ ପତ୍ର ଛୋଟ ହୁଏ ଓ ପିଲ ସଂଖ୍ୟା କମେ । କିନ୍ତୁ , କାଣ୍ଡର ମୂଳ ( କାଣ୍ଡ ମୂଳ ପଚା ), ଭୁଇଁ ତଳେ , ଓ ପବ ଏବଂ ଚେରରେ ( ଚେର ପଚା ) ଗାଢ ବାଦାମି ଜାଗା ଦେଖାଯାଏ । ପରେ , ଯେତେବେଳେ ଜୀବାଣୁ କାଣ୍ଡ ଭିତରକୁ ଆସେ , ଲମ୍ବାଳିଆ , ବାଦାମି-କଳା ଚିହ୍ନ ତଳ ପତ୍ରରେ ଦେଖାଯାଏ । ଦୀର୍ଘ କାଳ ବର୍ଷା ହେଲେ ଏହା ନିର୍ଦ୍ଦିଷ୍ଟ ଭାବରେ ସ୍ପଷ୍ଟ ଦେଖାଯାଏ । ରୋଗା ଗଛ ଏଣେତେଣେ କିମ୍ବା ଅନିୟମିତ ତାଳି ଭାବରେ ଦେଖାଯାଏ ଏବଂ ରୁଗୁଡିଆ ଓ ଅନେକ ସମୟରେ ପାଣ୍ଡୁର ହୁଏ । ବିଳମ୍ବ ସଂକ୍ରମଣର ସାଧାରଣ ଲକ୍ଷଣ ହେଉଛି ଗୋଟିଏ କିମ୍ବା ଅଧିକ ଉପକେଣ୍ଡା କିମ୍ବା ସଂପୂର୍ଣ୍ଣ କେଣ୍ଡାର ଅକାଳ ରଙ୍ଗଛଡା ( କାଣ୍ଡ ପୋଡା )

Recommendations

ଜୈବିକ ନିୟନ୍ତ୍ରଣ

ସ୍ପୋରୋବୋଲୋମାଇସେସ ରୋଜେସର କବକ କୋଚଲିୟବୋଲସ ସାଟାଇଭସ କବକର ପ୍ରାକୃତିକ ଶତ୍ରୁ ଅଟେ ଏବଂ ଶସ୍ୟ ଫସଲରେ ଏହି ରୋଗର ମାତ୍ରା କମାଇବା ପାଇଁ ବ୍ୟବହୃତ ହୋଇଛି । ଏହି ଜୀବାଣୁର ଅନ୍ୟ ପ୍ରତିଦ୍ଵନ୍ଦୀ ମଧ୍ୟ ଉପଲବ୍ଧ ଅଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଉପଯୁକ୍ତ କବକନାଶୀ ଦ୍ଵାରା ବିହନ ଉପଚାର ଅନ୍ୟ ଋତୁକୁ ବିହନରେ ଜୀବାଣୁର ସମ୍ଭାବ୍ୟ ବିସ୍ତାର କମାଏ ।

ଏହାର କାରଣ କଣ

କୋଚଲିୟବୋଲସ ସାଟାଇଭସ କବକ ଦ୍ଵାରା ଏହି ଲକ୍ଷଣ ହୁଏ , ଯାହାକି ଗରମ ଓ ଆର୍ଦ୍ର ଶସ୍ୟ ଉତ୍ପାଦନ ଅଞ୍ଚଳରେ ସାଧାରଣ ଅଟେ । ଏହା କବକ ଜାଲ କିମ୍ବା ରେଣୁ ଆକାରରେ ମାଟିରେ ଓ ଫସଲ ଅବଶେଷରେ ବଞ୍ଚେ ଏବଂ ପବନ , ବର୍ଷା ଛିଟ କିମ୍ବା ଜଳସେଚନ ପାଣି ଦ୍ଵାରା ସୁସ୍ଥ ଗଛକୁ ବିସ୍ତାର ହୁଏ । ବାର୍ଲି , ଗହମ ଓ ରାଈବ୍ୟତୀତ ଏହା ଅନେକ ଅନାବନା ଗଛ ଓ ଘାସ ଜାତିକୁ ସଂକ୍ରମଣ କରିପାରେ । ଯଅ ଏହି ରୋଗ ପ୍ରତିରୋଧି ଅଟେ , କିନ୍ତୁ ଏହି ଜୀବାଣୁର ବିସ୍ତାର ପାଇଁ ତଥାପି ଅବଦାନ ରହିପାରେ । ଯେତେବେଳେ ରୋଗପ୍ରବଣ ପୋଷକ ଦେଖାଯାଏ ଏବଂ ପରିସ୍ଥିତି ଅନୁକୂଳ ଥାଏ , ଏହାର ରେଣୁ ଗଜା ହୁଏ ଓ ନୂଆଁ ଗଛ କିମ୍ବା ଏହାର ଚେରରେ ପ୍ରାଥମିକ ସଂକ୍ରମଣ ଆରମ୍ଭ ହୁଏ । ଏହା ସିଧାସଳଖ ବାହ୍ୟ ଚର୍ମ କିମ୍ବା ପ୍ରାକୃତିକ ରନ୍ଧ୍ର କିମ୍ବା ଘା" ଦେଇ ଗଛରେ ପ୍ରବେଶ କରେ । ସଂକ୍ରମିତ ବିହନ କିମ୍ବା କୃଷି ଯନ୍ତ୍ରପାତି ଏହି ଜୀବାଣୁକୁ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ କରେ ଏବଂ ପରବର୍ତ୍ତୀ ଫସଲ ପାଇଁ ଜୀବାଣୁ ଭାବେ କାର୍ଯ୍ୟ କରେ ।


ସୁରକ୍ଷାତ୍ମକ ଉପାୟ

  • ଏହି ଜୀବାଣୁ ପାଇଁ ସଙ୍ଗରୋଧ ନିୟମ ଜାଣନ୍ତୁ । ପ୍ରାମାଣିକ ରୋଗ ମୁକ୍ତ ବିହନ ବାଛନ୍ତୁ । ଯବକ୍ଷାରଯାନର ଭାଗ ପ୍ରୟୋଗ ସହିତ ଉପଯୁକ୍ତ ଉର୍ବରିକରଣ ଯୋଜନା କରନ୍ତୁ । ଆପଣଙ୍କଫସଲକୁ ସୁରକ୍ଷା ଦେବାକୁ ଅଣୁସାର ପ୍ରୟୋଗ ସୁନିଶ୍ଚିତ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ