କପା

କପା ର ମୂଳ ସଢା

Macrophomina phaseolina

ଫିମ୍ପି

5 mins to read

ସଂକ୍ଷେପରେ

  • ଗଛ ଝାଉଁଳି ଯିବା ତଥା ପତ୍ର ଝଡ଼ିଯିବା ଦେଖା ଯାଇଥାଏ.
  • ଗଛ ଶୋଇଯିବା ଦେଖା ଯାଇଥାଏ.
  • ମୂଳର ବକଳା ହଳଦିଆ ରଙ୍ଗର ହୋଇ ଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଏହି ରୋଗର ପ୍ରଥମ ଲକ୍ଷଣ ହେଉଛି କପା ଗଛ ଝାଉଁଳିଯିବା ଏବଂ ଅତ୍ୟଧିକ ସଂକ୍ରମଣ ହେଲେ ସମ୍ପୂର୍ଣ ପତ୍ରଝଡ଼ା କିମ୍ବା ଶେଷରେ ଗଛ ଝାଉଁଳି ନଷ୍ଟ ହୋଇଯାଏ. ଝାଉଁଳା ଲକ୍ଷଣର ତୀବ୍ର ବିକାଶ ଏହି ରୋଗର ବୈଶିଷ୍ଟ୍ୟ ଯାହାକି ଏହି ପ୍ରକାର ଜୀବାଣୁ ଜନିତ ଲକ୍ଷଣ ସୃଷ୍ଟି କରୁଥିବା ରୋଗ ଠାରୁ ଭିନ୍ନ ଅଟେ. ପ୍ରଥମେ ପ୍ରଥମେ ଜମିର କେବଳ କିଛି ଗଛ ଏହି କବକ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି କିନ୍ତୁ ପରବର୍ତୀ ସମୟରେ ଏହି ରୋଗ ଚକଡା ଚକଡା ହୋଇ ସମଗ୍ର ଜମିକୁ ବ୍ୟାପି ଥାଏ. ମୂଳ ସଢ଼ିଯିବା ଏବଂ ଜଳ ଓ ଖାଦ୍ୟସାରର ଦୁର୍ବଳ ପରିବହନ ଯୋଗୁଁ ଗଛ ର ଉପରି ଭାଗରେ ଝାଉଁଳିଯିବା ଲକ୍ଷଣ ପରେ ଦେଖାଦେଇଥାଏ. ଶେଷରେ ସଂକ୍ରମିତ ଗଛ ନିଜର ଶକ୍ତି ହରାଇଥାନ୍ତି ଏବଂ ପବନ ଯୋଗୁଁ ଅତି ସହଜରେ ତଳେ ପଡିଯାଆନ୍ତି. ସଂକ୍ରମିତ ମୂଳର ବକଳା ସୁସ୍ଥ ଗଛର ବକଳା ଠାରୁ ହଳଦିଆ ରଙ୍ଗ ଦେଖାଯାଏ ଏବଂ ବହୁତ ସମୟରେ ଖଣ୍ଡ ଖଣ୍ଡ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ପଦ୍ଧତି ଏହି ମୂଳ ସଢା ରୋଗର ନିରାକରଣ ପାଇଁ ପ୍ରଭାଵୀ ସମାଧାନ ପ୍ରଦାନ କରି ନାହାନ୍ତି. ଆପଣ ଯଦି କପା ଫସଲରେ ଏହି ରୋଗ ହେବାରୁ ରୋକିବା ପାଇଁ କିମ୍ବା ରୋଗର ମାତ୍ରା କମେଇବା ପାଇଁ କିଛି ଜୈବିକ ପଦ୍ଧତି ବିଷୟରେ ଜାଣିଛନ୍ତି ତାହେଲେ ଆମକୁ ସମ୍ପର୍କ କରନ୍ତୁ. ଟ୍ରାଇକୋଡର୍ମା କବକର ର କିଛି ପ୍ରଜାତି ଆଶାଜନକ ପରିଣାମ ଦେଖାଇଛନ୍ତି. ଟ୍ରାଇକୋଡର୍ମା ଦ୍ୱାରା ଉପଚାର କରାଯାଇଥିବା ଚାରା ଆଖିଦୃଷ୍ଟିଆ ଭାବେ ଅଧିକ ଦିନ ବଞ୍ଚିପାରେ ଏବଂ ଏଥିପାଇଁ ଟ୍ରାଇକୋଡର୍ମା ଉପଚାରିତ ଚାରା କୁ ବ୍ୟବସାୟିକରାଣ କରାଯାଇପାରେ. ଜ଼ିଙ୍କ ସଲଫେଟର କିଛି ଜୈବିକ ଫର୍ମୁଲା ସ୍ପ୍ରେ କରି ଏହି ରୋଗର ମାତ୍ରାକୁ କିଛି ପରିମାଣରେ କମ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଥାଇବେଣ୍ଡାଜୋଲ (Thiabendazole), (Thiram) ଥିରାମ, ଥାଇଓଫାନାଟେ ମିଥାଇଲ୍ (Thiophanate Methyl), ଜ଼ିଙ୍କ ସଲଫେଟ ଏବଂ କାପଟନ ଯୁକ୍ତ କବକନାଶକ ଫର୍ମୁଲା ଦ୍ୱାରା ବିହନ ଉପଚାର କିମ୍ବା ଜମିରେ ପ୍ରୟୋଗ କଲେ ଏହି ମୂଳ ସଢା ରୋଗର ସଂକ୍ରମଣ କମ ହୋଇଥାଏ.

ଏହାର କାରଣ କଣ

ମ୍ୟାକ୍ରୋଫୋମିନା ଫେସିଓଲିନା (Macrophomina Phaseolina) ନାମକ ଏକ ବିହନ ଏବଂ ମୃତ୍ତିକା ଜନିତ କବକ ଦ୍ୱାରା ଏହି ରୋଗର ଲକ୍ଷଣ ଦେଖାଦେଇଥାଏ. ଏହା ସାରା ବିଶ୍ୱରେ କପାର ଏକ ପ୍ରମୁଖ ଏବଂ ବ୍ୟାପକ ଭାବେ ହେଉଥିବା ରୋଗ ଅଟେ. ଏହା 300 ବିଭିନ୍ନ ପ୍ରକାରର ପୋଷକ ଗଛ ରେ ମଧ୍ୟ ସଂକ୍ରମଣ ହୋଇଥାଏ. ଲଙ୍କା, ତରଭୁଜ, କାକୁଡି ଏହି ସବୁ ପୋଷକ ଫସଲ ମଧ୍ୟରେ ଅନ୍ୟତମ. ଏହି ଜୀବାଣୁ ମାଟିରେ ବଞ୍ଚିପାରେ ଏବଂ ବିଶେଷ କରି ଫସଲର ବିକାଶର ଶେଷ ସମୟ ବେଳେ ସହଜରେ କପାର ମୂଳ ରୁ ଅଲଗା କରାଯାଇପାରେ. ଯେତେବେଳେ ଗଛ ମରୁଡ଼ିର ସମ୍ମୁଖୀନ ହୋଇଥାଏ ଏହି କବକ ମାଟିରେ ବଞ୍ଚିବା ପାଇଁ ଅନୂକୁଳ ହୋଇଥାଏ. ସେଥିପାଇଁ ଏହିଁ ରୋଗ ଗ୍ରୀଷ୍ମ ଋତୁର ମଧ୍ୟବର୍ତ୍ତୀ ସମୟରେ ବାରମ୍ବାର ଦେଖାଦେଇଥାଏ ଓ ପରେ ଶରତ ଋତୁର ପ୍ରାରମ୍ଭରେ କମି କମି ଯାଇଥାଏ. ଶୁଖିଲା ମାଟି, ଯାହାର ଆର୍ଦ୍ରତା 15-20% ଥାଏ ଓ ତାପମାନ 35 - 39 °C ଏହି କବକ ପାଇଁ ପ୍ରକୃଷ୍ଟ ସମୟ ଅଟେ.


ସୁରକ୍ଷାତ୍ମକ ଉପାୟ

  • କବକ ଓ ମରୁଡି ସହନଶୀଳ କିସମର ବିହନ ଲଗାନ୍ତୁ.
  • ଶକ୍ତ କାଣ୍ଡ ଥିବା କିସମର କପା ଲଗାଇଲେ, ଗଛ ଝାଉଁଳି ଭାଂଗିବ ନାହିଁ.
  • ବିହନ ବୁଣିବା ସମୟକୁ ଏମିତି ସମୟରେ ଲଗାନ୍ତୁ ଯେମିତିକି ଫୁଲ ଆସିବା ପରବର୍ତୀ ସମୟରେ ଫସଲ ଶୁଖିଲା ସମୟରେ ରହିବ ନାହିଁ.
  • ଗଛରୁ ଗଛ ମଧ୍ୟରେ ଅଧିକ ବ୍ୟବଧାନ ରଖନ୍ତୁ.
  • ଜମିରେ ଉତ୍ତମ ଆର୍ଦ୍ରତା ବଜାୟ ରଖନ୍ତୁ ବିଶେଷତଃ ଫୁଲ ଆସିବାର ପରବର୍ତୀ ସମୟରେ ଅଧିକ ବ୍ୟବଧାନ ରଖନ୍ତୁ.
  • ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରନ୍ତୁ ଏବଂ ଅତ୍ୟଧିକ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ନାହିଁ.
  • ଅଧିକ କ୍ଷତିରୁ ବଞ୍ଚିବା ପାଇଁ ଶୀଘ୍ର ଅମଳ କରି ନିଅନ୍ତୁ.
  • ଗଭୀର ହଳ କରି ଗଛ ଅବଶେଷ କୁ ପୋତି ଦିଅନ୍ତୁ.
  • ଚାଷ କଲା ପରେ ଖରାରେ ମାଟି ରହିଲେ କିଛି ସାହାର୍ଯ୍ୟ ମିଳିଥାଏ.
  • ଛୋଟ ଗହମ, ଓଟ, ଧାନ, ବାର୍ଲି ଏବଂ ସୋରିଷ ପରି ଅସଂବେଦନଶୀଳ ଫସଲକୁ ତିନି ବର୍ଷିଆ ଫସଲ ଚକ୍ରରେ ସାମିଲ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ