Penicillium spp.
ଫିମ୍ପି
ପ୍ରାଥମିକ ଲକ୍ଷଣ ଗୁଡିକ ମଧ୍ୟରେ ଫଳର ଚୋପା ଉପରେ ନରମ ପାଣି ଭିଜା ପରି ଜାଗା ସୃଷ୍ଟି ହୋଇଥାଏ. କିଛି ଦିନ ପରେ ଏକ ବୃତ୍ତାକାର ଏବଂ ପ୍ରଥମ ଦାଗ ଉପରେ ଅଳ୍ପ ଅଳ୍ପ ଧଳା ରଙ୍ଗର ଫିମ୍ପି ସେହି ଜାଗାରେ ଉଠିଥାଏ ଯାହାର ବ୍ୟାସ ବହୁତ ସମୟରେ କିଛି ସେମି ହୋଇଥାଏ. କିଛି ଦିନ ପରେ ଏହି ଚୋପା ଉପରେ ଅଳ୍ପ ଅଳ୍ପ କରି ମାଡ଼ିଥାଏ. ଏହାର ପୁରୁଣା ଅଂଶର ମଝି ଭାଗ ନୀଳ କିମ୍ବା ସବୁଜ ରଙ୍ଗରେ ପରିଣତ ହୋଇଯାଇଥାଏ. ଆଖପାଖ ରେ ଥିବା ଟିସୁ ନରମ ଓ ପାଣି ଭିଜା ହୋଇ ଗୋଟେ ଓସାରିଆ ଧଳା ଫିମ୍ପିର ଜାଲ ରେ ପରିଣତ ହୋଇଥାଏ. ଫଳ ଅତିଶୀଘ୍ର ନଷ୍ଟ ହୋଇଯାଇ ଝଡ଼ିଯାଏ କିମ୍ବା କମ ଆର୍ଦ୍ରତା ସମୟରେ ଶୁକୁଡିଯାଇଥାଏ ଓ ଏକ ପ୍ରଲେପ ସୃଷ୍ଟି ହୋଇଯାଏ.
ସିଡଡୋମୋନାସ ସିରିଞ୍ଜା (Pseudomonas syringae) ର ESC-10 ସ୍ଟ୍ରେଇନ ଉପରେ ଆଧାରିତ ଜୈବିକ ମିଶ୍ରଣ ବ୍ୟବହାର କରି ଏହି କବକ ଦ୍ୱାରା ଜୈବିକ ନିୟନ୍ତ୍ରଣ କରାଯାଇପାରେ. ଆଜେରାଣ୍ଟମ କଞ୍ଜିଓଇଡ (Ageratum conzyoides ) ର ରସ ମଧ୍ୟ ଏହି କବକ ନିୟନ୍ତ୍ରଣ ପାଇଁ ପ୍ରଭାବୀ ରୂପେ କାମ କରିଥାଏ. ଔଷଧୀୟ ଗଛ ଥାଇମସ କାପିଟାଟସର (Thymus capitatus) ତେଲ ଏବଂ ନିମ ତେଲ ମଧ୍ୟ ସେଇ ପ୍ରକାର ପ୍ରଭାବ ପକାଇଥାଏ. ଚାହା ର ସାପୋନିନ ଏକ ନିରାପଦ ଫର୍ମୁଲା ଏବଂ ଲେମ୍ବୁର ଅମଳ ପରବର୍ତ୍ତୀ ସଢ଼ିବା କୁ କମ କରିବା ପାଇଁ ବ୍ୟବହୃତ ହୋଇସାରିଛି.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର ଅଟେ. ଅମଳ କରାଯାଇଥିବା ଫଳକୁ 40-50°C ରେ ଡିଟରଜେଣ୍ଟ କିମ୍ବା ଦୁର୍ବଳ କ୍ଷାରୀୟ ମିଶ୍ରଣ ଏବଂ କିଛି କବକନାଶକ ସହ ମିଶାଇ ଧୋଇଲେ ଫଳ କ୍ଷୟ ହେବା କମ ହୋଇଯାଇଥାଏ. ଅନୁମୋଦିତ କବକନାଶକ ଗୁଡିକ ହେଲା (ଇମାଜଲିଲ) imazalil, (ଥାଇବେଣ୍ଡାଜୋଲ) thaibendazole ଏବଂ (ବାଇଫିନାଇଲ) biphenyl.
ପେନିସିଲିଅମ ପ୍ରଜାତିର ଦୁଇଟି ଜାତି ଲେମ୍ବୁ ଜାତୀୟ ଫସଲରେ ଏହି ଧ୍ଵଂସକାରୀ ସଢା ରୋଗ ସୃଷ୍ଟି କରିଥାନ୍ତି. ଏହି ଦୁଇଟି ସ୍ପେସିସ ପି. ଇଟାଲିକମ (P.italicum) ଏବଂ ପି.ଡିଗଟାଟୁମ (P. digitatum) ଫଳର ଚୋପା ଉପରେ ଯଥାକ୍ରମେ ନୀଳ ରଙ୍ଗ ଓ ସବୁଜ ରଙ୍ଗର ଫିମ୍ପି ସୃଷ୍ଟି କରିଥାନ୍ତି. ପି. ଇଟାଲିକମ (P. italicum) ଦ୍ୱାରା ସଢା ଦାଗ ସାଧାରଣତଃ ଅନ୍ୟ ପ୍ରଜାତି ତୁଳନାରେ ଧୀରେ ଧୀରେ ମାଡ଼ିଥାଏ. ଏମାନଙ୍କର ବିକାଶ ରେ ବିଶେଷ କରି ଏକ ଫିମ୍ପିର ଧଳା ଜାଲ (ମାଇସେଲିଅମ) ପୁରୁଣା ଦାଗ ର ଚାରିପାଖରେ ଦେଖାଦେଇଥାଏ. ଏହି କବକଗୁଡିକ ମଧ୍ୟ ଅବସରଵାଦୀ ଓ ଫଳ ଉପରେ କିଛି କ୍ଷତ ଥିଲେ ତାହାର ସୁବିଧା ନେଇଥାନ୍ତି. ନିଜର ଜୀବନ ଚକ୍ର ଆରମ୍ଭ କରିବା ପାଇଁ ଏହି କବକର ରେଣୁ ଗଜା ହୋଇ କ୍ଷତସ୍ଥାନ ରୁ ପାଣି ଓ ଖାଦ୍ୟସାର ସହ ବାହାରିଥାଏ. 24°C ର ଅନୁକୂଳ ତାପମାନ ରେ 48 ଘଣ୍ଟାରେ ସଂକ୍ରମଣ ହୋଇଥାଏ ଏବଂ 3 ଦିନ ଭିତରେ ପ୍ରଥମ ଲକ୍ଷଣ ଦେଖାଦେଇଥାଏ. ସଂକ୍ରମିତ ଅଂଶ ର ନେବା ଆଣିବା କିମ୍ବା କବକର ରେଣୁ ପାଣି ଦ୍ୱାରା ବୋହି ହୋଇ କିମ୍ବା ପବନରେ ଉଡି ଯାଇ ଏହି ରୋଗ ବିସ୍ତାରିତ ହୋଇଥାଏ. ଅଧିକାଂଶ ସମୟରେ ଏହି ରେଣୁ ମାଟି ଭିତରେ ରହିଥାନ୍ତି ଏବଂ ସଂକ୍ରମିତ ଭଣ୍ଡାରଣ ଜାଗାର ବାୟୁରେ ମଧ୍ୟ ରହିପାରନ୍ତି.