Mycovellosiella fulva
ଫିମ୍ପି
ପତ୍ରର ଉଭୟପଟରେ ଓ ଫଳ ଉପରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଏ । ପୁରୁଣା ପତ୍ର ପ୍ରଥମେ ସଂକ୍ରମିତ ହୁଏ ଓ ତାପରେ ରୋଗ ଧୀରେ ଧୀରେ ଉପରକୁ ନୂଆ ପତ୍ରକୁ ଯାଏ । ପତ୍ର ଉପର ପଟେ ଅନିର୍ଦ୍ଦିଷ୍ଟ ଧାର ସହିତ ଛୋଟ , ବିସରିତ , ଫିକା ସବୁଜ କିମ୍ବା ହଳଦିଆ ଚିହ୍ନ ଦେଖାଯାଏ । ତଳ ପଟେ ,ଅଲିଭ ସବୁଜ ଠାରୁ ଧୂସର ବାଇଗଣି ଏବଂ ମଖମଲ ତାଳି ବା ପେଚ ସୃଷ୍ଟି ହୁଏ । ଏଗୁଡିକ ରେଣୁ ସୃଷ୍ଟିକାରୀ ଗଠନ ଓ ରେଣୁ ସମୂହ ( କୋନିଡିଆ )କୁ ନେଇ ଗଠିତ । ସମୟ କ୍ରମେ ,ଏହି ଚିହ୍ନ ବଢେ , ସଂକ୍ରମିତ ପତ୍ରର ରଙ୍ଗ ହଳଦିଆ ( ପାଣ୍ଡୁରତା ) ଠାରୁ ବାଦାମି ( ବିଗଳନ ) ବଦଳେ ଏବଂ ପତ୍ରକୁଞ୍ଚିତ ହୋଇ ଶୁଖିବାକୁ ଆରମ୍ଭ କରେ । ପତ୍ର ଅକାଳ ଝଡିପଡେ ଓ ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ପତ୍ରହୀନତା ସୃଷ୍ଟି କରେ ।ବେଳେ ବେଳେ , ଏହି ଜୀବାଣୁ ଫଳ ଓ ଫୁଲରେ ରୋଗ ଓ ବିଭିନ୍ନ ପ୍ରକାର ଲକ୍ଷଣ ସୃଷ୍ଟି କରେ । ଫୁଲ କଳା ହୋଇଯାଇପାରେ ଓ ଫଳ ଧରିବା ପୂର୍ବରୁ ମରିଯାଇପାରେ । ସବୁଜ ଓ ପାଚିଲା ଫଳ ଚିକ୍କଣ କଳା ଅନିୟମିତ ସ୍ଥାନ ଏହାର କାଣ୍ଡ ଅଗ୍ରରେ ସୃଷ୍ଟି କରେ । ରୋଗ ବଢିବା ସମୟରେ ଏହି ସଂକ୍ରମିତ ସ୍ଥାନ ଖାଲୁଆ , ଶୁଖିଲା ଏବଂ ଚମଡା ଭଳି ହୁଏ ।
ଜୀବାଣୁକୁ ମଞ୍ଜିରୁ ଦୂରେଇବା ପାଇଁ ଗରମ ପାଣି ( 50 ଡିଗ୍ରୀ C ) ରେ 25 ମିନଟ ପାଇଁ ବିହନ ଉପଚାର ସୁପାରିସ କରାଯାଏ । ଆକ୍ରେମୋନିଆମ ସ୍ତ୍ରିକତମ , ଡିସିମା ପଲ୍ଭିନାଟା , ଟ୍ରାଇକୋଡେର୍ମା ହେରଜନମ କିମ୍ବା ଟ୍ରାଇକୋଡେର୍ମା ଭିରିଡ଼େ ଓ ଟ୍ରାଇକୋଥିସମ ରୋଜିଅମ ଆଦି ଏହି ଜୀବାଣୁର ବିରୋଧୀ କବକ ଅଟନ୍ତି ଓ ଏହାର ବିସ୍ତାର କମାଇବା ପାଇଁ ବ୍ୟବହାର କରାଯାଇପାରେ । ସବୁଜ ଗୃହରେ , ଏମ ॰ ଫୁଲଭା ର ବୃଦ୍ଧି ଏ ॰ ସ୍ତ୍ରିକତମ ,ଟ୍ରାଇକୋଡେର୍ମା ଭିରିଡ଼େ ( ସ୍ଟ୍ରେନ 3 ) ଏବଂ ଟି ॰ ରୋଜିଅମ 53 , 66, 84 % ଯଥାକ୍ରମେ କମାଇପାରେ । ଅଳ୍ପ ମାତ୍ରା ସ୍ଥଳେ , ଏପଲରୁ ହୋଇଥିବା ସୁରା , ରସୁଣ କିମ୍ବା କ୍ଷୀର ସିଂଚନ ଏବଂ ଭିନେଗାର ମିଶ୍ରଣ ଏହି ଫିମ୍ପି ଦମନ କରିବା ପାଇଁ ବ୍ୟବହାର କରାଯାଇପାରେ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯେତେବେଳେ ପରିବେଶର ଅବସ୍ଥା ଅନୁକୂଳତମ ଥାଏ ସଂକ୍ରମଣ ପୂର୍ବରୁ ଏହା ପ୍ରୟୋଗ କରାଯାଏ । କ୍ଳୋରୋଥାଲୋନୀଲ , ମାନେବ , ମାଙ୍କୋଜେବ , ଏବଂ କପର ମିଶ୍ରଣ ଏହି କ୍ଷେତ୍ରରେ ସୁପାରିସ କରାଯାଏ । ସବୁଜଗୃହ ପାଇଁ , ଡିଫେନୋକୋନାଜୋଲ ,ମାଣ୍ଡିପ୍ରୋପାମିଡ ,ସାଇମୋକ୍ସାନିଲ ,ଫାମୋକ୍ସାଦାନ ଏବଂ ସାଇପ୍ରୋଡିନିଲ ଆଦି ସୁପାରିସ କରାଯାଏ ।
ମାଇକୋଭେଲୋସିଲା ଫୁଲଭା କବକ, ଯାହାର ରେଣୁ ସାଧାରଣ ତାପମାତ୍ରାରେ ପୋଷକ ଗଛ ବିନା 6 ମାସରୁ 1 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ , ଏହି ଲକ୍ଷଣ ସୃଷ୍ଟି କରେ । ଦୀର୍ଘ ସମୟ ପତ୍ର ଆର୍ଦ୍ରତା ଏବଂ ଆପେକ୍ଷିକ ଆର୍ଦ୍ରତା 85 % ରୁ ଅଧିକ ରେଣୁ ଅଙ୍କୁରଣକୁ ଅନୁକୂଳ କରେ । ରେଣୁ ଗଜା ହେବା ପାଇଁ ତାପମାତ୍ରା 4 ରୁ 34 ଡିଗ୍ରୀ ମଧ୍ୟରେ ଓ ଅନୁକୂଳତମ ତାପମାତ୍ରା 24 ରୁ 26 ଡିଗ୍ରୀ ରହିବା ଆବଶ୍ୟକ ।ଶୁଖିଲା ପାଗ ଓ ପତ୍ର ଉପରେ ମୁକ୍ତ ପାଣିର ଅନୁପସ୍ଥିତି ଗଜା ହେବାରେ ବାଧା ସୃଷ୍ଟି କରେ । ଜୀବାଣୁ ସଂକ୍ରମଣର 10 ଦିନ ପରେ ପତ୍ରର ଉଭୟ ପଟେ ଚିହ୍ନ ହେବ ସହିତ ଏହି ଲକ୍ଷଣ ଦେଖାଯାଏ । ପତ୍ର ତଳ ପଟେ , ଅନେକ ସଂଖ୍ୟାରେ ରେଣୁ ସୃଷ୍ଟିକାରୀ ଗଠନ ସୃଷ୍ଟି ହୁଏ ଏବଂ ଏହି ରେଣୁ ଅତି ସହଜରେ ଗଛରୁ ଗଛ ପବନ ଓ ପାଣି ଛିଟ ଦ୍ଵାରା ବିସ୍ତାର ହୁଏ , କିନ୍ତୁ ଉପକରଣ , ପୋଷାକ ,କର୍ମଚାରୀ ଓ ପୋକ ଦ୍ଵାରା ମଧ୍ୟ ହୁଏ । ଉଚ୍ଚ ଆର୍ଦ୍ରତା ସମୟରେ ଏହି ରୋଗକାରୀ ଜୀବାଣୁ ପତ୍ର ରନ୍ଧ୍ରରେ କଣା କରି ପତ୍ରକୁ ସଂକ୍ରମିତ କରେ ।