Pseudoperonospora cubensis
ଫିମ୍ପି
ଫସଲଗୁଡିକ ମଧ୍ୟରେ ଥିବା ଅଳ୍ପ ପ୍ରଭେଦ ସତ୍ତ୍ୱେ କୁକୁରବିଟର ନିମ୍ନମୁଖି ପତ୍ରପୋଡ଼ା ର ବିଶେଷତ୍ୱ ହେଲା ଯେ ପତ୍ରର ଉପରି ଭାଗରେ ସାଧାରଣତଃ ହଳଦିଆ କୋଣାକୃତି ଦାଗ ଦେଖାଯାଏ ଯାହାକି ମୂଖ୍ୟ ଶିରା ଆଗକୁ ବ୍ୟାପି ନଥାଏ. ଏହି ରଙ୍ଗହୀନତା ଯାହା ଶିରାପ୍ରଶିରାକୁ ବ୍ୟାପିନଥାଏ ଧୀରେ ଧୀରେ ହଳଦିଆରୁ ବାଦାମୀ ରଙ୍ଗର ମୋଜାଇକ ପରି ଗଠନ ଯାହାକୁ ଭୁତାଣୁ ଜନିତ ରୋଗ ବୋଲି ସନ୍ଦେହ କରା ନ ଯାଏ. ପତ୍ରର ନିମ୍ନ ପାର୍ଶ୍ୱରେ ପାଣି ଭିଜା ଦାଗ ଯାହା ଉପରେଥିବା ଦାଗର ଠିକ ତଳେ ଦେଖାଯାଏ ଧୀରେ ଧୀରେ ଅଳ୍ପ ଧୂସର, ମଖମଲି ଏବଂ ଫୁଲଫୁଲା ହୋଇଥାଏ ଯେତେବେଳେ ତାପମାନ କମ ଥାଏ ତଥା ଦୀର୍ଘ ସମୟ ଧରି ବାୟୁମଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ଥାଏ. ଏହି କବକ ଗଛରୁ ଖାଦ୍ୟସାର ଶୋଷଣ କରିଥାଏ ଓ ଯୁବ କାଣ୍ଡ, ଫଳଫୁଲ କିମ୍ବା ଗଛର ବୃଦ୍ଧି ବନ୍ଦ କରିପାରେ କିମ୍ବା ମାରିପାରେ. ଏହା ଦ୍ୱାରା ଉତ୍ପାଦନ କମ ହୋଇପାରେ. ପାଉଁଶିଆ ପତ୍ରପୋଡ଼ା ଠାରୁ ଏହି ରୋଗ ଅଲଗା ଏବଂ ପତ୍ରପୋଡ଼ାର ପରସ୍ତ କେବଳ ପତ୍ରର ତଳ ପଟେ ଦେଖାଦେଇଥାଏ ଓ ମୂଖ୍ୟ ଶିରା ଆଗକୁ ବ୍ୟାପି ନଥାଏ ଏବଂ ଏହା ସହଜରେ ବାହାରେ ନାହିଁ.
ବ୍ୟବସାୟିକ ରୂପରେ କେତେକ ଜୈବିକ ଫର୍ମୁଲା ଏହି ପତ୍ରପୋଡ଼ା ନିୟନ୍ତ୍ରଣ ପାଇଁ ଉପଲବ୍ଧ ଅଛି. ଅଳ୍ପ ସଂକ୍ରମଣ କ୍ଷେତ୍ରରେ ପରିବେଶରେ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ କିଛି ନ କରିବା ହିଁ ଭଲ ହୋଇଥାଏ. କେତେକ କ୍ଷେତ୍ରରେ ସୁରକ୍ଷାତ୍ମକ ଭାବେ ଜୈବିକ କବକ ନାଶକ କପର ଫର୍ମୁଲା ଯେମିତିକି ବୋରଡ଼କ୍ସ ମିଶ୍ରଣ ସ୍ପ୍ରେ କରି ଏହି ରୋଗର ନିୟନ୍ତ୍ରଣ କରି ହେବ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ସୁରକ୍ଷାତ୍ମକ କବକ ନାଶକ ପ୍ରୟୋଗ ଦ୍ୱାରା ଫସଲରେ ଏହି ରୋଗର ସଂକ୍ରମଣ କୁ ବନ୍ଦ କରି ହେବକିନ୍ତୁ ଏହି କବକ ନାଶକ କୁ ଭଲଭାବେ ପତ୍ର ତଳେ ସ୍ପ୍ରେ କରିବାକୁ ପଡିବ. ମାଙ୍କୋଜେବ, କ୍ଲୋରୋଥାଲନିଲ କିମ୍ବା କପର ଥିବା ଫର୍ମୁଲା ବ୍ୟବହାର କରାଯାଇପାରେ. ଏହି ରୋଗର ଚିହ୍ନଟ ପରେ ତୁରନ୍ତ ସଂକ୍ରମଣ ପରବର୍ତ୍ତୀ କବକ ନାଶକ ର ପ୍ରୟୋଗ ନିତାନ୍ତ ଆବଶ୍ୟକ. ସାଧାରଣତଃ ମେଫେନୋକଯାମ୍, ଷ୍ଟ୍ରୋବିଲ୍ୟୁରିନ୍ସ, ଫଲୁଓପିକୋଲାଇଡ୍, ଫାମୋକଯାଡୋନ୍+ସାଇମୋଯ଼ାନିଲ୍, ସିଆଯ଼ୋଫାମିଡ୍ ଏବଂ ଯ଼ୋକ୍ସାମାଇଡ୍ ର ବ୍ୟବହାର ସଂକ୍ରମଣ ପରେ ବ୍ୟବହାର କରାଯାଇଥାଏ. ଉପରୋକ୍ତ କେତେକ କବକ ନାଶକ ପ୍ରତି ପ୍ରତିରୋଧକ ଶକ୍ତି ବିକାଶ ହୋଇସାରିଛି.
ସିଉଡୋପେରୋନୋସ୍ପୋରା କ୍ୟୁବେନ୍ସିସ୍ ନାମକ ଏକ ପାଣିକନ୍ଦା ସମୂହର କବକ ଦ୍ୱାରା ଏହି ରୋଗ ହୋଇଥାଏ. ଏହା ଏକ ବିବଶ ପରଜୀବୀ ଯାହାକୁ ବଞ୍ଚିବା ପାଇଁ ଜୀବିତ ସବୁଜ ଫସଲର ଟିସୁ ଦରକାର ହୋଇଥାଏ. ଏହି କବକ ବିଶେଷତଃ ଛାଇ ଜାଗାରେ ଥଣ୍ଡା 15-23°C ଓ ଆର୍ଦ୍ର ପରିବେଶରେ (ଅତ୍ୟଧିକ କାକର, କୁହୁଡି, ବର୍ଷା) ପ୍ରବଳ ନଷ୍ଟ କରିଥାଏ. ଏହି କବକ ଶୀତଦିନରେ ଗଛ ଅବଶେଷରେ କିମ୍ବା କାଣ୍ଡରେ କିମ୍ବା ଅନ୍ୟ ଫସଲ ଓ ଅନାବନା ଘାସରେ ବଞ୍ଚିଥାଏ. ପବନ ଓ ବର୍ଷା ବୁନ୍ଦା ଦ୍ୱାରା ଏହାର ରେଣୁ ଅନୂକୁଳ ପାଣିପାଗରେ ସୁସ୍ଥ ଗଛକୁ ସଂକ୍ରମିତ ହୋଇଥାଏ. କବକର ଏହି ରେଣୁ ଥରେ ଯେତେବେଳେ ଏହା ସଂବେଦନଶୀଳ ପୋଷକ ଗଛ ଉପରେ ପହଞ୍ଚିଲା ପରେ ଗଜା ହୋଇ ପତ୍ରର ତଳ ପଟୁ ଥିବା ପ୍ରାକୃତିକ ସୁକ୍ଷ୍ମ ଛିଦ୍ର ଦେଇ ପସିଥାଏ. ସେଠାରେ ଏହି କବକ ବ୍ୟାପିଥାଏ ଓ ଶେଷରେ ଭିତର ଟିସୁକୁ ପତ୍ରପୋଡା ସଂକ୍ରମଣ କରି ଭିତର କୋଷକୁ ବଢିବାରେ ପରାସ୍ତ କରିଥାଏ ଓ ବାହାର ପଟେ ଆବରଣ ସୃଷ୍ଟି ହୋଇ ଯାଇଥାଏ.. ସେଠାରେ କବକର ରେଣୁ ସୃଷ୍ଟି ହୋଇ ରୋଗ ଆହୁରି ଆଗକୁ ବ୍ୟାପିଥାଏ.